ସମ୍ପତ୍ତି ପାଇଁ ପୁଅ ଭୁଲିଗଲା ପାଳିତ ମା' ର ସ୍ନେହ ମମତା ଓ ସମ୍ପର୍କ : ଗୁହାଳ ସାଜିଲା ପାଳିତ ମାଆର କୁଡ଼ିଆ !
କେନ୍ଦ୍ରାପଡ଼ା : 22/05/2021(ରିପୋର୍ଟ : ପ୍ରତୀକ ମିଶ୍ର): "ସ୍ୱାର୍ଥ " ଏମିତି ଏକ ଶବ୍ଦ ଯାହା ହାସଲ ହେବା ପରେ ସମ୍ପର୍କୀୟ ବି ନିଜ ସମ୍ପର୍କ କୁ ବର୍ଜନ କରିବାକୁ ପଛlନ୍ତିନି! ଆଜିର ଯୁଗରେ ସ୍ଥାନେ ସ୍ଥାନେ ସ୍ୱାର୍ଥ ହାସଲ ହେବା ପରେ ସ୍ନେହ, ମମତା ପ୍ରଦାୟିନିକୁ ବି ଭୁଲି ଯାଇଥାଏ ସ୍ୱାର୍ଥପର ମଣିଷ |
ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ନିଶ୍ଚିନ୍ତ କୋଇଲି ବ୍ଲକ କେନ୍ଦୁପାଟଣା ପଞ୍ଚାୟତ ର ଖଣ୍ଡଗାଁ ରେ |
ଖଣ୍ଡଗାଁ ର ଜଣେ ସତୁରି ବର୍ଷୀୟା ବୃଦ୍ଧା ମହିଳା ଗୀତା ପlତ୍ର |ବିଚରା ଅଭାଗିନୀ ଟିଏ ସେ | ବୟସର ଦ୍ୱିପ୍ରହର ରେ ସେ ନିଜର ତେର ବର୍ଷ ର ଏକମାତ୍ର ପୁଅ କୁ ହରେଇ ନିଃସନ୍ତାନ ହୋଇଗଲେ | ପୁଅ ଯିବା ର କିଛି ବର୍ଷ ପରେ ଗୀତl ଙ୍କ ସ୍ୱାମୀ କେଳୁ ଚରଣ ପlତ୍ର ରୋଗଗ୍ରସ୍ତ ହୋଇ ଚାଲି ଗେଲେ ଆରପାରିକୁ | ପୁଅ ପରେ ବାପ ସତେ ଯେମିତି ଡକା ଡକି ହୋଇ ଗୀତାଙ୍କୁ ଏକୁଟିଆ କରି ଆର ପାରିକୁ ଚାଲିଯିବା ପରେ ବେସାହାରା ଗୀତl ନିଜ ଭଉଣୀ ଙ୍କ ପୁଅ ଭଞ୍ଜ କିଶୋର ବେହେରା ଙ୍କୁ ସାଉଁଟି ଆଣିଲେ ନିଜ କୋଳ କୁ ପାଳିତ ପୁଅ କରି! ନିଜ ପୁଅ ତୁଲ୍ୟ ତାକୁ ଯଶୋଦାଙ୍କ ପରି ସବୁ ସ୍ନେହ ମମତା ଅଜାଡି ଦେଲେ ଗୀତା | ପାଳିତ ପୁଅ କୁ ଅତି ନିଜର ଭାବି ମମତା ର ସବୁ ମୂଲ୍ୟ ଦେବାକୁ ମଧ୍ୟ୍ୟ ପ୍ରସ୍ତୁତ ହୋଇଗଲେ ମା |
ହେଲେ କଥାରେ ଅଛି ସାପକୁ ଯେତେ କ୍ଷୀର ଦେଲେ ବି ସେ ଚୋଟ ମାରିବାକୁ ପଚାଏନି | ...." ପକୃତି ନୟୀବମ ଉଚ୍ୟତେ " |
