ଶ୍ରେୟସୀ ଅନଲାଇନ ପତ୍ରିକା ଉଦ୍ୟଗରେ ବହୁ ଭାଷୀ କବିତା ପାଠ ।
କୋଲକାତା : 24/05/2021(ରିପୋର୍ଟ :ସନାତନ ମହାକୁଡ଼): ଗତ ରବିବାର ବାଲିସାଇ ,ପୂର୍ବ ମେଦିନିପୁର ରୁ ପ୍ରକାଶିତ ଶ୍ରେୟସୀ ଅନଲାଇନ ପତ୍ରିକା ବ୍ୟବସ୍ଥାପନାରେ ଅନୁଷ୍ଠିତ ହୋଇଛି ଗୁଗୁଲ ମିଟ ଜରିଆରେ କବିତା ଅସାର । ସମ୍ପାଦକ ବରୁଣ କୁମାର ଦାସଙ୍କ ସଞ୍ଚାଳନାରେ ପ୍ରାୟ ଦୁଇ ଘଣ୍ଟା ଧରି ଚାଲି ଥିବା ଏଇ ଆସରରେ ମନନ ପତ୍ରିକା ସହ ଯୁକ୍ତ ସୁକୁମାର ଭୂୟାଁ ,ପ୍ରଦୀପ କୁମାର ଜାନା ,ଶୁଶାନ୍ତ ସାହୁ ,ଗୌତମ ପ୍ରାମାଣିକ, ଚନ୍ଦନ ସିଟ, ପ୍ରଣବ ଭଟାଚାର୍ୟ୍ଯ ପ୍ରମୁଖ ବଙ୍ଗଳା ଭାଷାରେ କବିତା ପାଠ କରିଥିଲେ ।ରାମନଗର କଲେଜର ବଙ୍ଗଳା ବିଭାଗର ମୁଖ୍ୟ ଲିପିକା ପଣ୍ଡା ଙ୍କ କବିତା ଥିଲା ବେଶ ସମାଦ୍ରୁତ । ଗୁଜୁରାଟ ର ଉଭୟ ହିନ୍ଦୀ ଏବଂ ବଙ୍ଗଳା କବିତା ପାଠ କରିଥିଲେ ରଜତ ସନ୍ୟାଳ ।କୁଚବିହାର ରୁ ଟୋପେଷ ଭୌମିକଙ୍କ ସାଏରୀ ଓ କବିତା ଉପସ୍ଥିତ ସଭିଙ୍କୁ ମୁଗ୍ଧ କରିଥିଲା । ଓଡ଼ିଶାରୁ ଯୋଡି ହୋଇ ଥିଲେ ସନାତନ ମହାକୁଡ଼ ଏବଂ କବିତା ପାଠ କରି ନିଜ ସୃଜନଶୀଳତାର ପରିଚୟ ସୃଷ୍ଟି କରି ଥିଲେ । ବେହେଲା ,କଲିକତା ରୁ ଉପସ୍ଥିତ ଥିଲେ କ୍ରିଷ୍ଣା ପାଲ । ପୁରୁଲିଆ ରୁ ଥିଲେ ପେଷାରେ ପ୍ରଧାନ ଶିକ୍ଷକ ଦେବାଶିଷ ସରଖେଳ ।ଉତ୍ତର ୨୪ ପ୍ରଗଣାର କବି ବିଜନ ମଜୁମଦର ଙ୍କ କବିତା ପ୍ରଶଂସିତ ହୋଇ ଥିଲା ।ଶେଷରେ କବିତା ପାଠ କରି ଥିଲେ ବିଶିଷ୍ଟ ଦିଭାଷୀ କବି ଓ ଅନୁବାଦକ କାନ୍ଥିର ସ୍ୱପନ କୁମାର ପାହାଡ଼ି । ଏଇ ସମୟରେ ଏଇ ପରି କବିତା ଆସର କୁ ପ୍ରସଂଶା କରି ଥିଲେ ବହୁ ଉପସ୍ଥିତ ସାହିତ୍ୟ ପ୍ରେମୀ ।
Tags:
Local news