ନିରାଡ଼ମ୍ବର ଭାବେ ପାଳନ ହେଲା ବନବାସୀ ସେବା ସମିତିର ୫୦ତମ ପ୍ରତିଷ୍ଠା ଦିବସ

ନିରାଡ଼ମ୍ବର ଭାବେ ପାଳନ ହେଲା ବନବାସୀ ସେବା ସମିତିର ୫୦ତମ ପ୍ରତିଷ୍ଠା ଦିବସ

ନିରାଡ଼ମ୍ବର ଭାବେ ପାଳନ ହେଲା ବନବାସୀ ସେବା ସମିତିର ୫୦ତମ ପ୍ରତିଷ୍ଠା ଦିବସ


ବାଲିଗୁଡ଼ା,  ୨୬/୫: (ରିପୋର୍ଟ : ମିହିରକାନ୍ତ ମିଶ୍ର): ଆଜି ବୁଦ୍ଧ ଜୟନ୍ତୀ ତଥା ଗୋପବନ୍ଧୁ ଚୌଧୁରୀଙ୍କ ଜନ୍ମ ତିଥି । ଏଥିସହିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନବାସୀ ସେବା ସମିତିର ୫୦ତମ ପ୍ରତିଷ୍ଠା ଦିବସ । ବର୍ତ୍ତମାନ ସମୟରେ ମହାମାରୀ କରୋନା ଭୂତାଣୁ ଭୟଙ୍କର ରୂପ ନେଲାଣି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାସହ ଅନେକଙ୍କ ଜୀବନ ନେଲାଣି କିଲର୍ କରୋନା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ସଂକ୍ରମଣ ରୋକିବାକୁ । ଏଭଳି ପରିସ୍ଥିତିରେ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସରକାର ଲକ୍ ଡାଉନ୍, ସଟ୍ ଡାଉନ୍ ସହ ସଭାସମିତି,ବିବାହ,ବ୍ରତ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶକୁ ମାନି ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବାର୍ଷିକ ଉତ୍ସବ ପାଳନ ନକରିବା ପାଇଁ ସ୍ଥିର କରାଯାଇଥିଲା ବାଲିଗୁଡ଼ା ବନବାସୀ ସେବା ସମିତି ପକ୍ଷରୁ ।
ନିରାଡ଼ମ୍ବର ଭାବେ ପାଳନ ହେଲା ବନବାସୀ ସେବା ସମିତିର ୫୦ତମ ପ୍ରତିଷ୍ଠା ଦିବସ

କିନ୍ତୁ ଉକ୍ତ ଦିନରେ କୋଭିଡ୍ ନିୟମାବଳୀକୁ ଅନୁସରଣ କରି ଅନୁଷ୍ଠାନର କର୍ମୀ ମାନଙ୍କ ମଧ୍ଯରେ ସ୍ବର୍ଗତ ଗୋପବନ୍ଧୁ ଚୌଧୁରୀ ଓ ପୂଜ୍ୟ ଆଜ୍ଞା ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ସର୍ବଧର୍ମ ପ୍ରାର୍ଥନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା,ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ସମେତ ଅନୁଷ୍ଠାନର ଅଳ୍ପ କର୍ମକର୍ତ୍ତାଙ୍କୁ ନେଇ ନିରାଡ଼ମ୍ବର ଭାବେ ଅନୁଷ୍ଠାନ ପକ୍ଷରୁ ଉତ୍ସବ ପାଳନ ହୋଇଛି । ଶେଷରେ ଅନୁଷ୍ଠାନର ବିଶ୍ୱଜିତ୍ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବାସହ ବର୍ତ୍ତମାନ ସମୟରେ ସରକାରଙ୍କ ସମସ୍ତ ନିୟମ ମାନି ଆମେ ଚଳିଲେ ଏହି ମହାମାରୀ କରୋନା ଭୁତାଣୁକୁ ମାତ୍ ଦେଇ ଆମେ ସୁରକ୍ଷିତ ରହିପାରିବା ବୋଲି ମନ୍ତବ୍ୟ ଦେଇଥିଲେ ।

Post a Comment

Please Select Embedded Mode To Show The Comment System.*

Previous Post Next Post