ପାଗେଳୀ ହେଲେ ଆନ୍ତସତ୍ୱା,ଘଟଣାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ !

 ପାଗେଳୀ ହେଲେ ଆନ୍ତସତ୍ୱା,ଘଟଣାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ !

ପାଗେଳୀ ହେଲେ ଆନ୍ତସତ୍ୱା,ଘଟଣାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ !


ଭଦ୍ରକ : 15/05/2021( ରିପୋର୍ଟ : ପ୍ରତୀକ ମିଶ୍ର): ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରି ପୋଖରୀ ବ୍ଲକ ରେ ଥିବା ନିର୍ ଗୁଣ୍ଡି ପଞ୍ଚାୟତର ମହୁରା ଗ୍ରାମରେ ଏକ ମାନସିକ ବିକୃତ ଯୁବତୀ ଗର୍ଭବତୀ ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠି ମଣିଷ କେତେ ତଳକୁ ଖସି ଗଲାଣି ତାହା ଶଦ୍ଦ ରେ ପ୍ରକାଶ କରିବା ସମ୍ଭବ ନୁହଁ। ସେ ଯୁବତୀ ଙ୍କ ମା ବାପା ଆରପରିରେ , ଏବଂ ଏକ ଭାଇ ମଧ୍ୟ ମାନସିକ ରୋଗୀ ହୋଇଥିବା ବେଳେ ଏଭଳି ପରିସ୍ଥିତି ରେ ଯୁବତୀ ଗର୍ଭବତୀ ଥିବା କଥା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ କଥା ସ୍ଥାନୀୟ ସରପଞ୍ଚ ଜାଣିବା ପରେ ତାଙ୍କୁ ଅଙ୍ଗନାୱାଡୀ  କେନ୍ଦ୍ର କୁ ନେଇ ଟୀକାକରଣ ବ୍ୟବସ୍ଥା କରାଇଛନ୍ତି ଏବଂ ତାଙ୍କୁ ମମତା ଯୋଜନାରେ ପଞ୍ଜିକରଣ କରି ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।


    ଯୁବତୀଙ୍କ ମାନସିକ ରୋଗର ଫାଇଦା ଉଠାଇ ଦେହ ଲୋଭି ନର ରାକ୍ଷସ ନିଜର ଭୋକ ମେଣ୍ଟାଇ ଛାଡ଼ି ଦେଇଛି,  କିନ୍ତୁ ସେ ନିରୀହ ଯୁବତୀ ତା ଗର୍ଭରେ ଥିବା ପିଲାକୁ ବାପା ର ପରିଚୟ କିପରି ଦେବ ତାହା ଏକ ବଡ ପ୍ରଶ୍ନବାଚି ସୃଷ୍ଟି କରିଛି !
ଦେଖିବାକୁ ବାକି ରହିଲା ସେ ଯୁବତୀ କୁ ସରକାରଙ୍କ ତରଫରୁ କଣ ସହାୟତା ମିଳୁଛି । 

Post a Comment

Please Select Embedded Mode To Show The Comment System.*

Previous Post Next Post