ଲକଡାଉନର ବିପଦରେ ଅସହାୟ ବାପା ମାଁ ଛେଉଣ୍ଡ ଭାଇ ଭଉଣୀ ! ସହାୟତା ପାଇଁ କଲେ ଆକୁଳ ନିବେଦନ !
ନୂଆଗାଁ : 23/05/2021(ରିପୋର୍ଟ : ନିରଞ୍ଜନ ସାହୁ): ଦୁନିଆକୁ ଭଲ ଭାବରେ ଚିହ୍ନିବା ଆଗରୁ ବାପା କ୍ୟାନ୍ସରରେ ପୀଡ଼ିତ ହୋଇ ଆରପାରିକୁ ଚାଲିଗଲେ | ଏହାର କିଛି ବର୍ଷ ପରେ ମାଆ ମଧ୍ୟ ଚାଲିଗଲା ସେହି ଅଜଣା ରାଇଜକୁ ! ହେଲେ ଅନାଥ ହୋଇ ରହିଗଲେ ଦୁଇ ସନ୍ତାନ | ବିଲବାଡ଼ି ଯାହାଥିଲା ସବୁ ଦେହ ଦେଖାରେ ସରିଯାଇଛି | ଜିଲ୍ଲା ପ୍ରଶାସନ ତରଫରୁ ମାସିକ 1000ଟଙ୍କାରେ ଚଳୁଛନ୍ତି ଏହି ଦୁଇ ଭାଇ ଭଉଣୀ ! ବଂଚିବା ପାଇଁ ଆକୁଳ ନିବେଦନ କରୁଥିବା ଭାଇ ଭଉଣୀ ଏବେ ମାସିକ 10କିଲୋ ରେସନ ରେ ବହୁତ କଷ୍ଟରେ ବିତାଉଛନ୍ତି ଜୀବନ | ଅତି ଦୁଃଖରେ କୁହନ୍ତି ଏମିତିକା ଦୁଃଖ ଭଗବାନ ଆଉ କାହାରିକୁ ନ ଦିଅନ୍ତୁ ।
ହଁ ଦର୍ଶକ ବନ୍ଧୁ ଏମିତି ଏକ ଦୁଃଖୀ ପରିବାର ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାରେ | ନୂଆଗାଁ ବ୍ଳକ ଅନ୍ତର୍ଗତ ବେରୁଆଁବାରୀ ପଂଚାୟତର ବଧୁଲିପୁର ଗାଁ' ରେ | ସ୍ବର୍ଗତ କିଶୋର ମହାକୁଡ଼ ଓ ବାସନ୍ତୀ ମହାଙ୍କୁଡ ଙ୍କ ଦୁଇ ଅନାଥ ଶିଶୁ ସୁରେଖା ଓ ସ୍ବଦେଶ | କ୍ୟାନ୍ସରରେ ପୀଡ଼ିତ ହୋଇ କିଛି ବର୍ଷ ବ୍ୟବଧାନରେ ବାପା ଓ ମାଆ ଆରପାରିକୁ ଚାଲିଗଲେ | ପୁଅ ସ୍ବଦେଶ ମହାକୁଡ଼ ଦଶମ ଶ୍ରେଣୀ ପାସ କରିଛି ଏବଂ ଝିଅ ସୁରେଖା ମହାକୁଡ଼ (+୨)ରେ ପଢୁଛନ୍ତି | ଅତି ଦୁଃଖରେ ଭାଇ ଭଉଣୀ ଦୁଇ ଜଣ ପଢ଼ିବା ସହିତ ଅଧାଗଢ଼ା ଘରେ ଚାଲିଯାଉଥିଲେ, କିନ୍ତୁ ମହାମାରୀ କରୋନା ସେମାନଙ୍କ ଚଳିବା ବନ୍ଦ କରିଦେଇଛି | ପଂଚାୟତ ରୁ ମିଳୁଥିବା 10କିଲୋ ଚାଉଳ ସେମାନଙ୍କ ପାଇଁ ନିଅଣ୍ଟ ହେଉଛି |
ଏହି ଭଳି ବିପଦ ଜନକ ସମୟରେ ସୋସିଆଲ ମିଡ଼ିଆ ରୁ ଖବର ପାଇ ବାହାଡ଼ା ଝୋଲା ପଂଚାୟତର ଦରଦୀ ମଣିଷ ପ୍ରମୋଦ କୁମାର ସାହୁ (କାବୁଲି ଭାଇ) ଆଜି ସକାଳୁ ଯାଇ ଭାଇଭଉଣୀ ଙ୍କ ଦୁଃଖ ଦେଖି କିଛି କପଡ଼ା , ଚାଉଳ ଓ କିଛି ଟଙ୍କା ସହାୟତା କରିଛନ୍ତି | ସେ ନିଜ ଫୋନ୍ ନମ୍ବର ଦେଇ କିଛି ଅସୁବିଧା ହେଲେ ଏହି ନମ୍ବର ରେ ଫୋନ୍ କରିବା ପାଇଁ ସାନ୍ତନା ଦେଇଛନ୍ତି ।
ଏହି ମହାମାରୀ ସମୟରେ କିଛି ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ଭାଇ ଭଉଣୀ ।