ଡିଜିଟାଲ ମିଡ଼ିଆର ଆଚାର ସଂହିତା !

ଡିଜିଟାଲ ମିଡ଼ିଆର ଆଚାର ସଂହିତା !

ଡିଜିଟାଲ ମିଡ଼ିଆର ଆଚାର ସଂହିତା !


Nknew : (ରବିନ୍ଦ୍ର କୁମାର ପ୍ରଧାନ ): ଡିଜିଟାଲ୍ ମିଡିଆ ଅର୍ଥ ଯେକୌଣସି ମିଡିଆ ଯାହା ମେସିନ୍-ପଠନୀୟ ଫର୍ମାଟରେ ଏନକୋଡ୍ ହୋଇଛି |  ଏକ ଡିଜିଟାଲ୍ ଇଲେକ୍ଟ୍ରୋନିକ୍ସ ଉପକରଣରେ ଡିଜିଟାଲ୍ ମିଡିଆ ସୃଷ୍ଟି, ଦର୍ଶନ, ବିତରଣ, ରୂପାନ୍ତର, ଶୁଣିବା ଏବଂ ସଂରକ୍ଷଣ କରାଯାଇପାରିବ |  ସଂଖ୍ୟା କିମ୍ବା ପ୍ରତୀକ ସହିତ ଅକ୍ଷର ମଧ୍ଯ ବ୍ୟବହାର କରି।  ମିଳିତ ଭାବରେ, ଡିଜିଟାଲ୍ ମିଡିଆ ଯେକୌଣସି ସୂଚନାକୁ ବୁଝାଏ ଯାହା ଏକ ପରଦା ମାଧ୍ୟମରେ ଆମକୁ ପ୍ରସାରିତ ହୁଏ |  ଏଥିରେ ପାଠ୍ୟ, ଅଡିଓ, ଭିଡିଓ ଏବଂ ଗ୍ରାଫିକ୍ସ ଅନ୍ତର୍ଭୂକ୍ତ ହୋଇଛି ଯାହା ଇଣ୍ଟରନେଟରେ ଦେଖିବା ପାଇଁ ଇଣ୍ଟରନେଟରେ ପ୍ରସାରିତ ହୋଇଥାଏ |
 ଡିଜିଟାଲ୍ ମିଡିଆର ଉଦାହରଣ ହେଉଛି ସଫ୍ଟୱେର୍, ଡିଜିଟାଲ୍ ପ୍ରତିଛବି, ଡିଜିଟାଲ୍ ଭିଡିଓ, ଭିଡିଓ ଗେମ୍, ୱେବ୍ ପୃଷ୍ଠା ଏବଂ ୱେବସାଇଟ୍, ସୋସିଆଲ୍ ମିଡିଆ, ଡିଜିଟାଲ୍ ଡାଟା ଏବଂ ଡାଟାବେସ୍, ଡିଜିଟାଲ୍ ଅଡିଓ ଯେପରିକି MP3, ଇଲେକ୍ଟ୍ରୋନିକ୍ ଡକ୍ୟୁମେଣ୍ଟ୍ ଏବଂ ଇଲେକ୍ଟ୍ରୋନିକ୍ ବୁକ୍ |  ଡିଜିଟାଲ୍ ମିଡିଆ ପ୍ରାୟତଃ ପ୍ରିଣ୍ଟ୍ ମିଡିଆ ସହିତ ଭିନ୍ନ ହୋଇଥାଏ, ଯେପରିକି ମୁଦ୍ରିତ ପୁସ୍ତକ, ଖବରକାଗଜ ଏବଂ ପତ୍ରିକା, ଏବଂ ଅନ୍ୟାନ୍ୟ ପାରମ୍ପାରିକ କିମ୍ବା ଆନାଗଲ୍ ମିଡିଆ ଯେପରିକି ଫଟୋଗ୍ରାଫିକ୍ ଫିଲ୍ମ, ଅଡିଓ ଟେପ୍ କିମ୍ବା ଭିଡିଓ ଟେପ୍ |
 ସମାଜ ଏବଂ ସଂସ୍କୃତି ଉପରେ ଡିଜିଟାଲ ମିଡିଆର ଯଥେଷ୍ଟ ବ୍ୟାପକ ଏବଂ ଜଟିଳ ପ୍ରଭାବ ପଡିଛି |  ଇଣ୍ଟରନେଟ୍ ଏବଂ ବ୍ୟକ୍ତିଗତ ଗଣନା ସହିତ ମିଳିତ ହୋଇ ଡିଜିଟାଲ୍ ମିଡିଆ ପ୍ରକାଶନ, ସାମ୍ବାଦିକତା, ଜନସମ୍ପର୍କ, ମନୋରଞ୍ଜନ, ଶିକ୍ଷା, ବାଣିଜ୍ୟ ଏବଂ ରାଜନୀତିରେ ବ୍ୟାଘାତ ସୃଷ୍ଟି କରିଛି |  ଡିଜିଟାଲ ମିଡିଆ କପିରାଇଟ୍ ଏବଂ ବୌଦ୍ଧିକ ସମ୍ପତ୍ତି ଆଇନ ପାଇଁ ମଧ୍ୟ ନୂତନ ଆହ୍ୱାନ ସୃଷ୍ଟି କରିଛି, ଏକ ଖୋଲା ବିଷୟବସ୍ତୁ ଆନ୍ଦୋଳନକୁ ପ୍ରୋତ୍ସାହିତ କରେ ଯେଉଁଥିରେ ବିଷୟବସ୍ତୁ ସୃଷ୍ଟିକର୍ତ୍ତାମାନେ ସ୍ବେଚ୍ଛାକୃତ ଭାବରେ ସେମାନଙ୍କର କାର୍ଯ୍ୟକୁ ସେମାନଙ୍କର ସମସ୍ତ ଆଇନଗତ ଅଧିକାର ଛାଡିଥା’ନ୍ତି |  ଡିଜିଟାଲ୍ ମିଡିଆର ସର୍ବବ୍ୟାପୀତା ଏବଂ ସମାଜ ଉପରେ ଏହାର ପ୍ରଭାବ ସୂଚିତ କରେ ଯେ ଆମେ ଶିଳ୍ପ ଇତିହାସର ଏକ ନୂତନ ଯୁଗର ଆରମ୍ଭରେ ଅଛୁ, ଯାହାକୁ ସୂଚନା ଯୁଗ କୁହାଯାଏ, ବୋଧହୁଏ ଏକ କାଗଜହୀନ ସମାଜକୁ ନେଇଥାଏ ଯେଉଁଥିରେ ସମସ୍ତ ଗଣମାଧ୍ୟମ କମ୍ପ୍ୟୁଟରରେ ଉତ୍ପାଦିତ ଏବଂ ଖିଆଯାଏ।  ଅବଶ୍ୟ, ପୁରୁଣା କପିରାଇଟ୍ ନିୟମ, ସେନ୍ସରସିପ୍, ଡିଜିଟାଲ୍ ବିଭାଜନ ଏବଂ ଏକ ଡିଜିଟାଲ୍ ଅନ୍ଧକାର ଯୁଗର ଦର୍ଶକ ସହିତ ଏକ ଡିଜିଟାଲ୍ ପରିବର୍ତ୍ତନ ପାଇଁ ଆହ୍ୱାନ ରହିଥାଏ, ଯେଉଁଥିରେ ପୁରୁଣା ଗଣମାଧ୍ୟମ ନୂତନ କିମ୍ବା ଉନ୍ନତ ସୂଚନା ପ୍ରଣାଳୀ ପାଇଁ ଉପଲବ୍ଧ ହୋଇନଥାଏ |  ସମାଜ ଏବଂ ସଂସ୍କୃତି ଉପରେ ଡିଜିଟାଲ୍ ମିଡିଆର ଏକ ମହତ୍, ପୂର୍ଣ୍ଣ, ବ୍ୟାପକ ଏବଂ ଜଟିଳ ପ୍ରଭାବ ରହିଛି |

ଡିଜିଟାଲ ମିଡ଼ିଆ ଆଚାର ସଂହିତାରେ କଣ ଅଛି ଜାଣନ୍ତୁ !



•ଡିଜିଟାଲ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ଏବଂ ଏହାକୁ ଏକ ସ୍ତରୀୟ ଖେଳ 
•ଭାରତରେ ବ୍ୟବସାୟ କରିବା ଲାଗି ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକୁ ସ୍ୱାଗତ କିନ୍ତୁ ସେମାନେ ଭାରତୀୟ ସମ୍ବିଧାନ ଓ ଆଇନକୁ ପାଳନ କରିବା ଆବଶ୍ୟକ
•ପ୍ରଶ୍ନ କରିବା ଓ ସମାଲୋଚନା ଲାଗି ନିଶ୍ଚିତ ଭାବେ ଉପଯୋଗ ହୋଇପାରିବ ସାମାଜିକ ଗଣମାଧ୍ୟମ
•ସାଧାରଣ ବ୍ୟବହାରକାରୀଙ୍କୁ ସଶକ୍ତ କରିଥିବା ସାମାଜିକ ଗଣମାଧ୍ୟମ ମଞ୍ଚ ଅପବ୍ୟବହାର ଏବଂ ଦୁରୂପଯୋଗ କ୍ଷେତ୍ରରେ ଉତ୍ତରଦାୟୀ ରହିବା ଉଚିତ୍
•ଡିଜିଟାଲ ମିଡିଆ ଏବଂ ଓଟିଟି ପାଇଁ ଉଦ୍ଦିଷ୍ଟ ନିୟମରେ ଅନ୍ତରୀଣ ଏବଂ ସ୍ୱ-ନିୟନ୍ତ୍ରଣ ବ୍ୟବସ୍ଥା ରହିଛି, ଯେଉଁଥିରେ ଏକ ଦୃଢ଼ ଅଭିଯୋଗ ସମାଧାନ ବ୍ୟବସ୍ଥା ସହିତ ସାମ୍ବାଦିକ ଓ ସୃଜନଶୀଳ ସ୍ୱାଧୀନତା ପାଇଁ ରହିଛି ସୁଯୋଗ
•ପ୍ରସ୍ତାବିତ ଢାଞ୍ଚା ପ୍ରଗତିଶୀଳ, ଉଦାର ଏବଂ ସମକାଳୀନ
ନୂଆ ନିୟମରେ ଜନସାଧାରଣଙ୍କ ବିଭିନ୍ନ ଚିନ୍ତା ଦୂର କରାଯିବା ସହିତ ସୃଜନଶୀଳତା ଉପରେ ଅଙ୍କୁଶ ଏବଂ ବିଚାର ଓ ଅଭିବ୍ୟକ୍ତିର ସ୍ୱାଧୀନତା ସଂକ୍ରାନ୍ତରେ ରହିଥିବା ଭ୍ରମଧାରଣା ଦୂର ପାଇଁ ପ୍ରୟାସ
•ଥିଏଟର ଓ ଟେଲିଭିଜନ ତୁଳନାରେ ଇଣ୍ଟରନେଟ୍ ଦର୍ଶକଙ୍କ ମଧ୍ୟରେ ରହିଥିବା ତାରତମ୍ୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଦିଶାନିର୍ଦ୍ଦେଶ


