45 ବର୍ଷ ରୁ ଉର୍ଦ୍ଧ ଲୋକଙ୍କ ପାଖରେ ପହଞ୍ଚିଲା କରୋନା ଟିକା : ଆଉ ଅଧିକ ଟୀକା ଯୋଗାଇ ଦେବାକୁ ଅଞ୍ଚଳବାସୀଙ୍କ ଅନୁରୋଧ !
ବାହାଡାଝୋଲା : 18/05 2021(ରିପୋର୍ଟ : ନିରଞ୍ଜନ ସାହୁ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର ବିଭିନ୍ନ ପଞ୍ଚାୟତରେ ଦିଆଗଲା କରୋନା ଟିକା | କରୋନା ମହାମାରୀ ରୂପ ଭୟାନକ ରୁପ ନେଉଥିବା ବେଳେ କିଛି ଲୋକ ପ୍ରଥମ ଟିକାନେଇଛନ୍ତି | ତଥାପି ଅନେକ ବ୍ୟକ୍ତିଙ୍କ ପାଖରେ ଟୀକା ପହଁଞ୍ଚି ପାରିନି |ସେହି କଥା କୁ ସରକାର ଅନୂଭବ କରି ଆଜି 45 ବର୍ଷ ରୁ ଉର୍ଦ୍ଧ ବୟସର ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି | ଆଜି ଅନେକ ଲୋକ ଟିକା ନେବାପାଇଁ ବାହାଡ଼ାଝୋଲା କଷ୍ଟିଡାକୁଆ ସ୍ୱାସ୍ଥ୍ୟ କେନ୍ଦ୍ରରେ
ଲାଇନରେ ଠିଆ ହୋଇଥିଲେ | ଆଜି 100ଜଣଙ୍କୁ ଟିକା ଦିଆଯାଇଥିଲା | ଏହି ଟିକାକରଣରେ ଉର୍ମିଳା ସାହୁ ସମ୍ପୁର୍ଣ୍ଣ ଦାୟିତ୍ୱ ନେଇଥିବା ବେଳେ ଚିକିତ୍ସାଧିକାରୀ ରିତେଶ ବଳିଆର ସିଂହ ତଦାରଖ କରିଥିଲେ ।
ପ୍ରକାଶ ଅଛିକି ବାହାଡାଝୋଲା ଅଞ୍ଚଳରେ ଦିନକୁଦିନ କରୋନା ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି | ଆଜି ବାହାଡାଝୋଲା ପଞ୍ଚାୟତ ସାହିକୁ ତହସିଲଦାର କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି | ସଂକ୍ରମଣକୁ ରୋକିବାପାଇଁ ବର୍ତ୍ତମାନ ଟୀକାକରଣ ଏକମାତ୍ର ପଦକ୍ଷେପ ହୋଇଥିବାରୁ, ବାହାଡାଝୋଲା ଅଂଚଳରେ ଟୀକାକରଣକୁ ଆହୁରି ବଢ଼େଇବାପାଇଁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି |