ମନୋବଳ ହିଁ ସବୁ ସମସ୍ୟାର ସମାଧାନ : ଗୋଟିଏ ଦିନରେ ନଳକୂଅ ଖୋଳି ଗ୍ରାମବାସୀଙ୍କୁ ଜଳ ଯୋଗାଇଲେ ସମିତି ସଭ୍ୟ !
ନୂଆଗାଁ : 26/05/2021(ରିପୋର୍ଟ : ନିରଞ୍ଜନ ସାହୁ): ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତାର ପ୍ରଥମରେ ଅଛି "ଜଳ " | ପାଣି ଟୋପାଏ ପାଇଁ ଲୋକମାନେ ନାନା କସରତ କରୁଛନ୍ତି | ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିଲେ, ଖୋଲା ପୋକ ସାଲୁବାଲୁ କୁଅରୁ ପାଣି ନେଇ ଆବଶ୍ୟକତା ପୂରଣ କରୁଥିଲେ । ଗାଁ 'ରେ ନଳକୂଅ ଟିଏ ନଥିଲା | ବିଭାଗୀୟଙ୍କୁ ଗୁହାରି କରି ଥକିଯାଇଥିଲେ ଖାଲମଡ଼ା ଗ୍ରାମର ମହୁଲସାହି ବାସିନ୍ଦା |
ହେଲେ ଆଶୀର୍ବାଦ ସ୍ୱରୂପ ସେଦିନ ସେହି ଗାଁ"କୁ ଆସିଥିଲେ ସ୍ଥାନୀୟ ସମିତି ସଭ୍ୟ | ଉଦ୍ଦେଶ୍ୟ ଥିଲା କରୋନା ସମୟରେ ଅସହାୟ ଲୋକମାନକୁ କିଛି ଖାଦ୍ୟ ଦେବାପାଇଁ | ସେଠାରେ ସେ ଦେଖିଲେ ପାନୀୟ ଜଳର ଅଭାବ | ଏହି ସମସ୍ୟା ସେ ନୂଆଗାଁ ବିଡ଼ିଓ ବିଭୁଦ ଗଡ଼ନାୟକଙ୍କ ପାଖରେ ଉପସ୍ଥାପନ କଲେ | ଫଳ ସ୍ୱରୂପ ସେଠାରେ ଗୋଟିଏ ଦିନରେ ନଳକୂଅ ଖୋଳାଯାଇ ସମ୍ପୂର୍ଣ୍ଣ କରାଯାଇଛି |
ଏମିତିକା ଦୁଶ୍ୟ ଦେଖୀବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ | ଗୋଟିଏ ଦିନରେ ସମସ୍ୟାର ସମାଧାନ ସହ ନଳକୂପ ଖୋଳାଯିବ ହେତୁ ଗ୍ରାମ ବାସି ଙ୍କ ଖୁସି କହିଲେ ନସରେ | ସମିତି ସଭ୍ୟ ତଥା ଲୋକ ପ୍ରିୟ ସମାଜସେବୀ ରମେଶ ଚନ୍ଦ୍ର ପ୍ରଧାନ ନଡ଼ିଆ ବାଡ଼େଇ ନୂତନ ନଳକୂଅ ଉଦ୍ଘାଟନ କରିଥିଲେ | ଫଳରେ ଗ୍ରାମବାସମାନେ ବିଡ଼ିଓ ଓ ସମିତି ସଭ୍ୟ ଙ୍କୁ ଧନ୍ୟବାଦ ଦେଇଥିଲେ ।