ଡିଜିଟାଲ ଗଣମାଧ୍ୟମରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱର ଅଭାବ ଏବଂ ବ୍ୟବହାରକାରୀ (ୟୁଜର)ଙ୍କ ଅଧିକାର କ୍ଷୁଣ୍ଣ ହେବା ନେଇ ଚିନ୍ତା ବୃଦ୍ଧି ପାଉଥିବା ବେଳେ ସରକାର ବିଭିନ୍ନ ବର୍ଗର ଜନସାଧାରଣ ଓ ଅଂଶୀଦାରମାନଙ୍କ ସହିତ ବିଚାରବିମର୍ଶ କରି ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଓ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ 2021 କାର୍ଯ୍ୟକାରୀ କରିବା ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସରକାର ସୂଚନା ପ୍ରଯୁକ୍ତି ଆଇନ, 2000 ର ଧାରା 87(2) ଅନୁଯାୟୀ ରହିଥିବା କ୍ଷମତାର ଉପଯୋଗ କରି ଏହି ନିୟମାବଳୀ ଆଣିଛନ୍ତି। ଏହା ପୂର୍ବରୁ ରହିଥିବା ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ଦିଶାନିର୍ଦ୍ଦେଶ) ନିୟମାବଳୀ 2011 ସ୍ଥାନରେ କାର୍ଯ୍ୟକାରୀ ହେବ।

ଏହି ନିୟମାବଳୀକୁ ଚୁଡ଼ାନ୍ତ ରୂପ ଦେବା ସମୟରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା। ସାମାଜିକ ଗଣମାଧ୍ୟମ (ସୋଶଲ ମିଡିଆ), ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ଏକ ସୁସଂଗତ, ଉଦାର ତଦାରଖ ପ୍ରଣାଳୀ ଆଣିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ପ୍ରଯୁକ୍ତି ମାଧ୍ୟମରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ବର୍ତ୍ତମାନ ସାଧାରଣ ଭାରତୀୟଙ୍କ ପାଇଁ ଏକ ଆନ୍ଦୋଳନ ପାଲଟିଛି। ମୋବାଇଲ ଫୋନ, ଇଣ୍ଟରନେଟ୍ ଆଦିର ପ୍ରସାର କାରଣରୁ ଭାରତରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ସେମାନଙ୍କର ସ୍ଥିତି ଜମାଇପାରିଛନ୍ତି। ଜନସାଧାରଣ ମଧ୍ୟ ଏହିସବୁ ପ୍ଲାଟଫର୍ମଗୁଡ଼ିକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଉପଯୋଗ କରୁଛନ୍ତି। ସାମାଜିକ ଗଣମାଧ୍ୟମ ସମ୍ପର୍କରେ ନିରପେକ୍ଷ ବିଶ୍ଳେଷଣ କରୁଥିବା କେତେକ ପୋର୍ଟାଲରୁ ଜଣାପଡ଼ିଛି ଯେ ଭାରତରେ 53 କୋଟି ହ୍ବାଟ୍ସଆପ ବ୍ୟବହାରକାରୀ ଥିବା ବେଳେ ୟୁଟ୍ୟୁବର 44.8 କୋଟି, ଫେସବୁକର 41 କୋଟି, ଇନଷ୍ଟାଗ୍ରାମର 21 କୋଟି ଏବଂ ଟୁଇଟରର 1.75 କୋଟି ବ୍ୟବହାରକାରୀ ରହିଛନ୍ତି।

