ଡ଼ାକବାଜି ଯନ୍ତ୍ର ଦ୍ବାରା ମହାମାରୀ ଭୟାବହତାକୁ ସଚେତନ କଲେ ସରପଞ୍ଚ !

ଡ଼ାକବାଜି ଯନ୍ତ୍ର ଦ୍ବାରା ମହାମାରୀ ଭୟାବହତାକୁ ସଚେତନ କଲେ ସରପଞ୍ଚ !

ଡ଼ାକବାଜି ଯନ୍ତ୍ର ଦ୍ବାରା ମହାମାରୀ ଭୟାବହତାକୁ ସଚେତନ କଲେ ସରପଞ୍ଚ !


ନୂଆଗାଁ : 17/05/2021( ରିପୋର୍ଟ : ନିରଞ୍ଜନ ସାହୁ): ଭାରତରେ କରୋନା ଜୀବାଣୁଙ୍କର ଦ୍ୱିତୀୟ ତରଙ୍ଗ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ |  କରୋନା ଜୀବାଣୁର ଦ୍ୱିତୀୟ ତରଙ୍ଗ ବର୍ତ୍ତମାନ ଭାରତରେ ଏହାର ପ୍ରଭାବ ଦେଖାଉଛି ଏବଂ ତୃତୀୟ ତରଙ୍ଗ ବିଷୟରେ ବିଶେଷଜ୍ଞମାନେ ମଧ୍ୟ ଚେତାବନୀ ଦେଇଛନ୍ତି।  କରୋନାର ଏହି ବିସ୍ଫୋରଣ ମଧ୍ୟରେ ଅନେକ ଲୋକ ପ୍ରାଣ ହରାଇଲେଣି, ଅନେକେ ଚିକିତ୍ସା ପାଇଁ ଇଚ୍ଛା କରୁଥିବା ଦେଖାଯାଉଥିଲା |  ସମସ୍ତ ସଙ୍କଟ ମଧ୍ୟରେ ଦେଶରେ କରୋନା ବିରୋଧରେ ଲଢେଇ ଚାଲିଛି, ଟୀକାକରଣ କାମ ମଧ୍ୟ ଚାଲିଛି।  ସାରା ଭାରତରେ କୋରାନା ମହାମାରୀର କାୟା ବିସ୍ତାର କରିଚାଲିଥିବା ବେଳେ ସବୁଆଡେ ଆତଙ୍କ ଖେଳିଯାଇଛି | ଏହି ଭୟାବହତା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର 22 ଟି ପଂଚାୟତରେ ମଧ୍ୟ ଭୟାବହ ହେବାରେ ଲାଗିଛି | ଆଜି ସୁଦ୍ଧା 776ଟି ସକାରାତ୍ମକ ମାମଲା ଚିହ୍ନଟ ହୋଇଥିବା ବେଳେ 336ଟି ଆକ୍ଟିଭ କେସ ରହିଛି | ମୁଖ୍ୟତଃ ଗ୍ରାମାଞ୍ଚଳରେ ପ୍ରଶାସନର ତାଗିତ କମ୍ ଥୀବାରୁ ସଂକ୍ରମଣ ବଢିବାରେ ଲାଗିଛି | ବ୍ଲକର ବିଭିନ୍ନ ପଂଚାୟତର ଗାଁ କଣ୍ଟେନମେଣ୍ଟ କରାଯାଇଛି, ତଥାପି ପ୍ରଶାସନର ଅବହେଳା ଯୋଗୁଁ ଅମାନିଆଙ୍କୁ ସାବାଡ କରିବାରେ ବିଫଳ ଭଳି ମନେହେଉଛି । 

   ଏହି ସମୟରେ ନୂଆଗାଁ ଗ୍ରାମପଞ୍ଚାୟତର ସରପଂଚ ଗଜେନ୍ଦ୍ର ନାଥ ପ୍ରଧାନ ଦିନ ରାତି ଏକକରି ଲୋକଙ୍କ ସମସ୍ୟା ବୁଝିବା ସହିତ ବିଭିନ୍ନ ସାହିରେ କରୋନା ଟେଷ୍ଟ ସହ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରି ଚର୍ଚ୍ଚାରେ ଅଛନ୍ତି | ଆଜି ଲୋକଙ୍କୁ ସଚେତନତା କରିବା ପାଇଁ ଡ଼ାକବାଜି ଯନ୍ତ୍ର ଦ୍ବାରା ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରିଥିଲେ |

ଏହି ଗାଡ଼ିକୁ ଆନୁଷ୍ଠାନିକ ଭାବେ ଜି ପି ଓ ସାଧୁ ଚରଣ ସାହୁ,  ସରପଂଚ ଗଜେନ୍ଦ୍ର ନାଥ ପ୍ରଧାନ ଓ ପଂଚାୟତ ସଂପ୍ରସାରଣ ଅଧିକାରୀ ପ୍ରଶ୍ନନ କୁମାର ତାରେଣିଆ  ଆରମ୍ଭ କରିଥିଲେ  | ଗାଁ' ଗାଁ' ବୁଲି ଲୋକଙ୍କ ପାଖରେ ପହଂଚି ଲୋକଙ୍କୁ ସଚେତନତା କରିବା ସହିତ ଦିନ ରାତି ଲୋକଙ୍କ ସମସ୍ୟା ବୁଝୁଥିବାରୁ ସାଧାରଣରେ ସରପଂଚ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।

Post a Comment

Please Select Embedded Mode To Show The Comment System.*

Previous Post Next Post