ଆଜିର ଯୁଗରେ ଯୋଉଠି ନିଜ ପୁଅ ବି ନିଜର ହଉନି ସେଠି ପାଳିତ ପୁଅ ବା ନିଜର ହେବ କିପରି..? ନିଜ ପ୍ରକୃତି ମୁତାବକ ପାଳିତ ପୁତ୍ର ଭଞ୍ଜ କିଶୋର ବେହେରା ସୁଯୋଗ ଦେଖି ଚୋଟ ମାରିଲା ଗୀତ ଙ୍କୁ | ଗୀତା ବୟସ ର ଅପରାହ୍ନ କୁ ଧୀରେ ଧୀରେ ଅତିକ୍ରମ କରି ପରିଣତ ବୟସ ରେ ପାଦ ଦେବl ଅବସ୍ଥା ରେ ସୁଯଗ ଦେଖି ଜାଲ କାଗଜ ପତ୍ର କରି ମା ଠୁ ଟିପ ଚି଼ହ୍ନ ନେଇ ଗୀତl ଙ୍କ ସବୁ ସମ୍ପତି କରିଦେଲା ନିଜ ନାଁ' ରେ | ଏକଥା ଗୀତା ପରବର୍ତୀ ମୁହୂର୍ତ୍ତ ରେ ଜାଣିପାରିଲେ ସତ ହେଲେ ବାତ୍ସାଲ୍ୟ ମମତା ଆଗରେ ପୁଅର ଏ ପ୍ରତାରଣା କୁ କ୍ଷମଣୀୟ ମଣିଲେ ମା |ଆଉ ସ୍ୱାର୍ଥ ହାସଲ ପରେ ଗାଁ' ର ଶେଷ ମୁଣ୍ଡରେ ଯାଇ ରାଜମହଲ ଭଳି ଅଟ୍ଟାଳିକା କରି ଯାକଯମକ ରେ ରହିଲେ | କିନ୍ତୁ ମା' ଗୀତlଙ୍କୁ ଛାଡି ଗଲେ ଏକ ଗୁହାଳ କୁଡ଼ିଆ ଘରେ | 15 ବର୍ଷ ଭିତରେ ପାଳିତ ପୁତ୍ର ମା କୁ 15 ଦିନ ମଧ୍ୟ୍ୟ ଖାଇବାକୁ ଦେଇନାହାନ୍ତି | ନା ଦେଇଛନ୍ତି ଗଣ୍ଡେ ଖାଇବାକୁ ନା ଦେଇଛନ୍ତି ଖଣ୍ଡେ ପିନ୍ଧିବାକୁ | ଅସହାୟ ଅବସ୍ଥାରେ ବୃଦ୍ଧା ପଡିରହିଛନ୍ତି ଗାଁ ମଝିରେ ଥିବା ସେଇ ଗୁହାଳ କୁଡ଼ିଆ ଘରେ |
ଲାଗୁଛି ଗୀତାଙ୍କ ଦୁର୍ଭାଗ୍ୟ ଏଯାଏଁ ମଧ୍ୟ ତାଙ୍କ ପିଛା ଛାଡ଼ିନି |
ଚଲାବୁଲା କରିବାକୁ ଅସମର୍ଥ ସେ | ଦେହର ଚମ ମଳିନ ପଡିଯାଇଛି | କଥା କହିବାକୁ ସାମର୍ଥ୍ୟ ପାଉନି | ଧିମେଇ ଧିମେଇ କ୍ଷୀଣ ସ୍ୱର ରେ ସେ ତାଙ୍କ ଅସହାୟତା ବଖାଣି ଥିଲେ ଆମ ପାଖେ | ଗ୍ରାମବାସୀ ଙ୍କ ସହାୟତା ରେ କଣ ଦିଟା ଖାଇ ସେମିତି ଗୁହାଳ କୁଡ଼ିଆ ଘରେ ସେପାରିର ଡାକକୁ ଆପେକ୍ଷl କରିଛନ୍ତି ଗୀତା |
ଏଠି ପ୍ରଶ୍ନ ଉଠେ ଏଭଳି ସ୍ୱାର୍ଥପର ପୁଅ ଯେ କି ନିଜ ପାଳିତ ମା' କୁ ଏତେ ହତାଦର କରିଛି, ତା ଅପରାଧ ର ଦଣ୍ଡ ତାକୁ କିଏ ଦେବ??