ଏହିସବୁ ସାମାଜିକ ଗଣମାଧ୍ୟମଗୁଡ଼ିକ ସାଧାରଣ ଭାରତୀୟମାନଙ୍କୁ ସେମାନଙ୍କର ସୃଜନଶୀଳତାର ପରିପ୍ରକାଶ କରିବା, ପ୍ରଶ୍ନ ପଚାରିବା, ସୂଚନା ହାସଲ କରିବା ଏବଂ ମୁକ୍ତ ଭାବେ ମତାମତ ବ୍ୟକ୍ତ କରିବା, ସରକାର ଏବଂ ଏହାର ସଂସ୍ଥାଗୁଡ଼ିକୁ ସମାଲୋଚନା କରିବା ଆଦି ନିମନ୍ତେ ସଶକ୍ତ କରିଛି। ସମାଲୋଚନା ଓ ଅସହମତ ହେବା ଲାଗି ପ୍ରତ୍ୟେକ ଭାରତୀୟଙ୍କର ଅଧିକାର ରହିଛି। ଗଣତନ୍ତ୍ରରେ ଏହା ଏକ ଜରୁରି ଉପାଦାନ ବୋଲି ସରକାର ଏହାକୁ ଗ୍ରହଣ କରିଛନ୍ତି। ଭାରତ ବିଶ୍ୱର ସର୍ବବୃହତ ମୁକ୍ତ ଇଣ୍ଟରନେଟ୍ ସମାଜ ଏବଂ ଭାରତରେ କାରବାର କରିବା ଏବଂ ଲାଭ ଅର୍ଜନ କରିବା ଲାଗି ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକୁ ସରକାର ସ୍ୱାଗତ କରିଥାନ୍ତି। ତେବେ ସେମାନେ ଭାରତୀୟ ସମ୍ବିଧାନ ଏବଂ ଆଇନ ନିକଟରେ ଉତ୍ତରଦାୟୀ ରହିବା ଆବଶ୍ୟକ।

ସାମାଜିକ ଗଣମାଧ୍ୟମର ପ୍ରସାର ଗୋଟିଏ ପଟେ ନାଗରିକମାନଙ୍କୁ ସଶକ୍ତ କରୁଥିବା ବେଳେ ଅନ୍ୟପଟେ କେତେକ ଗମ୍ଭୀର ପରିଣାମ ଓ ଚିନ୍ତାକୁ ଜନ୍ମ ଦେଇଥାଏ ଯାହା ନିକଟବର୍ତ୍ତୀ ବର୍ଷଗୁଡ଼ିକରେ ଦେଖିବାକୁ ମିଳିଛି। ଦିନକୁ ଦିନ ଏଗୁଡ଼ିକ ବୃଦ୍ଧି ପାଉଥିବା ଦେଖାଯାଉଛି। ଏ ସମ୍ପର୍କରେ ସଂସଦରେ ଏବଂ ଏହାର ସମିତିରେ, ନ୍ୟାୟିକ ଆଦେଶ ଓ ନାଗରିକ ସମାଜର ଆଲୋଚନାରେ ଚିନ୍ତା ବ୍ୟକ୍ତ କରାଯାଇଛି। ଏପରି ଚିନ୍ତା ସାରା ବିଶ୍ୱରେ ଦେଖାଦେଇଛି ଏବଂ ଏହା ବର୍ତ୍ତମାନ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଛି।

ସାମାଜିକ ଗଣମାଧ୍ୟମରେ କେତେକ ଚିନ୍ତାଜନକ ଘଟଣା ଦେଖିବାକୁ ମିଳୁଛି। ମିଛ ଖବର ପ୍ରସାର କାରଣରୁ ଅଧିକାଂଶ ଗଣମାଧ୍ୟମ ମଞ୍ଚଗୁଡ଼ିକ ତଥ୍ୟ ଯାଞ୍ଚ ବ୍ୟବସ୍ଥା କରିବାକୁ ବାଧ୍ୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ମହିଳାମାନଙ୍କର ଅଶ୍ଳୀଳ ଫଟୋ ଛଡ଼ାଯାଉଛି। ଅନେକ ସମୟରେ ପ୍ରତିଶୋଧ ନେବା ପାଇଁ ମହିଳାଙ୍କ ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଛଡ଼ାଯିବା କାରଣରୁ ସେମାନଙ୍କର ସମ୍ମାନ ପ୍ରତି ଆଞ୍ଚ ଆସୁଛି। କର୍ପୋରେଟ ଶତ୍ରୁତା ପାଇଁ ଅନୈତିକ ଭାବେ ସାମାଜିକ ଗଣମାଧ୍ୟମର ଉପଯୋଗ କରାଯାଉଥିବାରୁ ବଡ଼ ବ୍ୟବସାୟଗୁଡ଼ିକ କ୍ଷତିଗ୍ରସ୍ତ ହେଉଛନ୍ତି। ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଭଳି ଆପତ୍ତିଜନକ ଭାଷା, ଅପମାନଜନକ ଏବଂ ଅଶ୍ଳୀଳ ଉପାଦାନଗୁଡ଼ିକ ଏହି ସାମାଜିକ ଗଣମାଧ୍ୟମରେ ଅଧିକ ପରିମାଣରେ ଦେଖିବାକୁ ମିଳୁଛି।

