ବୃତ୍ତଙ୍ଗ ସେତୁ ନିର୍ମାଣ, ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି : କୁଜାମେଣ୍ଢୀ ଅଞ୍ଚଳର ଅନେକ ଗ୍ରାମ ଏବେବି ସହରଠୁ ବିଛିନ୍ନ !
ଦଶପଲ୍ଲା : ନୟାଗଡ଼ ଖବର : 10/05/2021 ( ରିପୋର୍ଟ -ପ୍ରକାଶ କୁମାର ନାୟକ ) : ଦୀର୍ଘ ଦିନ ଧରି ବୃତ୍ତଙ୍ଗ ନଦୀ ରେ ସେତୁ ନିର୍ମାଣ ପାଇଁ ଅଞ୍ଚଳ ବାସୀ ଏକତ୍ରିତ ହୋଇ ବହୁ ବାର ସଭା ସମିତି କରି ସରକାର ଙ୍କୁ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ଏ ଅଂଚଳର ମୁଖ୍ୟ ସମସ୍ୟା ର ସ୍ଥାୟୀ ସମାଧାନ ଆଜି ପର୍ଯ୍ୟନ୍ତ ହୋଇ ନ ପାରିବାରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ସୀମାନ୍ତ କୁଜାମେଣ୍ଢି ଗ୍ରାମ ପଞ୍ଚାୟତ ର ଅଞ୍ଚଳ ବାସୀ ଙ୍କ ମନରେ ଅସନ୍ତୋଷ ଦେଖାଦେଇଛି | କୁଜାମେଣ୍ଢି ଠାରୁ ବଣି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ବୃତଙ୍ଗ ଓ କଲରା ର ମିଶ୍ରଣରେ ଏକ ନଦୀ ପଡ଼େ . ନଦୀର ଅପର ପାର୍ଶ୍ଵରେ ଥିବା ଗ୍ରାମ ଯଥା - ବଣି , ପଧାନପଡ଼ା , ମୁଣ୍ଡଳା , ତଳ ମୁଣ୍ଡଳା ଗାଡ଼ିଆପଡ଼ା , ଟିକି ତଇଲା , ଗୁଡ଼ିକ ର ଶତାଧିକ ଜନସାଧାରଣ ସଦାସର୍ବଦା ନଦୀ ଡେଇଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରୁ ରାସନ ସାମଗ୍ରୀ ଓ ଭତ୍ତା ଆଣିବା ସହିତ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ନିର୍ଭର କରି ଯାତାୟାତ କରିଥାନ୍ତି ଏହି ରାସ୍ତାରେ | ଜନସାଧାରଣ ଙ୍କ କହିବା କଥା ହେଲା ବୃତ୍ତଙ୍ଗ ନଦୀରେ ସେତୁ ନିର୍ମାଣ ପାଇଁ ସ୍ଥାନୀୟ ପ୍ରଶାସନକୁ ଓ ସରକାର ଙ୍କୁ ଦାବିପତ୍ର ଦେବା ବେଳେ ସ୍ଥାନୀୟ ପ୍ରଶାସକ ସେତୁ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରାଯିବ କହି ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ କରାଗଲା ନାହିଁ କାହିଁକି ? ବର୍ଷା ଦିନେ ଜରୁରୀ କାଳୀନ ସେବା ସହିତ ଲୋକଙ୍କର ବିଭିନ୍ନ କାର୍ଯ୍ୟପାଇଁ ଯାତାୟାତ ରେ କେବେ ସୁଧାର ଆସିବା ସହିତ ଅଞ୍ଚଳ ବାସୀ ଙ୍କ ମୁଖ୍ୟ ସମସ୍ୟା ର ସ୍ଥାୟୀ ସମାଧାନ ହେବ ସେଥିପାଇଁ ଅଞ୍ଚଳ ବାସୀ ସରକାର ଙ୍କୁ ନିବେଦନ କରିଛନ୍ତି |
CORONA VIRUS STATUS