କଠୋର ହେଲା ପୋଲିସ ଓ ପ୍ରଶାସନ, କୋଟଗଡ଼ରେ 3 ଦୋକାନ ସିଲ !
କନ୍ଧମାଳ : 25/05/2021(ରିପୋର୍ଟ -ମିହିରକାନ୍ତ ମିଶ୍ର): କୋଟଗଡ଼ରେ ଆଜି ସକାଳୁ ସକାଳୁ ଅମାନିଆଙ୍କୁ ସାବାଡ଼ କରିବାକୁ ରାଜସ୍ବ ବିଭାଗର ଟିମ ଓ ପୋଲିସ ଟିମର ମିଳିତ ଚଢ଼ାଉ କରାଯାଇଥିଲା |
କୋଟଗଡ ଥାନା ଆଇ ଆଇ ସି ଧୀରଜ ଲେଙ୍କାଙ୍କ ନେତୃତ୍ୱରେ ପୋଲିସକୁ ଆଜି ପ୍ରଥମଥର ଆକ୍ସନ ମୁଡ଼ରେ ଦେଖିବାକୁ ମିଳିଥିଲା | ଫଳରେ ବେଆଇନ ଭାବେ କୋଭିଡ ନିୟମକୁ ଉଲଂଘନ କରିଥିବା 3 ଟି ଦୋକାନକୁ ସିଲ କରିବା ସହିତ 4000ଟଙ୍କା ଫାଇନ ଆଦାୟ କରିଛି ରାଜସ୍ବ ବିଭାଗ | ଅମାନିଆ ବାଇକ ଓ ଅଟୋ ଚାଳକଙ୍କ ଠାରୁ ମଧ୍ୟ ପୋଲିସ 3500 ଟଙ୍କା ଜୋରିମାନା ଆଦାୟ କରିଛି |