ଅପରାଧୀ, ରାଷ୍ଟ୍ରବିରୋଧୀ ତତ୍ତ୍ବମାନେ ସାମାଜିକ ଗଣମାଧ୍ୟମର ଦୂରୁପଯୋଗ କରିବା ଭଳି ଘଟଣା ଆଇନ ପ୍ରବର୍ତ୍ତନ କରୁଥିବା ସଂସ୍ଥାଗୁଡ଼ିକ ପାଇଁ ନୂଆ ସମସ୍ୟା ଭାବେ ଉଭା ହୋଇଛି। ଏଥିରେ ଆତଙ୍କବାଦୀଙ୍କୁ ସଂଗଠନରେ ସାମିଲ କରିବା, ଆପତ୍ତିଜନକ ବିଷୟବସ୍ତୁ ପ୍ରସାର କରିବା, ସାମାଜିକ ସୌହାର୍ଦ୍ଦ୍ୟ ଭଙ୍ଗ କରିବା, ଆର୍ଥିକ ଠକେଇ, ହିଂସାକୁ ଉସୁକାଇବା ଏବଂ ଆଇନଶୃଙ୍ଖଳା ଭଙ୍ଗ କରିବା ଭଳି କାର୍ଯ୍ୟ କରାଯାଉଛି।

ଏଭଳି ପରିସ୍ଥିତିରେ ଏହା ଦେଖିବାକୁ ମିଳିଛି ଯେ ସାମାଜିକ ଗଣମାଧ୍ୟମ ଏବଂ ଓଟିଟି ମଞ୍ଚ ପାଇଁ କୌଣସି ସୁଦୃଢ଼ ଅଭିଯୋଗ ସମାଧାନ ବ୍ୟବସ୍ଥା ନାହିଁ ଯାହା ନିର୍ଦ୍ଧାରିତ ସମୟରେ ଅଭିଯୋଗଗୁଡ଼ିକର ସମାଧାନ କରିପାରିବ।

ସୋଶଲ ମିଡିଆ ଏବଂ ଅନ୍ୟାନ୍ୟ ମଧ୍ୟସ୍ଥ (ଇଣ୍ଟରମିଡିଆରୀ) ଗୁଡ଼ିକର କ୍ରମବିକାଶ:

ଯଦି ଆମେ ସୋଶଲ ମିଡିଆ ମଧ୍ୟସ୍ଥଗୁଡ଼ିକର କ୍ରମବିକାଶ ଦେଖିବା ତା’ହେଲେ ଜଣାପଡ଼ିବ ଯେ ସେମାନଙ୍କ ଭୂମିକା ଏବେ କେବଳ ମଧ୍ୟସ୍ଥ ଭାବେ ସୀମିତ ହୋଇ ରହିନାହିଁ ଏବଂ ସେମାନେ ପ୍ରକାଶକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ଏହି ନିୟମାବଳୀଗୁଡ଼ିକରେ ସାଧାରଣ ସ୍ୱନିୟନ୍ତ୍ରିତ ଢାଞ୍ଚା ସହିତ କେତେକ ଉଦାର ବ୍ୟବସ୍ଥା କରାଯାଇଛି। ଏହା ଦେଶରେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ଆଇନ ଓ ବିଧାନ ଅନୁଯାୟୀ କାର୍ଯ୍ୟ କରିବ ଏବଂ ଅନଲାଇନ କିମ୍ବା ଅଫଲାଇନ ବିଷୟବସ୍ତୁ ପାଇଁ ପ୍ରଯୁଜ୍ୟ ହେବ। ସମାଚାର ଏବଂ ସାମ୍ପ୍ରତିକ ଘଟଣାବଳୀ ସଂକ୍ରାନ୍ତ ବିଷୟବସ୍ତୁ ପ୍ରକାଶ କରୁଥିବା ପ୍ରକାଶକମାନଙ୍କ ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆର ସାମ୍ବାଦିକତା ଆଚାର ସଂହିତା ଏବଂ ଛାପା ଓ ଟିଭିଗୁଡ଼ିକ ପାଇଁ ପ୍ରଯୁଜ୍ୟ କେବୁଲ ଟିଭି ନେଟଓ୍ବର୍କ ଆଇନ ଅଧୀନରେ କାର୍ଯ୍ୟକ୍ରମ ସଂହିତା ଲାଗୁ ହେବ।

ନୂତନ ନିର୍ଦ୍ଦେଶାବଳୀର ଔଚିତ୍ୟ ଏବଂ ଯଥାର୍ଥତା:

ଏହି ନିୟମାବଳୀରେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକର ସାଧାରଣ ବ୍ୟବହାରକାରୀଙ୍କୁ ସେମାନଙ୍କର ଅଭିଯୋଗ ସମାଧାନ ପାଇଁ କ୍ଷମତା ଦିଆଯାଇଛି ଏବଂ ସେମାନଙ୍କର ଅଧିକାର ଉଲ୍ଲଙ୍ଘନ କ୍ଷେତ୍ରରେ ଅପରପକ୍ଷକୁ ଉତ୍ତରଦାୟୀ କରିବାର ବ୍ୟବସ୍ଥା ରହିଛି। ଏହି ପରିପ୍ରେକ୍ଷୀରେ ନିମ୍ନୋକ୍ତ  ଘଟଣାବଳୀ ଉଲ୍ଲେଖନୀୟ:

