ସ୍କୁଟି ପଛପଟୁ ଧକ୍କା ଦେଲା ବାଇକ, 3ଜଣ ଗୁରୁତର !
ବାଲିଗୁଡା : 25/05/2021(ରିପୋର୍ଟ : ମିହିରକାନ୍ତ ମିଶ୍ର ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତ ସୀତାପଡ଼ି ରାସ୍ତା ପାଖରେ ସ୍କୁଟି ଗାଡ଼ି ରଖି ପାଟଖଣ୍ଡ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ କଥା ହେଉଥିବା ସମୟରେ ଆଉ ଗୋଟିଏ ଟିଭିଏସ ଆପାଚି ଗାଡ଼ିରେ ଦୁଇଜଣ ଯୁବକ ପଛ ପଟୁ ବାଡେଇ ଥିଲେ ଫଳରେ ଘଟଣା ସ୍ଥଳରେ ତିନି ଜଣ ଗୁରୁତର ଆହାତ ହୋଇଛନ୍ତି ।
ଗ୍ରାମବାସି ମାନେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରି ଆହତ ହେଇଥିବା ଯୁବକଙ୍କକୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ସେଠାରେ ଜଣକର ମୃତ୍ୟୁ ହୋଇଥିବା ସହ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ମୃତ ଜଣକ ହେଲେ ପାଟାଖଣ୍ଡା ପବ୍ଲିକ ସ୍କୁଲର ଅଧ୍ୟକ୍ଷ ରତିକାନ୍ତ ମହାପାତ୍ର ତାଙ୍କର ଘର ବାଲିଗୁଡ଼ା ପାଟଖଣ୍ଡା ସାହିର ଓ ଅନ୍ୟ ଦୁଇ ଜଣ ଆହତ ହୋଇଥିବା ହେଲେ ଜୀବନ ଦେହୁରୀ ଓ ଗଙ୍ଗା ଦଳପତି ବାଲିଗୁଡା ଭଗାମୁଣ୍ଡା ସାହି ର ବୋଲି ସୂଚନା ମିଳିଛି ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଅଧ୍ୟକ୍ଷଙ୍କ ଦେହାନ୍ତ ଖବର ଶୁଣି ପାଟଖଣ୍ଡା ପବ୍ଲିକ ସ୍କୁଲ ର ସଭାପତି ସେକ୍ ସାଦିକ ଓ ସ୍କୁଲର ସହକର୍ମୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।