ଜଙ୍ଗଲ ଆମ ମାଆ ! ଜଙ୍ଗଲ ଜମିକୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ |

 ଜଙ୍ଗଲ ଆମ ମାଆ ! ଜଙ୍ଗଲ ଜମିକୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ |

ଜଙ୍ଗଲ ଆମ ମାଆ ! ଜଙ୍ଗଲ ଜମିକୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ |



ନୂଆଗାଁ : 04/05/2021(ରିପୋର୍ଟ : ନିରଞ୍ଜନ ସାହୁ): ଜଙ୍ଗଲ ଆମର ମାଆ ! ଜଙ୍ଗଲ ଉପରେ ନିର୍ଭର କରନ୍ତି ଆଦିବାସୀ ! କିନ୍ତୁ କିଛି ଖଳ ପ୍ରକୃତିର ଲୋକ ନିଜ ସ୍ୱାର୍ଥ ପାଇଁ ଜଙ୍ଗଲକୁ ଧ୍ବଂସ କରୁଛନ୍ତି | ଏପରି ଯଦି ପ୍ରାକୃତିକ ଜଙ୍ଗଲ ଧ୍ବଂସ ପାଇବ, ତାହେଲେ ଜୀବନ ଦୁର୍ବିସୟ ହୋଇପଡିବ | ଏହାସହିତ ଜଙ୍ଗଲ ଉପରେ ନିର୍ଭର କରି ଜୀବନ ଓ ଜୀବିକା ଚଳାଉଥିବା ଆଦିବାସୀମାନଙ୍କର ଅବସ୍ଥା ଯେ କଣ ହେବ, ତାହା ଏବେଠାରୁ ଜଣାପଡୁଛି |ସେମାନଙ୍କ ଜୀବିକା ଆଗାମୀ ଦିନରେ ଅସହାୟ ହୋଇପଡିବ | 

     ଏଣୁ ସେମାନେ ଆଜି ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏମିତିକା ଅଭିଯୋଗ ଆଣିଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଆଦିବାସୀ ବହୁଳ ମାଳିସାହି ପଞ୍ଚାୟତର ସାନ ହାମରା ଗ୍ରାମବାସୀମାନେ |  ନୂଆଗାଁ ତହସିଲଦାରଙ୍କୁ ଏହି ବିଷୟରେ ଅଭିଯୋଗ କରିଛନ୍ତି | ଏଥିସହ ମାଳିସାହି ଫାଣ୍ଡିରେ ଅଭିଯୋଗ ମଧ୍ୟ କରିଛନ୍ତି । ହେଲେ ଗ୍ରାମବାସୀଙ୍କ ଏହି ଭଳି ଅଭିଯୋଗକୁ ପ୍ରଶାସନ ଆଗକୁ କିପରି ସମାଧାନ କରୁଛି, ତାହା ସମୟ କହିବ |  ଆଦିବାସୀଙ୍କ ଜୀବନ ଓ ଜୀବିକାର ଭୂମିକୁ ରକ୍ଷା କରୁଛି, ନା କ୍ଷମତାକୁ ଲୁଚାଇ ରଖୁଛି ? ଖବର ପ୍ରସାରଣ ବେଳକୁ ବିପକ୍ଷଙ୍କ ମତାମତ ଆମର ହସ୍ତଗତ ହୋଇନି | ଆଗକୁ ଏହି ଖବର ଜାରି ରହିବ |

Post a Comment

Please Select Embedded Mode To Show The Comment System.*

Previous Post Next Post