ଗାଁ ଗାଁ ରେ ଜର , ଗହମ ନିଦରେ ସ୍ବାସ୍ଥ୍ୟ ବିଭାଗ!
ବାଲିଗୁଡା : 23/05/2021(ରିପୋର୍ଟ : ମିହିର ମିଶ୍ର) - କରୋନା ମହାମାରୀର ଦ୍ୱିତୀୟ ଲହର ସମଗ୍ର ଦେଶରେ ତାଣ୍ଡବ ରଚି ଚାଲିଥିବା ବେଳେ ଏହାର ପ୍ରଭାବ ଏବେ ଗ୍ରାମାଞ୍ଚଳରେ ଅଧିକ ଅନୁଭୂତ ହେଉଛି। ଏପରି ସ୍ଥଳେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଅଧିନସ୍ଥ କିରୀକୁଟି ପଞ୍ଚାୟତର ବୁରାଙ୍ଗିଆ, ବୁଦେଲିପଡ଼ି, ଝାରମୁଣ୍ଡା ପ୍ରଭୃତି ଗ୍ରାମରେ ରହୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ଅଶୀରୁ ଉର୍ଦ୍ଧ୍ବ ଲୋକ ସପ୍ତାହେ ହେଲା ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ଗତ ତିନିଦିନ ତଳେ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ନେଇ ଖବର ପାଇବା ପରେ କନ୍ଧମାଳ ଜିଲ୍ଲାପାଳ ଡ଼ ବୃନ୍ଦା ଡ଼ି ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।