ବାହାଡ଼ାଝୋଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଙ୍କ ଦବଙ୍ଗ ଗିରି !
ବାହାଡାଝୋଲା : 29/04/2021(ରିପୋର୍ଟ : ନିରଞ୍ଜନ ସାହୁ ): ପ୍ରତ୍ୟେକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୧୨ଗୋଟି ସ୍ବାସ୍ଥ୍ୟସେବା ମାଗଣାରେ ଉପଲବ୍ଧ କରାଯାଉଅଛି |ଯେକୌଣସି ବ୍ୟକ୍ତି ଏହି ମୌଳିକ ସୁବିଧାରୁ ଯେପରି ବଂଚିତ ନ ହୁଅନ୍ତି ସେଥିପାଇଁ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦିବସରେ ପ୍ରତ୍ୟେକ କେନ୍ଦ୍ରରେ ଲୋକସଚେତନତା କରାଯାଇଥିଲା । ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ବହୁଳ ଅଞ୍ଚଳରେ ଲୋକଙ୍କ ପାଖରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଅଭିଭାଷଣରେ କିମ୍ବା କାଗଜପତ୍ର ରେ ଦର୍ଶାଇଛନ୍ତି |
କିନ୍ତୁ ତାହା ଲୋକଙ୍କ ପାଖରେ କେତେ ଦୂର ପହଞ୍ଚିପାରୁଛି ତାର ସୂଚନା କେବଳ ବିଭାଗ ହିଁ ଜାଣେ | କେବଳ ଫଳକରେ ସରକାର ଙ୍କ ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଲୋକଙ୍କ ସେବାରେ ଲାଗିବାରୁ ନାହିଁ । କାରଣ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଏଭଳି ହେଉଅଛି।

ଏମିତିକା ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଆଦିବାସୀ ବହୁଳ ବାହାଡ଼ା ଝୋଲା ପଂଚାୟତରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ । ଛଅ ଶଯ୍ୟା ବିଶିଷ୍ଟ ବେଡ଼ ପଚାଶେ ବର୍ଷ ତଳୁ ସେମିତି ଅଛି |ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଦୁଇଦୁଇ ଜଣ ଡାକ୍ତର ରହୁଥିଲେ, କିନ୍ତୁ ଆଜି ଜଣେ ଆଇସିୟୁ ଡାକ୍ତରରେ ଚାଲିଛି ବାହାଡ଼ାଝୋଲା ସ୍ୱାସ୍ଥ୍ୟ କେନ୍ଦ୍ର |
ସେଥିରେ ପୁଣି ଫାର୍ମାସିଷ୍ଟଙ୍କ ଦବଙ୍ଗଗିରି | କିଛି ଅସାଧୁ ବ୍ୟକ୍ତିଙ୍କୁ ହାତକରି ବହୁ ଦିନ ହେଲା ରାଜକରୁଛନ୍ତି ଫାର୍ମାସିଷ୍ଟବାବୁ।ସଦାସର୍ବଦା ଘଣ୍ଟେ ଦୁଇଘଣ୍ଟା ବିଳମ୍ବରେ ଆସନ୍ତି। ପଚାରିଲେ "କୁହନ୍ତି ମୋର ଏହା ଠିକ ଟାଇମ ମୁଁ ଅଧିକ ସମୟ ପର୍ଯ୍ୟନ୍ତ କାମ କରୁଅଛି ତେଣୁ ବିଳମ୍ବ ହେବ।" ବାବୁଙ୍କର ଅଧିକ ସମୟ ପର୍ଯ୍ୟନ୍ତ କାମ କରିବା
