ଖବର ପ୍ରକାଶ ପାଇବା ପରେ ଛୁଟିଲା ସହାୟତାର ସୁଅ !

ଖବର ପ୍ରକାଶ ପାଇବା ପରେ ଛୁଟିଲା ସହାୟତାର ସୁଅ !

ଖବର ପ୍ରକାଶ ପାଇବା ପରେ ଛୁଟିଲା ସହାୟତାର ସୁଅ !


ନୂଆଗାଁ : 18/05/2021(ରିପୋର୍ଟ : ନିରଞ୍ଜନ ସାହୁ ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଦୁରୁଦୁରା ପଂଚାୟତର ନେଳିବାରି ଗ୍ରାମର ହରିହର ନାହାକ ଘର ପୋଡ଼ି ପାଉଁଶ ହୋଇଯାଇଥିବା ଖବର ପ୍ରକାଶ ପାଇବା ପରେ ବିଭିନ୍ନ ସୋଛାସେବୀ ଆସି ସହାୟତା ଯୋଗାଇ ଦେଇଥିବାରୁ ଅସହାୟ ପରିବାର କିଛିଟା ସାନ୍ତ୍ୱନା ପାଇଛନ୍ତି |

କିନ୍ତୁ ସେହି ଦୁଃଖୀ ପରିବାରର ଦୁଃଖ ଆଜି ପର୍ଯ୍ୟନ୍ତ ଦୁର ହୋଇନାହିଁ | ଆଜି କିଛି ରାଜନେତା ସହାୟତା ର ହାତ ବଢ଼େଇ ଛନ୍ତି | ନୟାଗଡ଼ ଜିଲ୍ଲା ସାଂସଦଙ୍କ ପ୍ରତି ନିଧୀ ସଦାସିବ ମିଶ୍ର ଓ ନୂଆଗାଁ ବ୍ଲକ ପ୍ରତିନିଧି ବିଜୟ କୁମାର ସାସମଲ  ଓ ସାଂସଦଙ୍କ ନୂଆଗାଁ ବ୍ଳକ କୋଡନେଟର ବିଶ୍ୱଜିତ ଖଣ୍ଡୁଆଳ ସହ ଦୁରୁଦୁରା ପଂଚାୟତର ପୂର୍ବତନ ସରପଂଚ ତଥା ସମାଜସେବୀ ନୃସିଂହ ଚରଣ ପାଢୀ ପହଂଚି ସୁଖିଲା ଖାଦ୍ୟ ସହ ପୋଷାକ ପ୍ରଦାନ କରିଛନ୍ତି | ତା'ସହିତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି । 

Post a Comment

Please Select Embedded Mode To Show The Comment System.*

Previous Post Next Post