11.12.2018ରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ରିଟ ପିଟିସନ (ପ୍ରଜ୍ଜ୍ବଳା ମାମଲା) ଉପରେ ନିଜ ଆଡ଼ୁ ଦେଇଥିବା ଆଦେଶରେ କହିଥିଲେ ଯେ ହୋଷ୍ଟିଂ ପ୍ଲାଟଫର୍ମ ଏବଂ ଅନ୍ୟ ଆପ୍ଲିକେସନଗୁଡ଼ିକରେ ରହିଥିବା ଶିଶୁ ଅଶଡ଼ ଚଳଚ୍ଚିତ୍ର (ଚାଇଲ୍ଡ ପର୍ଣ୍ଣୋଗ୍ରାଫୀ), ଦୁଷ୍କର୍ମ, ଗଣଦୁଷ୍କର୍ମ ଚିତ୍ର, ଭିଡିଓ ଏବଂ ସାଇଟଗୁଡ଼ିକୁ ନିଷିଦ୍ଧ କରିବା ଲାଗି ଭାରତ ସରକାର ଆବଶ୍ୟକ ଗାଇଡଲାଇନ ଆଣିବା ଆବଶ୍ୟକ।
24.09.2019ରେ ଅନ୍ୟ ଏକ ଆଦେଶରେ ସୁପ୍ରିମକୋର୍ଟ ନୂଆ ନିୟମାବଳୀ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିବାର ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ଲାଗି ନିର୍ଦ୍ଧାରିତ ସମୟସୀମା ଧାର୍ଯ୍ୟ କରିବା ଲାଗି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ ଆଦେଶ ଦେଇଥିଲେ।
ସେହିପରି ସାମାଜିକ ଗଣମାଧ୍ୟମର ଅପବ୍ୟବହାର ଏବଂ ମିଛ ଖବର ପ୍ରସାର ସମ୍ପର୍କରେ ରାଜ୍ୟସଭାରେ ଏକ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଗତ କରାଯାଇଥିଲା। 26.07.2018ରେ ମନ୍ତ୍ରୀ ସଦନକୁ ଅବଗତ କରାଇଥିଲେ ଯେ ସରକାର ଆଇନଗତ ବ୍ୟବସ୍ଥାକୁ ଦୃଢ଼ କରିବା ଲାଗି ସଂକଳ୍ପବଦ୍ଧ ଏବଂ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକୁ ଆଇନ ଅଧୀନରେ ଉତ୍ତରଦାୟୀ କରାଯିବ। ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସଦନର ସଦସ୍ୟମାନଙ୍କ ପକ୍ଷରୁ ବାରମ୍ବାର ଦାବି କରାଯିବା ପରେ ସେ ଏହି ଉତ୍ତର ରଖିଥିଲେ।
03.02.2020ରେ ରାଜ୍ୟସଭାର ଆଡହକ କମିଟି ନିଜର ରିପୋର୍ଟ ଗୃହରେ ଉପସ୍ଥାପନ କରିଥିଲା ଏବଂ ସାମାଜିକ ଗଣମାଧ୍ୟମରେ ପର୍ଣ୍ଣୋଗ୍ରାଫୀର ପ୍ରସାର କାରଣରୁ ଶିଶୁ ଏବଂ ସର୍ବୋପରି ସମାଜ ଉପରେ ଏହାର ପ୍ରଭାବ ନେଇ ଚିନ୍ତା ବ୍ୟକ୍ତ କରିଥିଲା।
ବିଚାରବିମର୍ଶ

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଚିଠା ନିୟମାବଳୀ ପ୍ରସ୍ତୁତ କରିଥିଲା ଏବଂ 24.12.2018ରେ ଏଥିପାଇଁ ଜନସାଧାରଣଙ୍କ ମତାମତ ଲୋଡ଼ିଥିଲା। ଏ ସଂକ୍ରାନ୍ତରେ ଜନସାଧାରଣ, ନାଗରିକ ସମାଜ, ଶିଳ୍ପ ସଂସ୍ଥା ଓ ସଂଗଠନ ପକ୍ଷରୁ 171ଟି ମତାମତ ପାଇଥିଲା। ଏହିସବୁ ମତାମତର 80ଟି ବିରୋଧାତ୍ମକ ମତାମତ ମଧ୍ୟ ମିଳିଥିଲା। ଏହିସବୁ ମତାମତ ବିସ୍ତୃତ ଭାବେ ବିଶ୍ଳେଷଣ କରାଯାଇଥିଲା। ଏହାପରେ ଏକ ଆନ୍ତଃ-ମନ୍ତ୍ରଣାଳୟ ବୈଠକ ଅନୁଷ୍ଠିତ ହୋଇ ଏସବୁ ନିୟମାବଳୀକୁ ଚୂଡ଼ାନ୍ତ ରୂପ ଦିଆଯାଇଥିଲା।

ପ୍ରମୁଖ ବୈଶିଷ୍ଟ୍ୟ

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯିବାକୁ ଥିବା ସୋଶଲ ମିଡିଆ ସଂକ୍ରାନ୍ତ ଗାଇଡଲାଇନ:

