ବିଜୁ ଜନତା ଦଳ ପକ୍ଷରୁ ତୁମୁଡିବନ୍ଧ ଠାରେ ଅନୁଷ୍ଠିତ ହେଲା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ !
ବାଲିଗୁଡା : 26/05/2021(ରିପୋର୍ଟ : ମିହିରକାନ୍ତ ମିଶ୍ର ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ସାମାଜିକ ଦୂରତା ଅବଲମ୍ବନ କରି ବିଜୁ ଯୁବ ଜନତା ଦଳ, ଓଡିଶା ପକ୍ଷରୁ ତୁମୁଡିବନ୍ଧ ଡାକ ବଙ୍ଗଳା ଠାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କରୋନା ମହାମାରୀ ସମୟରେ ଜନସାଧାରଣ ଙ୍କ ସୁରକ୍ଷା ପାଇଁ ଓ ରକ୍ତ ଅଭାବକୁ ଦୂର କରିବା ପାଇଁ ସ୍ଵେଛାକୃତ ଭାବେ ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ଯେଉଁମାନେ କରୋନା ମହାମାରୀ କୁ ନଡରି ଆଗେଇ ଆସିଛନ୍ତି ସେମାନଙ୍କୁ ମୋର କୋଟି କୋଟି ପ୍ରଣାମ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣି କହଁର , ତୁମୁଡିବନ୍ଧ ବ୍ଲକ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ, ବାଲିଗୁଡ଼ା ପୂର୍ବତନ ବିଧାୟକ ରାଜୀବ ପାତ୍ର ଓ ବହୁ ଯୁବ ବିଜୁ ଜନତା ଦଳର କର୍ମି, ପ୍ରମୁଖ ଯୋଗଦେଇଥିଲେ ।