କର୍କଟ ରୋଗରେ ପୀଡ଼ିତା ଅସହାୟା ବିଧବା ମହିଳା 'ବାଉରୀ'ଙ୍କ ପାଇଁ ବାଟବଣା ସରକାରୀ ସ୍ୱାସ୍ଥ୍ୟ ସେବା !
ନୂଆଗାଁ : 04/05/2021(ରିପୋର୍ଟ : ପ୍ରଦୀପ୍ତ କୁମାର ସାହୁ ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଡିମିରିପଲ୍ଲି ମୌଜା ର ଜଣେ ଅସହାୟା ବିଧବା ମହିଳା ବାଉରୀ ମଳିକ ଦୀର୍ଘ ଏକ ବର୍ଷ ଧରି ମୁଖକର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସହ୍ୟ ଦୁଃଖ ଯନ୍ତ୍ରଣା ମଧ୍ୟରେ ଜୀବନ ଅତିବାହିତ କରିଆସୁଛନ୍ତି।ଏହି କର୍କଟ ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରି ଚିକିତ୍ସିତ ହେବା ପାଇଁ ଅସମର୍ଥ ଥିବାରୁ ଜୀବନ ମୃତ୍ୟୁ ର ସଂଘର୍ଷ ମଧ୍ୟରେ ଭାଗ୍ୟକୁ ଆଦରି ପଡିରହିଛନ୍ତି। ସୂଚନା ଅନୁଯାୟୀ ଆଦିବାସୀ ବହୁଳ ଡିମିରୀପଲ୍ଲି ମୌଜା ର ବାସିନ୍ଦା " ବାଉରୀ ମଳିକ",ସେଜଣେ ଦିନମଜୁରିଆ,ସେ ମୁଲମଜୁରୀ କରିବା ସହିତ ମିଳୁଥିବା ବିଧବା ଭତ୍ତା ଟଙ୍କା ଓ ଚାଉଳ ରେ ଦୁଃଖ, କଷ୍ଟ ଓ ଯନ୍ତ୍ରଣା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି।ସ୍ଵାମୀ ଦୁର୍ଯ୍ୟଧନ ମଳିକ ଦୀର୍ଘ ୧୫ ବର୍ଷ ହେଲା ଆରପାରିରେ।ତାଙ୍କର କେବଳ ଅଛନ୍ତି
୨ଝିଅ,ବଡ଼ ଝିଅ ପାଖରେ ଥିବା କାମ୍ପଲ୍ଲା ଗ୍ରାମରେ ରହୁଥିବା ବେଳେ ସାନ ଝିଅ ରହୁଛନ୍ତି ଦଶପଲ୍ଲାରେ।ଦୁଃଖ କଷ୍ଟ ମଧ୍ୟରେ ଚଳୁଥିବା ଥିବା ବଡ଼ଝିଅ କେବଳ ତାଙ୍କର ଦୁଃଖ,ସୁଖରେ ସାହା ହେଉଥିବା କଥା କହିଛନ୍ତି ।ବାଉରୀ ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମେ ତାଙ୍କ ମୁହଁରେ ଏକ ଘା ହୋଇଥିଲା |ସେ ସେଥିପ୍ରତି ଗୁରୁତ୍ବ ନଦେବାରୁ ସମୟକ୍ରମେ ତାହା କିଛିଦିନ ପରେ କର୍କଟ ରୋଗରେ ପରିଣତ ହୋଇଥିଲା | ନୟାଗଡ଼ ଜିଲ୍ଲା ଡାକ୍ତରଖାନା ଓ ଓଡ଼ଗାଁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା | ସେଜଣେ ଅସହାୟ ,ଗରିବ ବିଧବା ମହିଳା, ନା ତାଙ୍କ ପାଖରେ ଚିକିତ୍ସା ହେବା ପାଇଁ ଅର୍ଥ ଅଛି ନା ପାରିବାରିକ ସହାୟତା ! କେବଳ ଚେରମୂଳି ଔଷଧ ପାଇଁ ବହୁତ କଷ୍ଟ କରି ଅର୍ଥ ଯୋଗାଡ଼ କରିବାକୁ ପଡୁଛି | ଭାଗ୍ୟକୁ ଆଦରି ଭଗବାନଙ୍କ ଭରସାରେ ସେ ବଞ୍ଚିରହିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଏହି ବିଧବାଙ୍କ ପାଇଁ କେବଳ ପ୍ରହସନ | ସ୍ୱାସ୍ଥ୍ୟକେନ୍ଦ୍ରରେ କର୍କଟ ରୋଗର ପରାମର୍ଶ ଏବଂ ଚିକିତ୍ସା ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି | ଏହା ସହିତ ୧୨ଟି ସ୍ୱାସ୍ଥ୍ୟସେବା ଜନସାଧାରଣଙ୍କୁ ମାଗଣାରେ ଯୋଗାଇ ଦେଉଥିବା ପାଇଁ ପ୍ରଚାର କରୁଛନ୍ତି | ଏଥିପାଇଁ ସ୍ଵାସ୍ଥ୍ୟକେନ୍ଦ୍ରରେ ପାଳନ ହେଉଛି ଅନେକ କର୍ମଶାଳା, ହେଲେ ବାଉରୀଙ୍କ ପାଇଁ ଏ କର୍ମ ଶାଳା କେବଳ ପ୍ରହସନ ! ମାଗଣା ସ୍ବାସ୍ଥ୍ୟସେବା କଥା କହୁଥିବା ଓ ଏଥିନେଇ ସଚେତନ ବାର୍ତ୍ତା ବାଣ୍ଟୁଥିବା ସ୍ୱାସ୍ଥ୍ୟ ବିଭାଗ ପ୍ରକୃତରେ ସାଧାରଣ ଅସହାୟ ଗରିବ ଲୋକମାନଙ୍କ ପାଇଁ କେତେ ଦରଦ, ତାହାର ଜ୍ୱଳନ୍ତ ଉଦାହରଣ ବାଉରୀ ମଳିକ | ସତରେ ଏମାନଙ୍କ ପାଇଁ ବାଟବଣା ଅନେକ ଯୋଜନା । ଅସହାୟା " ବାଉରୀ"ଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ଲୋକପ୍ରତିନିଧି,ପ୍ରଶାସନ ଓ ସହୂର୍ଦୟ ବ୍ୟକ୍ତି ମାନେ ହାତ ବଢାଇଲେ,ହୁଏତ "ବାଉରୀ " କର୍କଟ ରୋଗ ର ଯନ୍ତ୍ରଣାରୁ ମୁକ୍ତହୋଇପାରିବ।

Tags:
Local news