ଏମିତି ଏକ କୋଠଘର ଯାହାର ନିର୍ମାଣ କାର୍ଯ୍ୟ ଦଶବର୍ଷ ହେଲା ଚାଲୁ ରହିଛି !
ନୂଆଗାଁ : ନ. ଖ /25/04/2021(ରିପୋର୍ଟ - ନିରଞ୍ଜନ ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି | ଓଡ଼ିଆର ସଂସ୍କୃତି ଓ ପରମ୍ପରାର ପୁନଃରୁଦ୍ଧାର ପାଇଁ କୋଟି କୋଟି ରାଜସ୍ୱ ବିନିଯୋଗ କରି ଆମ ଗାଁ ଆମ ବିକାଶ ଯୋଜନାରେ ପ୍ରତି ଗ୍ରାମରେ ନିର୍ମାଣ କରାଯାଉଛି କୋଠଘର କିମ୍ବା ଭାଗବତ ଟୁଙ୍ଗି |
ହେଲେ ଭାଗବତ ଟୁଙ୍ଗିକୁ ଭଗବାନ ଭରସା ଭଳି କୋଠାଘରର ଅବସ୍ଥା ବି ଅସଂପୂର୍ଣ୍ଣ | ବର୍ଷ ବର୍ଷ ଧରି ଚାଲୁଛି ନିର୍ମାଣ କାର୍ଯ୍ୟ | ରାଜ୍ୟସରକାରଙ୍କ 5ଟି ନିୟମ ଫେଲ ମାରୁଛି | ଦେଶର 80ପ୍ରତିଶତ ନାଗରିକ ହେଉଛନ୍ତି କୃଷକ | ଅଧିକାଂଶ କୃଷିଜୀବୀ ଗ୍ରାମାଞ୍ଚଳରେ ବାସ କରନ୍ତି | ହେଲେ ଏଠାରେ ପ୍ରଶ୍ନ ଉଠୁଛି ଗ୍ରାମର ଉନ୍ନତି ପାଇଁ ସରକାର ଏତେ ଯୋଜନା ପ୍ରଣୟନ କରୁଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ କାହିଁକି ଅପାରଗତା କରନ୍ତି | ଆମେ ଆଜି ଏମିତି ଏକ ଗାଁର ଦୃଶ୍ୟ କହିବାକୁ ଯାଉଛୁ, ଯେଉଁଠାରେ ଦୀର୍ଘ ଦଶ ବର୍ଷ ଧରି ଚାଲିଛି କୋଠାଘର ନିର୍ମାଣ କାର୍ଯ୍ୟ |
ଏହି ଗ୍ରାମଟି ହେଉଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଗାତେରି ଗ୍ରାମପଂଚାୟତର ଭାଲିଆପଦର ଗ୍ରାମ | ଗାଁ ଲୋକଙ୍କ କହିବା କଥା ପ୍ରାୟ ଦଶବର୍ଷ ହେବ କାମ ଚାଲିଛି କିନ୍ତୁ ସମ୍ପୂର୍ଣ୍ଣ ହୋଇପାରୁନଥିବାରୁ ଏବର୍ଷ ଆମ ଗାଁ ଆମ ବିକାଶ ଯୋଜନାରେ ଟଙ୍କା ଆସିଥିଲେ ମଧ୍ୟ
କାର୍ଯ୍ୟ ମନ୍ଥର ଗତିରେ ଚାଲୁ ରହିଛି, ଫଳରେ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏହି ବିଷୟରେ ପଂଚାୟତ ସରପଂଚଙ୍କ ସହିତ ଯୋଗାଯୋଗ କରାଯାଇଥିଲା | ହେଲେ ସେ କାମ ଶୀଘ୍ର ସାରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି | ବିଭାଗୀୟ ଜେଇ ଏଥି ପ୍ରତି ଧ୍ୟାନ ଦେବା ସହିତ କାର୍ଯ୍ୟ ଶେଷ କରିବା ପାଇଁ ଗ୍ରାମବାସି ଦାବି କରିଛନ୍ତି ।

Tags:
district news