କରୋନାରେ ଚାଲିଗଲେ ପରିବାରର ମୁଖ୍ୟ : ପରିବାର ଏବେ ବେସାହାରା !

କରୋନାରେ ଚାଲିଗଲେ ପରିବାରର ମୁଖ୍ୟ : ପରିବାର ଏବେ ବେସାହାରା !

କରୋନାରେ ଚାଲିଗଲେ ପରିବାରର ମୁଖ୍ୟ : ପରିବାର ଏବେ ବେସାହାରା !


ବାହାଡାଝୋଲା/ ନୟାଗଡ଼ (ବ୍ୟୁରୋ ):27/05/2021: କରୋନାର ଭୟାବହତାରେ ସାରା ଦେଶ | ଦ୍ଵିତୀୟ ଲହରୀ ଏତେଯେ ଭୟଙ୍କର ହେବ କିଏ କଳ୍ପନା କରି ନଥିଲେ | ପ୍ରଥମ ଲହର ଅପେକ୍ଷା ଦ୍ଵିତୀୟ ଲହରରେ ମୃତ୍ୟୁର ତାଣ୍ଡବ ଖେଳୁଛି କରୋନା | ଏଥର ଗ୍ରାମାଞ୍ଚଳ ବି ଛାଡ଼ୁନି କରୋନା ମହାମାରୀ | ଏପରିକି କେତେକ ପରିବାର ବେସାହାରା ହେଉଛନ୍ତି ନିଜର ଲୋକଙ୍କୁ ହରାଇ |  ଏମିତି ଏକ ଦୁଃଖ ଭରା ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା, ନୂଆଗାଁ ବ୍ଲକର ଘଡ଼େଇବନ୍ଧ ଗ୍ରାମରେ | ସେହି ଗାଁ ର ଯୋଗୀନାଥ ସାହୁ ଶ୍ରମିକ ଭାବେ କାମ କରି ନିଜ ଛୋଟ ସଂସାର ଚଳାଉଥିଲେ |  ହେଲେ ଆଜି କରୋନାରେ ତାଙ୍କର ଦେହାନ୍ତ ହୋଇଯାଇଛି | 
  ସୂଚନା ଅନୁସାରେ ସେ ଚାନ୍ଦପୁର କୋଭିଡ ହସ୍ପିଟାଲରେ ଗତ କିଛିଦିନ ଧରି ଚିକିତ୍ସିତ ହେଉଥିଲେ | ଗତକାଲି ରାତିରେ ଫୋନ ଆସିଲା ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି | ଏହାର କିଛି ସମୟପରେ ତାଙ୍କର ମୃତ୍ୟୁ ଘଟିଛି |  ପରିବାର ଲୋକଙ୍କ ସୂଚନା ଅନୁସାରେ ଆଜି ତାଙ୍କର ଶବ ସଂସ୍କାର କରାଯାଇଛି | ତାଙ୍କର ମୃତ୍ୟରେ ପରିବାର ଏବେ ଅସହାୟ | ପ୍ରକାଶ ଅଛିକି ତାଙ୍କର 3ଟି ଝିଅ, ପୂର୍ବରୁ 2ଟି ଝିଅଙ୍କର ବାହାଘର ସରିଯାଇଥିବାବେଳେ, ଏବେ ଗୋଟିଏ ଝିଅ ବାହାଡାଝୋଲା କଲେଜରେ +2ରେ ପଢୁଛନ୍ତି |  ରୋଜଗାର କରିବାକୁ ସେହି ପରିବାରରେ ଆଉ କେହି ପୁରୁଷ ଲୋକ ନାହାନ୍ତି... ଏହି ଦୁଃଖ ସମୟରେ ଝିଅର ଭବିଷ୍ୟତ  ପାଇଁ ଚିନ୍ତା କରି ମାଆ  ଅସହାୟ ମଣୁଛନ୍ତି |

Post a Comment

Please Select Embedded Mode To Show The Comment System.*

Previous Post Next Post