ନୂଆଗାଁ ବ୍ଳକ ରେ ଚାଲିଛି ଯନ୍ତ୍ରୀଙ୍କ ରାଜ !
ନୂଆଗାଁ : 14/05/2021(ରିପୋର୍ଟ : ନିରଞ୍ଜନ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ସମୟରେ ବିଭିନ୍ନ ଜନହିତକର କାର୍ଯ୍ୟ ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି |କୋଟି କୋଟି ରାଜସ୍ବ ବିନିଯୋଗରେ ଯୋଜନା ପ୍ରସ୍ତୁତ ହେଉଛି | ହେଲେ ଉନ୍ନୟନ କାର୍ଯ୍ୟ ତୁଲାଉଥିବା ଅଧିକାରୀମାନଙ୍କ ଅପାରଗତା କିମ୍ବା ଦୁର୍ନୀତି ଯୋଗୁଁ ଅନେକ ପ୍ରକଳ୍ପ ଅଧାରୁ ବନ୍ଦ ରହୁଛି | କିମ୍ବା ନିମ୍ନ କାମ ହେତୁ ଜନତା ଅସନ୍ତୋଷ ହେଉଛନ୍ତି | ଫଳରେ ସରକାରୀ କାର୍ଯ୍ୟ ସ୍ୱଚ୍ଛତା ରଖୀବା ପାଇଁ ସରକାରୀ ବାବୁମାନଙ୍କୁ କେବଳ ଗୋଟିଏ ଅଫିସରେ ସର୍ବାଧିକ 3ବର୍ଷ କାର୍ଯ୍ୟ କରିବାପାଇଁ ଆଇନ ହୋଇଛି | ହେଲେ ଏମିତି ଅନେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି | ଏହା ଉପରେ ଚା 'ପାନ ଦୋକାନରେ ବି ଚର୍ଚ୍ଚା ହେଉଛି | ଆଇନ ଖାଲି କାଗଜ କଲମରେ ସିମିତ ଥିଲାଭଳି ମନେହେଉଛି | ଏମିତି ଅନେକ କର୍ମଚାରୀ ଅଛନ୍ତି, ଯେଉଁମାନେ ଦୀର୍ଘ ଆଠବର୍ଷ ରୁ ଉର୍ଦ୍ଧ ଦିନ ହେବ ମାଡ଼ି ବସିଛନ୍ତି ଚୌକି | ଉଦ୍ଦେଶ୍ୟ କଣ ତାହା ସେମାନେହିଁ ଜାଣନ୍ତି | ଏଠାରେ ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଜନପ୍ରତିନିଧି ଅସହାୟ ମନେ କରନ୍ତି । କାର୍ଯ୍ୟାଳୟରେ ଚାଲେ ଅଫିସର ରାଜ !
ଏମିତି ଏକ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକରୁ । କିଛି ଦିନ ତଳେ ଅନେକ ଖବର ପ୍ରକାଶ ପାଇବା ପରେ ବ୍ଲକର ଆସିଷ୍ଟାଣ୍ଟ ଇଂଜିନିୟରଙ୍କ ବଦଳି ଖଣ୍ଡପଡା ବ୍ଲକକୁ ହୋଇଛି | ହେଲେ ଜେଇ ଏଠାରେ ରାଜ କରୁଛନ୍ତି ଦୀର୍ଘ 8ବର୍ଷରୁ ଉର୍ଦ୍ଧ ସମୟ | ଫଳରେ ଏମାନଙ୍କ ଇସାରାରେ ଚାଲିଛି ବ୍ଲକ | ତା'ପୁଣି ମୋଟା ଅଙ୍କର ହାତ ଗୁଞ୍ଜା ନଦେଲେ ଉଠୁନି ଫାଇଲ | ଏଥିରେ କିନ୍ତୁ ଅସୁବିଧା ଭୋଗ କରୁଛନ୍ତି ସାଧାରଣ ଲୋକ | କୌଣସି କାମରେ ବ୍ଲକ ଅଫିସ ଆସିଲେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସେମାନେ | ଜେଇ ବାବୁଙ୍କ ଦେଖାନମିଳିବା ସରକାରୀ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ବାଚି ସୁଷ୍ଟି କରୁଛି ! ଏମିତିକି ନୂଆଗାଁ ବ୍ଳକ ପାରାଢିପି ପଂଚାୟତରେ କିଛି ପୋଖରି ଖୋଳାଯାଇଛି, କିନ୍ତୁ ସୁଚନା ଫଳକ ନାହିଁ | ଜେଇ ବାବୁ ସୁଦିପ୍ତ କୁମାର ଲେଙ୍କା ଅଛନ୍ତି ବ୍ଲକ ରେ ଆଠବର୍ଷ ରୁ ଉର୍ଦ୍ଧ ସମୟ |
ବାବୁଙ୍କୁ ବ୍ଲକ ସମୟରେ ଦେଖା ମିଳୁନାହିଁ | ଫୋନ୍ କଲେ ସୁଇଜ ଅପ୍ | ଏ ବିଷୟରେ ବିଡ଼ିଓ ବିଭୁଦ ଗଡ଼ନାୟକ ସହ ଯୋଗାଯୋଗ କରିବାରୁ, ସେ ମଧ୍ୟ ଫୋନ୍ କରିଥିଲେ | ହେଲେ ସୁଇଜ ଅପ୍ ହେତୁ ସେ ପରେ ଏବିଷୟରେ ବୁଝିବେ ବୋଲି କହିଥିଲେ | ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ସହିତ ଯୋଗାଯୋଗ କରିବାରୁ, ତିନି ବର୍ଷରୁ ଉର୍ଦ୍ଧ୍ବ ସମୟ ରହିଥୀବା କର୍ମଚାରୀ ଙ୍କୁ ଅତିଶୀଘ୍ର ବଦଳି କରାଯିବା ପାଇଁ କହିଥିଲେ | ଏହି ଭଳି ଅବ୍ୟବସ୍ଥା ପାଇଁ ଅଂଚଳର କିଛି ସମାଜସେବୀ ଓ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଲିଖିତ ଭାବେ ଜଣେଇଥିବା ସହ ଆବଶ୍ୟକ ପଡିଲେ ଧାରଣା ଦେବାପାଇଁ ଆଗେଇ ଆସିବେ ବୋଲି ବିଡ଼ିଓଙ୍କୁ ଅବଗତ କରିଛନ୍ତି |