କେନ୍ଦୁପତ୍ର ଫଡ଼ିରେ ଚାଇଲଡ ଲାଇନ ଓ ଶ୍ରମ ଅଧିକାରୀଙ୍କ ଚଢ଼ାଉ !

କେନ୍ଦୁପତ୍ର ଫଡ଼ିରେ ଚାଇଲଡ ଲାଇନ  ଓ ଶ୍ରମ ଅଧିକାରୀଙ୍କ ଚଢ଼ାଉ !

କେନ୍ଦୁପତ୍ର ଫଡ଼ିରେ ଚାଇଲଡ ଲାଇନ ଓ ଶ୍ରମ ଅଧିକାରୀଙ୍କ ଚଢ଼ାଉ !


ବାଲିଗୁଡା : 25/05/2021(ରିପୋର୍ଟ : ମିହିରକାନ୍ତ ମିଶ୍ର):  ଆଜି ଚାଇଲଡ ଲାଇନର 2ଜଣିଆ ଟିମ ଶିବ ଶଙ୍କର ବେହେରା, ଚିକୁନ ପ୍ରଧାନ ଓ  ଶ୍ରମ ଅଧିକାରୀଙ୍କ ସହିତ ମିଳିତ ଭାବେ ଖମଣଖୋଲ ଓ ଲଣ୍ଡାଗାଁ କେନ୍ଦୁପତ୍ର ଫଡିରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ଖବର ପାଇ ଚଢ଼ାଉ କରିବା ପାଇଁ ପହଂଚିଥିଲେ | କିନ୍ତୁ ପହଂଚିବା ସମୟରେ ସେଠାରେ କାମ ବନ୍ଦ ହୋଇଯାଇଥିଲା | କେବଳ ଖମଣଖୋଲ ଫଡିରେ 4ଜଣ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ତଦନ୍ତରୁ ଜଣାପଡିଥିଲା | ଅନ୍ୟ କିଛି ଫଡ଼ି ମାନଙ୍କ ରେ ଦାୟିତ୍ୱରେ ଥିବା ମୁନିସିମାନଙ୍କୁ ଶ୍ରମ ଅଧିକାରୀ ତାଗିଦ କରିଥିଲେ | ଶିଶୁ ଶ୍ରମିକ ନିୟୋଜିତ ନକରିବା ପାଇଁ ଏବଂ ଫଡ଼ି ମାନଙ୍କରେ ସରକାରଙ୍କ ତରଫରୁ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ତଥ୍ୟ ବାଲିଗୁଡା ଜଙ୍ଗଲ ବିଭାଗରୁ ସଂଗ୍ରହ କରି ଆବଶ୍ୟକିୟ ପଦକ୍ଷେପ ଗ୍ରହଣ କରିବେ ଓ  ଖମଣଖୋଲ ଫଡ଼ିରେ ନିୟୋଜିତ ଶିଶୁ ଶ୍ରମିକ ସମ୍ପର୍କରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରମ ଅଧିକାରୀ ଚାଇଲଡ ଲାଇନକୁ ପ୍ରକାଶ କରିଥିଲେ |

Post a Comment

Please Select Embedded Mode To Show The Comment System.*

Previous Post Next Post