ହାତ ଗୋଡ଼ ନଥିବା ଅଦ୍ଭୁତ ଶିଶୁ ଜନ୍ମ !

ହାତ ଗୋଡ଼ ନଥିବା ଅଦ୍ଭୁତ ଶିଶୁ ଜନ୍ମ !

ହାତ ଗୋଡ଼ ନଥିବା ଅଦ୍ଭୁତ ଶିଶୁ ଜନ୍ମ !


କୋରାପୁଟ:27/05/2021(ବ୍ୟୁରୋ ):  କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କୁମୁଲି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଏକ ଅଦ୍ଭୁତ ଶିଶୁପୁତ୍ର ଜନ୍ମ ହୋଇଛି ।ପ୍ରାପ୍ତ ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ନାରୀଗାଁ ପଂଚାୟତ ଚାରାମୂଳ ଗ୍ରାମର ରତନ ବିନ୍ଧାଣି ପତ୍ନୀ ଡମାଇ ବିନ୍ଧାଣି ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ । ସ୍ଥାନୀୟ ଆଶା କର୍ମୀଙ୍କ ସହାୟତାରେ କୁମୁଲି ମେଡିକାଲ ରେ ଭର୍ତ୍ତି କରିଥିଲେ। ସେଠାରେ ଡମାଇ ବିନ୍ଧାଣି ଗର୍ଭରୁ ଏକ ହାତ ଗୋଡ଼ ନଥିବା ବେଳେ ମଳ ଦ୍ୱାର ମଧ୍ୟ ନାହିଁ। ଅଜବ ଶିଶୁପୁତ୍ର ଜନ୍ମ ହୋଇଛି । କୁମୁଲି ଡାକ୍ତରଖାନା ରେ ଜନ୍ମିତ ଏହି ଶିଶୁକୁ ସଂଗେ ସଂଗେ କୋରାପୁଟ ଏସଏଲଏନ ମେଡିକାଲ କଲେଜ କୁ ପଠାଯାଇଛି ବୋଲି କହିଥିଲେ ବୋରିଗୁମ୍ମା ଗୋଷ୍ଟି ସ୍ୱସ୍ଥ୍ୟକେନ୍ଦ୍ର ଅଧିକାରୀ ରାଜାରାମ ସ୍ୱାଇଁ । କିନ୍ତୁ ପରିବାର ଲୋକେ ଜନ୍ମିତ ଶିଶୁଟି କୁ ଧରି ସନ୍ଧ୍ୟା ସମୟରେ ଘରେ ପହଞ୍ଚିବା ସୂଚନା ମଧ୍ୟ ମିଳିଛି ଏବେ ଶିଶୁଟି ସୁସ୍ଥ ଥିବା ଜଣାପଡିଛି।

Post a Comment

Please Select Embedded Mode To Show The Comment System.*

Previous Post Next Post