ବିକାଶଠାରୁ ଅନେକ ଦୂରରେ ସରପଞ୍ଚଙ୍କ ଗାଁ' !
ନୂଆଗାଁ : 19/05/2021(ରିପୋର୍ଟ : ନିରଞ୍ଜନ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଅଞ୍ଚଳରେ ଲୋକଙ୍କ ପାଖରେ ବିକାଶର ମନ୍ତ୍ର ବୁଣୁଥିବାବେଳେ, ତାର କାର୍ଯ୍ୟକାରିତା କେତେଦୂର ଠିକ ଭାବେ ରୂପାୟନ ହୋଇପାରୁଛି, ତାର ଏକ ଜ୍ଜ୍ଵଳନ୍ତ ଉଦାହରଣ ହେଉଛି ସରପଞ୍ଚଙ୍କ ନିଜ ଗ୍ରାମ | ବିକାଶ ସୃଷ୍ଟି କରୁଥିବା ସରପଞ୍ଚଙ୍କ ଗାଁ' କୁ ମିଳିନି ମୌଳିକ ସୁବିଧା ।
ଏମିତିକା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଆଦିବାସୀ ବହୁଳ ବେରୁଆଁବାରୀ ପଂଚାୟତର ମାଣିଆକୋଟ ଗାଁ ' | ଖୋଦ ସରପଞ୍ଚ ନମିତା ପ୍ରଧାନଙ୍କ ନିଜସ୍ୱ ଗ୍ରାମ, ଦେଖୀଲେ ମନେହୁଏ ସରକାରଙ୍କ ବିକାଶ ଧାରା ଠାରୁ ଅନେକ ଦୂରରେ ! କହିବାକୁ ଗଲେ ଏହି ଗ୍ରାମକୁ ନିତିଦିନିଆ ରାସ୍ତା ଟିଏ ନାହିଁ | ପୋଖରି ଅଛି ହେଲେ ପାଣି ନାହିଁ | ଶିକ୍ଷା, ସ୍ୱାସ୍ଥ୍ୟ ସେବା ନ କହିବା ଭଲ |
ଗାଁ' ରେ ଗୋଟିଏ ମାତ୍ର ନଳକୂଅ |ନିତିଦିନିଆ ରାସ୍ତା ପାଇଁ ଏଠି ସବୁ ବର୍ଷ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାମ ଚାଲିଛି | କିନ୍ତୁ ବିଭାଗୀୟ
ଗାଁ' ରେ ଗୋଟିଏ ମାତ୍ର ନଳକୂଅ |ନିତିଦିନିଆ ରାସ୍ତା ପାଇଁ ଏଠି ସବୁ ବର୍ଷ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାମ ଚାଲିଛି | କିନ୍ତୁ ବିଭାଗୀୟ
ଅଧିକାରୀଙ୍କ ଇଛା ଶକ୍ତିର ଅଭାବ ଯୋଗୁଁ ଅବହେଳିତ ଅବସ୍ଥାରେ ଏହି ଗ୍ରାମର ଭୂଗୋଳ | ପଂଚାୟତ ଠାରୁ ମାତ୍ର ଚାରି କିଲୋମିଟର
ଦୂରରେଥିବା ସରପଞ୍ଚଙ୍କ ଗ୍ରାମକୁ ଏବେବି ବିକାଶର ଚିତ୍ର ଅସ୍ପଷ୍ଟ | ଏହି ବିଷୟରେ ସରପଂଚଙ୍କୁ ପଚାରିବାରୁ ସେ ଅତି ଦୁଃଖର ସହିତ କହିଛନ୍ତି ଆମ ଗାଁ ସରକାରୀ ଖାତାରେ ନାଁ ନଥିଲା ଏବେ ନାଁ ଯୋଡ଼ା ହୋଇଛି । ଏବେ ଦେଖିବାକୁ ବାକି ରହିଲା କେବେ ବିକାଶ ରେ ଯୋଡି ହେବ ମଣିଆକୋଟ ଗ୍ରାମ ?