କୋଭିଡ ନିୟମ ଉଲଂଘନ ପାଇଁ କୁଲୁରୁକୁମ୍ପାରେ ମେଡ଼ିସିନ ଦୋକାନ ସିଲ୍ !
ବାଣିଗୋଛା : 22/05/2021(ରିପୋର୍ଟ : ସୁବାଷ ବାରିକ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ କୁଲୁରୁଙ୍କୁମ୍ପl ଗ୍ରାମ ପଞ୍ଚାୟତର ଏକମାତ୍ର ରାଜୁ ମେଡ଼ିସିନ୍ ଷ୍ଟୋର | ପଞ୍ଚାୟତର ରୋଗୀ ଆଶୁ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି ଏହି ମେଡିସିନ ଷ୍ଟୋର ଉପରେ | ଆଜି ସ୍ଥାନୀୟ ଦଶପଲ୍ଲା ତହସିଲଦାର ମେଡ଼ିସିନ୍ ଷ୍ଟୋରକୁ ସିଲ୍ କରିଦେଇଚ୍ଛନ୍ତି l ତହସିଲଦାର ଙ୍କୁ ପଚାରି ବୁଝିବାରୁ ସେ କହିଲେ, କୋଭିଡ ନିୟମ ଉଲଘଂନ କରିବାରୁ ବାଣିଗୋଛା ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର, ଫାର୍ମlସିଷ୍ଟିଙ୍କ ରିପୋର୍ଟ ଅନୁସାରେ P. H. C. ଇନ୍ ଚାର୍ଜ ମଧ୍ୟଖଣ୍ଡର ଚିଠି କ୍ରମେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ସିଲ୍ କରାଗଲା |
ସୂଚନାରୁ ପ୍ରକାଶ ଯେ, ଗତ 5 ତାରିଖରେ କୁଲୁରୁକୁମ୍ପା ଅଙ୍ଗନବାଡି କେନ୍ଦ୍ରରେ କୋଭିଡ ଟେଷ୍ଟ ହୋଇଥିବାବେଳେ ସାବିତ୍ରୀ ସାହୁ କୋଭିଡ ଟେଷ୍ଟ କରିଥିଲେ | ଏହାର 3ଦିନ ପରେ ଫୋନ ଆସିଲା ସେ ପଜିଟିଭ ଅଛନ୍ତି | କିନ୍ତୁ କୌଣସି କୋଭିଡ ପରିଚାଳନାରେ ଥିବା ସରକାରୀ ବ୍ୟକ୍ତି ତାଙ୍କ ନିକଟକୁ ଆସିନଥିଲେ l ସେ ରାଜୁ ମେଡ଼ିସିନ୍ ଷ୍ଟୋର ରୁ ଔଷଧ ଆଣି ଖାଇଲେ, ଏବଂ ଆରୋଗ୍ୟ ଲାଭ କରିଛନ୍ତି | 14 ଦିନ ପରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରୁ ଏକ ଫୋନ କଲ ଆସିଲା | ସାବିତ୍ରୀ ସାହୁଙ୍କୁ ହୋମ୍ କ୍ୱାରେଣ୍ଟlଇନିରୁ ଡିସ୍ ଚାର୍ଜ କରାଯିବ ଏବଂ ପ୍ରଣାମ ପତ୍ର ଦିଆଯିବ | ଆସନ୍ତୁ ଶୁଣିବା ସାବିତ୍ରୀସାହୁ କଣ କହୁଛନ୍ତି..
.