ଯୋଜନାମୟ ଓଡ଼ିଶାରେ, ସରକାରୀ ଯୋଜନାରୁ ବଞ୍ଚିତ ବିଧବା ମହିଳା !
ଦଶପଲ୍ଲା :28/05/2021(ରିପୋର୍ଟ :କ୍ଷୀରୋଦ ଚନ୍ଦ୍ର ପ୍ରଧାନ): ଯୋଜନା ମୟ ଓଡ଼ିଶାରେ ଯୋଜନାର ଅଭାବ ନାହିଁ | ଯେଉଁକାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ପର୍ଯ୍ୟନ୍ତ ଓଡିଶାବାସୀଙ୍କ ପାଇଁ ସେବା କରି ଆସୁଛନ୍ତି | ହେଲେ କେତେକ ଦୁର୍ନୀତି ଖୋର ରାଜନେତା ଓ ଅଫିସର ଯୋଜନାକୁ ଏମିତି ମାଡି ମକଚି ଅସ୍ତବ୍ୟସ୍ତ କରୁଛନ୍ତି ଯେ ପରୋକ୍ଷରେ ଶାସକଦଳ ସମାଲୋଚିତ ହେଉଛି |
ଆସନ୍ତୁ ଦେଖିବା ଦର୍ଶକ ବନ୍ଧୁ କଣ ରହିଛି ଘଟଣାର ଅନ୍ତରାଳେ ??
ଇଏ ହେଉଛନ୍ତି ରିତା ବେୱା | ବିଧବା ମହିଳା | ବର୍ଷେତଳୁ ସ୍ୱାମୀ, ରଞ୍ଜନ ନାୟକ ଆରପାରିକୁ ଚାଲିଗଲେଣି | ହେଲେ ଛାଡ଼ିଯାଇଛନ୍ତି ବିଧବା ପତ୍ନୀ ପାଇଁ କେବଳ ଦୁଃଖ ଆଉ କଷ୍ଟ | 4ବର୍ଷର ଝିଅ କୁ ନେଇ ମାଆ ରିତା କେବଳ ଭାଗ୍ୟକୁ ଆଦରି ବଞ୍ଚିଛନ୍ତି | କେନ୍ଦ୍ର ଓ ରାଜ୍ୟ ସରକାର ଏହିଭଳି ପରିବାର ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିଲେବି, ଏମାନଙ୍କ ପାଇଁ ହଜିଯାଉଛି ଯୋଜନା | ବର୍ଷ ବର୍ଷ ଧରି ଏମିତି ଅସହାୟ ହୋଇ ବଂଚୁଛନ୍ତି ଏମାନେ | ହରିଶ୍ଚନ୍ଦ୍ର ଯୋଜନା ବି ଏମାନଙ୍କ ପାଇଁ ସାତ ସପନ | ଏ ଖବର ପାଇ ଆମେ ଦଶପଲ୍ଲା ଏସ ଇ ଓ ଙ୍କୁ ଯୋଗାଯୋଗ କରିଥିଲୁ | ସେ କହିଲେ ତାଙ୍କୁ ଏହି ମାସରୁ ବିଧବା ଭତ୍ତା ଦିଆ ଯାଇଛି | ହେଲେ ସେ ଆଜି ପର୍ଯ୍ୟନ୍ତ ପାଇ ନାହାନ୍ତି ବୋଲି କହୁଛନ୍ତି | ଦଶପଲ୍ଲା ବିଡ଼ିଓ ଙ୍କ ସହିତ ଯୋଗାଯୋଗ କରିବାପାଇଁ ଚେଷ୍ଟାକଲୁ, କିନ୍ତୁ ବିଡ଼ିଓ ଙ୍କ ମୋବାଇଲ ସେବାରୁ ବଞ୍ଚିତ ଥିଲା !
ଆସନ୍ତୁ ଶୁଣିବା କଣ କହୁଛନ୍ତି ଏହି ବିଧବା ମହିଳା....??
ଏହି ଦୁଃଖିନୀ ମାଆ ଠାରୁ ଏହା ଶୁଣିବା ପରେ.. ସମସ୍ତଙ୍କ ମନରେ ପ୍ରଶ୍ନ ଆସେ.. ଏଭଳି ମାଆ ମାନେ କାହିଁକି ନିଷ୍ପେସିତ?? ଯୋଜନାର କାର୍ଯ୍ୟକାରିତା ଏମାନଙ୍କ ପାଖରେ ପହଁଚିପାରୁନି କାହିଁକି? ସ୍ୱାମୀ ଚାଲିଯିବାର ଗୋଟିଏ ବର୍ଷ ଯାଏଁ କାହିଁକି ମିଳିପାରିନି ବିଧବା ଭତ୍ତା? ହରିଶ୍ଚନ୍ଦ୍ର ଯୋଜନା ଆଜି କାହା ପାଇଁ? ଖାଦ୍ୟ ସୁରକ୍ଷାରେ ବିନିଯୋଗ ରାଜସ୍ବ ଯାଉଛି କୁଆଡେ?
ଦର୍ଶକ ବନ୍ଧୁ ଏ ଉତ୍ତର ଆପଣଙ୍କ ପାଖରେ ଅଛି... ଏ ଉତ୍ତର ଶାସନକଳ ଚଳାଉଥିବା ପ୍ରଶାସନ ପାଖରେ ଅଛି |