ପୁଣି ଯୌତୁକ ଜୁଇରେ ଜଳିଗଲା ନିରୀହ ଝିଅର ଜୀବନ....!

ପୁଣି ଯୌତୁକ ଜୁଇରେ ଜଳିଗଲା ନିରୀହ ଝିଅର ଜୀବନ....!

ପୁଣି ଯୌତୁକ ଜୁଇରେ ଜଳିଗଲା ନିରୀହ ଝିଅର ଜୀବନ....!


 ଝିଅର ଗରିବ ବିଧବା ମାଆ ଯୌତୁକ ଦେଇନପାରିବା ରୁ ଶାଶୁ, ଶଶୁର,  ଜ୍ୱାଇଁ ମିଶି ଝିଅକୁ ଜୀବନ୍ତ ଦଗ୍ଧ କରି କଲେ ବିଭତ୍ସ ହତ୍ୟା ! 


କେନ୍ଦ୍ରାପଡ଼ା : 17/05/2021(ରିପୋର୍ଟ : ପ୍ରତୀକ ମିଶ୍ର):   ନିଶ୍ଚିନ୍ତ କୋଇଲି, ଫୁଗୋଳ ଗାଁ  ରେ ଅପରାହ୍ନ ସମୟରେ ଏକ ଚlଞ୍ଚଲ୍ୟ କର କାଣ୍ଡ ଘଟlଇଛନ୍ତି ଜିଗୀନପୁର ଗାଁ ର ଶେଖ ଅବ୍ରହାମ ହୁସେନ ଓ ତାଙ୍କ ବାପା ଶେଖ ଆବୁଲ ହୁସେନ ଓ ମା ଲଜବୁନ ବିବି | ନିଜ ବୋହୁ ନୁରଯାହାଁନ ପ୍ରବିନ କୁ ଅତି ନିର୍ମମ ଭାବେ ତଣ୍ଠି ଚିପି ହତ୍ୟା କଲା ପରେ ଘର ଭିତରେ ତା'ଦେହରେ ନିଆଁ ଲଗାଇ ହତ୍ୟାକୁ ଅତି ଚତୁରତାର ସହ ଆତ୍ମହତ୍ୟାର ରୂପ ଦେବାକୁ ବିଧିବଦ୍ଧ ଭାବେ ହୀନ ଷଡଯନ୍ତ୍ର କରିଥିଲେ |

ଏଥିରେ  ଶେଖ ଅବ୍ରହାମ ହୁସେନର ଭଉଣୀ ମାନେ , ପିଉସା, ପୁତୁରାମାନେ ମଧ୍ୟ ସାମିଲ ଥିଲେ | ହେଲେ ସ୍ୱାମୀ, ନଣନ୍ଦ ,ଶାଶୁ, ଶଶୁର ମିଶି ନୁରଂଜହା ପରବିନଙ୍କୁ  ସମ୍ପୂର୍ଣ ଭାବେ ହତ୍ୟା କରି ଫେରାର ହେବାକୁ ଚେଷ୍ଟl କରୁଥିବା ବେଳେ ବିଫଳ ହେଲେ ଓ ଗ୍ରାମବାସୀ ମାନେ ସେମାନଙ୍କୁ ଆୟତ୍ତ କରି ସ୍ୱାମୀ ଶେଖ ଅବ୍ରହାମ ହୁସେନ ଓ ଶାଶୁ ଲଜବୁନ ବି୍ଵି ଶଶୁର ଶେଖ ଅବଦୁଲ ହୁସେନ ଓ ଦେଢଶୁର   ଏକବାର ହୁସେନ ଙ୍କୁ ସାଲେପୁର ଥାନା  ପୋଲିସ ହେପାଜତରେ ଦେଇଥିଲେ | କିନ୍ତୁ ଅଭିଯୁକ୍ତ ମାନଙ୍କ ଭିତରୁ ନୁର ଜହନ ପରବିନଙ୍କ ନଣନ୍ଦମାନେ, ପିଉସା ଶଶୁର ଓ ପୁତୁରା ଘଟଣା ସ୍ଥଳ ରୁ ଫେରାର ଅଛନ୍ତି |

