ଜୈବିକ ପ୍ରଣାଳୀରେ ସୂର୍ଯ୍ୟମୁଖୀ ଚାଷ!

ଜୈବିକ ପ୍ରଣାଳୀରେ ସୂର୍ଯ୍ୟମୁଖୀ ଚାଷ!

ଜୈବିକ ପ୍ରଣାଳୀରେ ସୂର୍ଯ୍ୟମୁଖୀ ଚାଷ!
  ( ରିପୋର୍ଟ :ମାନସ ରଞ୍ଜନ ଦାଶ ) : ଗଣିଆ ବ୍ଲକ ର ରାସଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓସ୍ତିଆ ଗ୍ରାମର(ଗଣିଆ ବ୍ଲକର ପୂର୍ବତନ ଅଧକ୍ଷ) ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମିଶ୍ର ଙ୍କ ଅଦମ୍ୟ ପ୍ରଚେଷ୍ଟା ରେ ସଫଳ ହୋଇପାରିଛି ସୂର୍ଯ୍ୟମୁଖୀ କ୍ଷେତ। ଜାନୁୟାରୀ ମାସ ପ୍ରଥମ ପର୍ଯ୍ୟାୟରେ କୃଷି ବିଭାଗ ସୂଚନା ଓ ସହଯୋଗ କ୍ରମେ ଆରମ୍ଭ କରିଥିଲେ ସୂର୍ଯ୍ୟମୁଖୀ ଚାଷ।ସଂପୂଣ୍ଣ ଜୈବିକ ପ୍ରଣାଳୀରେ ସମ୍ପାଦନ ହୋଇଥିଲା ଚାଷ ପ୍ରକ୍ରିୟା।ପ୍ରଥମେ ଚାଷ ସମୟରେ ଜୈବିକ ଖତ ଦିଆଯାଇ ମଞ୍ଜିକୁ ବିଶୋଧନ କରି ଧାଡ଼ି ଧାଡ଼ି କରି ଲଗାଯାଇଥିଲା


ଜାନୁୟାରୀ ମାସ ଶେଷ ଓ ଫେବୃଆରୀ ଆରମ୍ଭ ବେଳକୁ ଦୁଇଥର କୋଡ଼ ପରେ ସିଆର ସମୟରେ ଆଉଥରେ ଜୈବିକ ଖତ ପ୍ରୟୋଗ କରାଯାଇ ଗଛର ଆବଶ୍ୟକତା ମୁତାବକ ପ୍ରଜ୍ୟାପ୍ତ ପରିମାଣ ର ପାଣି ଯୋଗାଇ ଦିଆଯାଇଥିଲା।ଫଳରେ ଏହା ଏପ୍ରିଲ୍ ମାସ ପହିଲା ରେ ସମ୍ପୂର୍ଣ ଉନ୍ନତ ଧରଣର ସୂର୍ଯ୍ୟମୁଖୀ ଫଳ ଦେବା ପାଇଁ ସକ୍ଷମ ହୋଇପାରିଥିଲା।ଗୋଟାଏ ଗୋଟାଏ ଫଳ ଏକ କେଜି ହୋଇଥିବାର ଜଣା ପଡ଼ିଛି।ଏହା ପାଞ୍ଚ ଗୁଣ୍ଠ ବିଶିଷ୍ଟ କ୍ଷେତରେ ପ୍ରୟାସ କରାଯାଇଥିଲା।ପରିବାର ବର୍ଷକ ଯାକ ସଂପୂଣ୍ଣ ତେଲ ମେଣ୍ଟାଇବା  ସହିତ ଅନ୍ୟକୁ ବିକ୍ରି କରିବା ପାଇଁ ସୁଯୋଗ ଯୋଗାଇ ପାରିବ ବୋଲି ଜଣା ଯାଇଛି।

Post a Comment

Please Select Embedded Mode To Show The Comment System.*

Previous Post Next Post