ନିଶ୍ଚିତଭାବରେ ସ୍ଵାଗତଯୋଗ୍ୟ, ଭଲକଥା ଏହାକୁ ଆମେ ବିରୋଧ କରୁ ନାହୁଁ କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ କାମକରୁଛି ବାହାନାରେ ସର୍ବଦା ବିଳମ୍ବରେ ଆସିବା ଆଦୌ ଠିକ ନୁହେଁ। କାରଣ ବର୍ତ୍ତମାନ ଖରାଦିନ ତା 'ସହିତ କୋରାନାର ବିସ୍ତାର ସମୟ | ଅନେକ ବୟସ୍କବ୍ୟକ୍ତି ୧୦ /୧୨ କିଲୋମିଟର ଦୂରରୁ ଆସି ଅପେକ୍ଷା କରିଥାନ୍ତି ସ୍ୱାସ୍ଥ୍ୟ ସେବାପାଇଁ, ସେମାନେ କେତେ ଅସୁବିଧା ସମ୍ମୁଖିନ ହେଉଥିବେ ତାହା ସେମାନେହିଁ ଜାଣନ୍ତି । ତାହା କେବେ ବିଚାର କରିନାହାନ୍ତି ଫାର୍ମାସିଷ୍ଟ ବାବୁ । ଏଠି ପ୍ରଶ୍ନ ଉଠୁଚି ଯେ ଅଧିକ ସମୟ ପର୍ଯ୍ୟନ୍ତ କାମ କଣ ପାଇଁ? ଲୋକଙ୍କୁ ସେବା ଯୋଗାଇ ଦେବାପାଇଁ ନା ଅଧିକ ରୋଜଗାର ପାଇଁ ? ଏହା ହେଉଛି ସିଧା କଥା କାରଣ ସବୁଥିରେ ଆଜିକାଲି କିଛି ଅଧିକାହିଁ ଦରକାର। ବିଳମ୍ବରେ ଆସିବା ଆଉ କିମ୍ବା ବିଳମ୍ବ ସମୟ ପର୍ଯ୍ୟନ୍ତ କାମକରିବା, ସେଥିରେ କେବଳ ଫାର୍ମାସିଷ୍ଟ ବାବୁଙ୍କରହିଁ ଲାଭହୋଇଥାଏ । କାରଣ ପ୍ରଥମେ ଅଧିକ ସମୟ କାମ କରିବାର ବାହା ବାହା ନେବା ସହିତ ସବୁବିଭାଗକୁ ହାତକୁ ନେଇ ସମସ୍ତ ଷ୍ଟାଫ୍ ଡ୍ୟୁଟି ସାରି ଯିବାପରେ ବାବୁ ଏକ୍ସଟ୍ରା ଡ୍ୟୁଟି କାହିଁକି କରନ୍ତି ଏହାର ଉତ୍ତର ଜନସାଧାରଣ ଏବଂ ପ୍ରଶାସନିକ ଅଧିକାରୀଙ୍କ ପାଖରେ। ସରକାରୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଲୋକଙ୍କୁ ଡାଇବେଟିସ ପରୀକ୍ଷା ଏବଂ ମେଡ଼ିସିନ୍ ମାଗଣାରେ ଯୋଗାଇ ଦେଉଥିବାବେଳେ ଏଥି ମନମୁଖୀ ଚଳାଇ ଚାନ୍ତି ଫାର୍ମାସିଷ୍ଟ |
