ଲକ୍ ଡାଉନ୍ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ ,
ଗାଁ ଗାଁ ରେ ଚାଲିଛି ମଦ, ମାଂସର ଆସର....!
★ ଗ୍ରାମବାସୀ ମାତାଲ୍ ......
★ ବେପାରୀ ମାଲାମାଲ .....
ଦଶପଲ୍ଲା : (ରିପୋର୍ଟ : ରତ୍ନାକର ହୋତା) - କରୋନା କଟକଣା ଓ ଲକ୍ ଡାଉନ୍ ରେ ସାରା ରାଜ୍ଯ ନିସ୍ତବ୍ଧ ହୋଇଯାଇଥିଲା ବେଳେ , ଦଶପଲ୍ଲା ଗ୍ରାମାଞ୍ଚଳରେ ଚାଲିଛି ମଦ ଆଉ ମାଂସର ଆସର । ବିଭିନ୍ନ ଗ୍ରାମର ଆମ୍ବତୋଟା , ନଦୀ କୂଳ , କ୍ଲବ୍ ଘର ଆଦିରେ ଚାଲିଛି ଅବସର ବିନୋଦନ ର ସୁନ୍ଦର ମାହୋଲ୍ । ସମସ୍ତ କରୋନା କଟକଣା କୁ ଜଳାଂଜଳି ଦେଇ , କେତେକ ଅମାନିଆ କରିଚାଲିଛନ୍ତି ଏପରି ମଉଜ୍ ମଜ୍ ଲିସ୍ । ଏହାର ସୁଯୋଗ ନେଇ , ଅନେକ ଚୋରା ମଦ ବ୍ୟବସାୟୀ ଏହିମାନକୁଂ ଚଢା ଦରରେ ମଦ ବିକ୍ରୟ କରି ମାଲାମାଲ୍ ହେଉଥିବାର ଦେଖା ଯାଉଛି । ଏହିପରି ଏକ ରାକେଟ୍ ର ପର୍ଦାଫାସ୍ କରିଛି ଦଶପଲ୍ଲା ପୋଲିସ୍ । ଗତକାଲି ଭୋର୍ ସମୟରେ ଏକ ବାଇକ୍ ଯୋଗେ ୫୦ ଲିଟର୍ ଦେଶୀ ମଦ ଧରି ମଧୁପୁର ଗ୍ରାମର ପଳଉ ମୁଦୁଲି କଂ ପୁଅ ସନ୍ତୋଷ ମୁଦୁଲି , ଗ୍ରାମ ଅଭିମୁଖେ ଆସୁଥିବା ବେଳେ, ଦଶପଲ୍ଲା ଥାନାର ସବ୍ ଇନ୍ସପେକ୍ଟର ଶ୍ରୀଯୁକ୍ତ ଚକ୍ରଧର ସିଂ ସଦଳବଳେ ଚଢ଼ଉ କରି , ଆସାମୀ କୁ ଧରି ଥିଲେ । ଆସାମୀ କୁ ପଚରାଉଚରା କରିବା ପରେ , ଏଭଳି କିଛି ତଥ୍ୟ ପଦାକୁ ଆସିଥିଲା ।