ଗୁହାରି କରି ଥକିଗଲେଣି ଗ୍ରାମବାସୀ, ପ୍ରତିଶୁତି କେବେ ପୂରଣ ହେବ ତାକୁ ହିଁ ଭରସା !
ନୂଆଗାଁ : 13/05/2021(ରିପୋର୍ଟ :ନିରଞ୍ଜନ ସାହୁ): ନୟାଗଡ଼ ଜିଲ୍ଲା ମାଇଛେଳି ଗ୍ରାମପଞ୍ଜାୟତ ଅନ୍ତର୍ଗତ ଗ୍ରାମ !କାଦୁଆ ସାହି, କାଣିଗିରି ... ! ସମସ୍ତ ସାମାଜିକ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ | ନା ଅଛି ରାସ୍ତା ନା ଅଛି ପିଇବା ପାଣି | ଜାତୀୟ ରାଜପଥ ନଂ 57 ନିଆକଟରୁ 4 କିଲୋମିଟର ଦୂରତାରେ ଏହିଗ୍ରାମକୁ ପକ୍କା ରାସ୍ତା ଟିଏ ନାହିଁ |ଆପଣ ଦେଖିପାରୁଥିବେ ଏହି ରାସ୍ତାର ଦୃଶ୍ୟ, ଯାହା ବର୍ଷାଦିନରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହୁଅନ୍ତି |ଗାଁ 'ର ଶିଶୁମାନେ ନା ସ୍କୁଲ ଯାଇପାରୁଛନ୍ତି, ନା ରୋଗୀ ଚିକିତ୍ସିତ ପାଇଁ ଯାଇପାରୁଛନ୍ତି |
ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଦୀର୍ଘ 3 କିଲୋମିଟର ଜଙ୍ଗଲଦେଇ ପିଲାଙ୍କୁ ଯିବାକୁ ପଡେ, ଯାହାକି ପ୍ରତେକ ଦିନ ଯାତାୟାତ ସମ୍ଭବ ହୋଇନଥାଏ | ସେହିପରି ଭାବେ ପାନୀୟ ଜଳ କଥା ତା 'ଠାରୁ ଆହୁରି ଭୟଙ୍କର | ଗ୍ରାମରେ ଅଛି ମାତ୍ର ଦୁଇଟି ନଳକୂଅ | ହେଲେ ସେଥିରୁ ଯେଉଁ ପାଣି ଆସେ ତାହା ପିଇବା ଉପଯୋଗୀ ନୁହେଁ | କାରଣ ସେହି ପାଣିରୁ ଲୁହାଗୁଣ୍ଡ ବାହାରୁଛି | ଗ୍ରାମରେ ଅଛି ଏକ ସୋଲାର ପାଣି ଯୋଗାଣ | ଦୀର୍ଘ 3 ବର୍ଷ ତଳେ ଏହିପ୍ରକଳ୍ପ ହୋଇଥିଲେ ମଧ୍ୟ 2ବର୍ଷ ହେଲା ପାଣି ଯୋଗାଣ ବନ୍ଦ | ପମ୍ପ ଖରାପ ହେବାରୁ ମରାମତିପାଇଁ ଯାଇଛି ଯେ ଯାଇଛି, ଦୁଇବର୍ଷ ବିତିଗକାଣି ହେଲେ ଆଉ ଫେରୁନାହିଁ | ପୁଣି ଗ୍ରାମର ଲୋକମାନଙ୍କ ପାଇଁ ପୋଖରୀ ସମସ୍ୟା ମଧ୍ୟ ଆହୁରି ଅସହାୟ କରିଦେଇଛି | ଗ୍ରାମର 20 ପରିବାର ଥିବାବେଳେ ଗୋଟିଏ ମାତ୍ର ପୋଖରୀ ଯାହାକି ଗ୍ରାମବାସୀମାନେ ନିଜ ନିଜର ଆବଶ୍ୟକତା ପୂରଣ କରୁଛନ୍ତି | ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଗ୍ରାମର ଗ୍ରାମବାସୀ |

ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନଙ୍କୁ ବାରମ୍ବାର ଗୁହାରି କରି ଥକିଗଲେଣି ଗ୍ରାମବାସୀ | ହେଲେ ଗ୍ରାମବାସୀଙ୍କ ଗୁହାରି ବିନିମୟରେ ମିଳୁଛି କେଵଳ ପ୍ରତିଶୁତି ଆଉ ପ୍ରତିଶୃତି | ଭାଗ୍ୟକୁ ଆଦରି ପ୍ରତିଶୃତି କେବେ ପୂରଣ ହେବ, ତାକୁ କେବଳ ଚାହିଁ ରହିଛନ୍ତି ଗ୍ରାମବାସୀ |