ଏହି ଅଭାବନୀୟ ଘାଟଣl ଘଟିଥିଲା ଯୌତୁକ ଦାବି ପାଇଁ |. ମୃତ ମହିଳାଙ୍କ ବିଧବା ମା, ଝିଅ ର ସ୍ୱାମୀ ଓ ଶାଶୁ ଶଶୁର ଙ୍କ ଦାବି ମୁତାବକ ଯୌତୁକ ଦେଇପାରିନଥିବା ରୁ ଝିଅ କୁ ସ୍ୱାମୀ ଶାଶୁ ଶଶୁର,ନଣଦ,ଦେଢଶୁର ଅଦ୍ୟାବଧି ବିବାହ ର ତିନି ବର୍ଷ ହେଲାଣି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଚାଲିଥିଲେ |

କିନ୍ତୁ ସୁଯୋଗ ଦେଖି ସେମାନେ ମିଶି ହୀନ ଚକ୍ରାନ୍ତ କରି ଝିଅ କୁ ହତ୍ୟା କଲେ ବୋଲି ଝିଅ ର ମା ରସନା ବିବି ଓ କିଛି ଗ୍ରାମବlସୀ ଅଭିଯୋଗ କରିଛନ୍ତି |

ସବୁ ଅଭିଯୋଗ ଭିତିରେ  ପୋଲିସ କେସ ନଂ. 105/21 ରେ ମାମଲା ରୁଜ୍ଜୁ କରି  ଥାନାରେ  ହତ୍ୟା, ଯୌତୁକ ନିର୍ଯାତନା ଅଭିଯୋଗ କୁ କେନ୍ଦ୍ର କରି 304 ବି,302, 498, 34 ଆଇପିସି ଦଫାରେ କେସ ରୁଜୁକରି ମୃତ୍ୟୁ ମହିଳାଙ୍କ ଅଭିଯୁକ୍ତ ସ୍ୱାମୀ ଶଶୁର ଶାଶୁ ଓ ଦେଢଶୁର ଙ୍କୁ କୋର୍ଟ ଚାଲାଣ କରିଛି | କିନ୍ତୁ ଆଉ 5 ଅଭିଯୁକ୍ତ ଫେରାର ଅଛନ୍ତି | ସେମାନେ ମୃତ ମହିଳାଙ୍କ ନଣନ୍ଦମlନେ ଓ ପିଉସା ଶଶୁର ଓ ପୁତୁରା ଫେରାର ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି |


    ତେବେ ସବୁ ଠାରୁ ବିଡମ୍ବନା ର ବିଷୟ ହେଉଛି ଯେ,  ମୃତ ମହିଳାଙ୍କର ଏକ 2 ବର୍ଷର ଶିଶୁ ପୁତ୍ର ଥିବା ବେଳେ ସେ ନିରୀହ କୋମଳମତି ଶିଶୁଟିର ଭବିଷ୍ୟତ କଣ ହେବ? କୋଉଠୁ ବା ପାଇବ ସେ ମା'ର ସ୍ନେହ ଓ ମମତା? ତାର ବା ଭୁଲ କଣ? ସେ କଣ ପାଇଁ ତା ନରହନ୍ତl ରାକ୍ଷସ ବାପର କର୍ମ ଫଳ ଭୋଗିବ? ଏହାର ଜବାବ ଦେବ କିଏ? ତେବେ ଆଉ କେତେ ଏହିଭଳି ବିଭତ୍ସ ବଧୂହତ୍ୟା ଘଟିଲା ପରେ ଯାଇ ଆମ ସୁପ୍ତ ସରକାର  ଚେତିବ |

ଯୌତୁକ ମହାମରୀ ଯୋଗୁ ଆଉ କେତେ ନିରୀହ କୋମଳମତୀ ଶିଶୁ ଅନାଥ ହେବl ପରେ,  ଆମ ପାଷାଣ ସରକାର ଙ୍କ ନିଦ ଭାଙ୍ଗିବ? ମୃତ ମହିଳାଙ୍କ ମା'ଦାବି କରିଛନ୍ତି ଦୋଷୀ କୁ ମିଳୁ ଫାଶୀ ? ତେବେ ଦେଖିବାକୁ ବାକି ରହିଲା ଆମ ସମ୍ବିଧାନ, ଆମ ସରକାର, ଆମ ଆଇନ କାନୁନ ଶାସନ ବ୍ୟବସ୍ଥା  ଦୋଷୀକୁ ଫାସୀ ଦେବ ନା ଜାମିନ?

Post a Comment

Please Select Embedded Mode To Show The Comment System.*

Previous Post Next Post