କେତେବେଳେ ମେଡିସିନ ଏବେ ଦେଇହବନି କୁହନ୍ତି ତ ଆଉ କେତେବେଳେ ଉପରୁ ମେଡିସିନ ଆସିନାହିଁ କୁହନ୍ତି | ଡାଇବେଟିସ ପରୀକ୍ଷା କରିବା ପାଇଁ କହିଲେ ମୋର ଏହା କାମ ନୁହଁ | ବହୁସମୟ ଅପେକ୍ଷା କରିବାକୁ ପଡ଼ିବ | ପ୍ରଥମତଃ ବାବୁ ବିଳମ୍ବରେ ଆସନ୍ତି ଏବଂ ଫାଷ୍ଟିଂ ପରୀକ୍ଷା ଅପେକ୍ଷା କରି ଦିନ ୧୧ ଟା ରେ କରିବାକୁ ପଡେ । ରୋଗୀ ବିନା ଖର୍ଚ୍ଚରେ ମାଗଣା ସେବା ପାଇ ରୋଗରୁ ଆରୋଗ୍ୟ ହେବା ପାଇଁ ଆସିଥାଏ ନା ମରିବା ପାଇଁ ଆସିଥାଏ h।ମେଡ଼ିକାଲରେ ମେଡିସିନ ଅଭାବ ରହୁ ଥିବା କଥା ଆମେ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଇନ ଚାର୍ଜ ଡ଼କ୍ଟର ଦେବୀପ୍ରସାଦ ପ୍ରଧାନଙ୍କୁ କିଛି ଦିନ ପୂର୍ବେ ପଚାରିଥିଲୁ | ସେ କହିଥିଲେ ଫାର୍ମାସିଷ୍ଟ ଠିକ୍ ସମୟରେ ଇଣ୍ଡେଡ୍ ପ୍ରସ୍ତୁତ କରି ଦଉନାହାନ୍ତି ସେଥିପାଇଁ ଏଭଳି ହେଉଅଛି । ଫାର୍ମାସିଷ୍ଟ ଙ୍କ ସର୍ବଦା ଏଭଳି ବିଳମ୍ବରେ ଆସିବାକଥା ସେଠାକାର ଇନ ଚାର୍ଜ ଡକ୍ଟର ରିତେଶ ବଳିଆରସିଂହ ଙ୍କୁ ପଚାରିବାରୁ ସେ କୁହନ୍ତି, ମୋ ପାଖରେ ଲିଖିତ କୌଣସି ଅଭିଯୋଗ ନାହିଁ ଲିଖିତ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିରୁ ଜଣାପଡେ ଡାକ୍ତରଖାନା ଇନଚାର୍ଜ ବି ଜାଣିନାହାନ୍ତି | ପ୍ରଶ୍ନ ଉଠେ କିଏ ଦେବ ଲିଖିତ ଅଭିଯୋଗ? କେନ୍ଦ୍ରର ମୁଖ୍ୟ ଯଦି ଲିଖିତ ଅଭିଯୋଗ ଚାହାଁନ୍ତି, ତେବେ ତାଙ୍କର କ୍ଷମତା ଉପରେ ମଧ୍ୟ ପ୍ରଶ୍ନ ଉଠିବ | ଏଠି´ ଯେଉଁ ଷ୍ଟାଫ୍ ଙ୍କୁ ପଚାରିଲେ କେହି କିଛି କହିବାକୁ ଚାହାନ୍ତି ନାହିଁ | ଏଥିରୁ ଜଣାପଡ଼ୁଛି ଫାର୍ମାସିଷ୍ଟ ବାବୁ କାହା ଛତ୍ର ଛାୟା ତଳେ ରହି ଏହି ସବୁ ଦବଙ୍ଗ ଗିରି କରୁଛନ୍ତି । ଯାହାଫଳରେ ଆଦିବାସୀ ବହୁଳ ସାତଟି ପଂଚାୟତର ଜନସାଧାରଣ ସେବା ପାଇବାରୁ ବଂଚିତ ହେଉଛନ୍ତି ସବୁକିଛି ସରଞ୍ଜାମ ଥିଲେ ମଧ୍ୟ ଲୋକଙ୍କ କାମରେ ଆସୁନି । ଏବଂ ଫାର୍ମାସିଷ୍ଟ ଙ୍କ ଏହି ଦବଙ୍ଗ ଗିରି କାର୍ଯ୍ୟକୁ ସବୁ ମହଲରେ ନିନ୍ଦା କରିବା ସହ କିଛି ବୁଧୀଜୀବିଙ୍କ କହିବାନୁସାରେ ବାହାଡ଼ାଝୋଲା ପଂଚାୟତର ଲୋକଙ୍କ ସରଳତାର ସୁଯୋଗ ନେଇ ଏଭଳି ମନମୁଖୀ କାର୍ଯ୍ୟ କରୁଛନ୍ତି କିଛି କର୍ମଚାରୀ | ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଦୁଷ୍ଟି ଦେବାପାଇଁ ଅଂଚଳ ବାସିନ୍ଦାଙ୍କ ଦାବି ହୋଇଛି ।