ମଧ୍ୟସ୍ଥମାନଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମ ପାଳନ କରାଯିବ: ସୋଶଲ ମିଡିଆ ମଧ୍ୟସ୍ଥଙ୍କ ସମେତ ସମସ୍ତ ମଧ୍ୟସ୍ଥମାନଙ୍କୁ ନିର୍ଦ୍ଧାରିତ ନିୟମ ପାଳନ କରିବାକୁ ହେବ। ଏହାର ଉଲ୍ଲଙ୍ଘନ କ୍ଷେତ୍ରରେ ସେମାନଙ୍କୁ ନିରାପଦ ଆଶ୍ରୟ ସୁବିଧା ମିଳିବ ନାହିଁ।
ଅଭିଯୋଗ ସମାଧାନ ବ୍ୟବସ୍ଥା : ବ୍ୟବହାରକାରୀଙ୍କ ସଶକ୍ତିକରଣ ଲାଗି ସୋଶଲ ମିଡିଆ ମଧ୍ୟସ୍ଥଙ୍କ ସମେତ ମଧ୍ୟସ୍ଥଗୁଡ଼ିକ ପାଇଁ ଏକ ଅଭିଯୋଗ ସମାଧାନ ବ୍ୟବସ୍ଥା ପ୍ରତିଷ୍ଠା କରିବା ବାଧ୍ୟତାମୂଳକ କରାଯାଇଛି। ଏହା ବ୍ୟବହାରକାରୀ ଏବଂ ପୀଡ଼ିତଙ୍କ ଅଭିଯୋଗ ଗ୍ରହଣ ଓ ସମାଧାନ ଲାଗି ଉଦ୍ଦିଷ୍ଟ ହେବ। ଅଭିଯୋଗଗୁଡ଼ିକର ସମାଧାନ ଲାଗି ଏଗୁଡ଼ିକ ଜଣେ ଅଭିଯୋଗ ଅଧିକାରୀ ନିଯୁକ୍ତ କରିବେ ଏବଂ ତାଙ୍କର ନାମ ଓ ଠିକଣା ବିବରଣୀ ଦେବେ।  ଏହି ଅଧିକାରୀ ଚବିଶ ଘଣ୍ଟା ମଧ୍ୟରେ ଅଭିଯୋଗ ଗ୍ରହଣ କରିବେ ଏବଂ ଗ୍ରହଣ କରିବାର ପନ୍ଦର ଦିନ ମଧ୍ୟରେ ଏହାର ସମାଧାନ କରିବେ।
ବ୍ୟବହାରକାରୀ, ବିଶେଷ କରି ମହିଳା ବ୍ୟବହାରକାରୀଙ୍କ ଅନଲାଇନ ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବେ : ବ୍ୟକ୍ତିବିଶେଷଙ୍କ ଗୋପନୀୟ ଅଙ୍ଗ ପ୍ରଦର୍ଶିତ କରୁଥିବା କିମ୍ବା ଏପରି ବ୍ୟକ୍ତିବିଶେଷଙ୍କୁ ଆଂଶିକ ଭାବେ କିମ୍ବା ସମ୍ପୂର୍ଣ୍ଣ ଭାବେ ଉଲଗ୍ନ ଭାବେ ଦର୍ଶାଉଥିବା କିମ୍ବା ସହବାସରେ ଥିବା ସମୟରେ ଅଥବା ଆପତ୍ତିଜନକ ଫଟୋ ଛାଡ଼ି ସେମାନଙ୍କର ସମ୍ମାନହାନି କରାଯାଉଥିବା ସମ୍ପର୍କରେ ଅଭିଯୋଗ ହସ୍ତଗତ ହେବା କ୍ଷଣି ମଧ୍ୟସ୍ଥସଂସ୍ଥାଗୁଡ଼ିକ ଏପରି ବିଷୟବସ୍ତୁକୁ 24 ଘଣ୍ଟା ମଧ୍ୟରେ ହଟାଇବେ କିମ୍ବା ଏହାର ଆକ୍ସେସକୁ ବନ୍ଦ କରିବେ। ଏପରି ଅଭିଯୋଗ ସମ୍ପୃକ୍ତ ଅଭିଯୋଗକାରୀ କିମ୍ବା ତାଙ୍କ ପକ୍ଷରୁ ଅନ୍ୟ କେହି କରିପାରିବେ।
ଦୁଇ ପ୍ରକାରର ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥ (ଇଣ୍ଟରମିଡିଆରିଜ୍) : ଛୋଟ ପ୍ଲାଟଫର୍ମଗୁଡ଼ିକୁ ଜରୁରି ଅନୁପାଳନ ଆବଶ୍ୟକତାରୁ ବାଦ ଦେଇ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥଗୁଡ଼ିକର ନବୋନ୍ମେଷ ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ଏହି ନିୟମାବଳୀରେ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥ ଏବଂ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥ ମଧ୍ୟରେ ଏକ ତୁଳନାତ୍ମକ ବିଭାଜନ କରାଯାଇଛି। ସାମାଜିକ ଗଣମାଧ୍ୟମ ମଞ୍ଚରେ ବ୍ୟବହାରକାରୀଙ୍କ ସଂଖ୍ୟାକୁ ଆଧାର କରି ଏହି ବିଭାଜନ କରାଯିବ। ନିୟମାବଳୀରେ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥ ଏବଂ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥର ସଂଜ୍ଞା ନିର୍ଦ୍ଧାରଣ ଲାଗି ସରକାର ବ୍ୟବହାରକାରୀଙ୍କ ସଂଖ୍ୟାର ଏକ ସୀମା ସମ୍ପର୍କରେ ସରକାର ବିଜ୍ଞପ୍ତି ଜାରି କରିବେ।
ଗୁରୁତ୍ୱପୂର୍ଣ୍ଣ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥଗୁଡ଼ିକ ଅତିରିକ୍ତ ନିୟମ ପାଳନ କରିବେ : ଏମାନେ ଏକ ମୁଖ୍ୟ ଅନୁପାଳନ ଅଧିକାରୀ ନିଯୁକ୍ତ କରିବେ ଯିଏକି ଆଇନ ଓ ନିୟମ ଅନୁପାଳନ ସୁନିଶ୍ଚିତ କରିବେ।
ସେମାନେ ଜଣେ ନୋଡାଲ କଣ୍ଟାକ୍ଟ ଅଧିକାରୀଙ୍କୁ ନିଯୁକ୍ତି ଦେବେ ଯିଏକି ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ସହିତ ସମନ୍ବୟ ସ୍ଥାପନ କରିବେ। ଏହି ବ୍ୟକ୍ତି ଜଣକ ଭାରତର ନାଗରିକ ହୋଇଥିବା ଆବଶ୍ୟକ।
ଜଣେ ଆବାସିକ ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତି ଦେବେ ଯିଏକି ଅଭିଯୋଗ ସମାଧାନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବେ। ଏହି ବ୍ୟକ୍ତି ଜଣକ ଭାରତର ନାଗରିକ ହୋଇଥିବା ଆବଶ୍ୟକ।
ମାସିକ ଅନୁପାଳନ ରିପୋର୍ଟ ପ୍ରକାଶ କରିବେ ଯେଉଁଥିରେ ହାସଲ କରାଯାଇଥିବା ଅଭିଯୋଗଗୁଡ଼ିକର ସମାଧାନ ଏବଂ ଏ ଦିଗରେ ନିଆଯାଇଥିବା ପଦକ୍ଷେପ ତଥା ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥଗୁଡ଼ିକ ଦ୍ବାରା ହଟାଯାଇଥିବା ବିଷୟବସ୍ତୁର ବିବରଣୀ ରହିଥିବ।
କେବଳ ମେସେଜିଂ (ବାର୍ତ୍ତା ପ୍ରେରଣ) ପାଇଁ ଉର୍ଦ୍ଦିଷ୍ଟ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥଗୁଡ଼ିକ ପ୍ରଥମେ ସୂଚନା ପଠାଉଥିବା ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରିବେ। ଯାହାଫଳରେ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା, ରାଷ୍ଟ୍ର ସୁରକ୍ଷା, ବନ୍ଧୁରାଷ୍ଟ୍ରଗୁଡ଼ିକ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ଆଇନଶୃଙ୍ଖଳାର ହାନି, ଉପରୋକ୍ତ ଅପରାଧକୁ ଉସୁକାଇବା ଭଳି କାର୍ଯ୍ୟ କିମ୍ବା ଦୁଷ୍କର୍ମ, ଯୌନ ଉଦ୍ଦୀପକ ବିଷୟବସ୍ତୁ କିମ୍ବା ଶିଶୁ ଯୌନ ନିର୍ଯାତନା ଭଳି 5 ବର୍ଷରୁ ଅଧିକ କାରାଦଣ୍ଡ ବ୍ୟବସ୍ଥା ଥିବା ଦଣ୍ଡନୀୟ ଅପରାଧର ନିରାକରଣ, ଅଭିଯୁକ୍ତଙ୍କ ଅଟକ, ତଦନ୍ତ, ଦୋଷୀ ସାବ୍ୟସ୍ତ କରିବା ଏବଂ ଦଣ୍ଡ ଦେବା ଲାଗି ଉପଯୋଗ କରାଯାଇପାରିବ।
ମଧ୍ୟସ୍ଥଗୁଡ଼ିକ ପ୍ରଥମ ପ୍ରେରଣକାରୀଙ୍କୁ କୌଣସି ପ୍ରକାର ବାର୍ତ୍ତାର ବିଷୟବସ୍ତୁ କିମ୍ବା ଅନ୍ୟ କୌଣସି ସୂଚନା ଦେବାର ଆବଶ୍ୟକତା ନାହିଁ।


ଅଧିକ ଜାଣିବା ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁ : https://mib.gov.in/digital-media-documents

Source from:  internet, MIB Site

Post a Comment

Please Select Embedded Mode To Show The Comment System.*

Previous Post Next Post