ସବିତାଦୁର୍ଗ ଓ ସିଦ୍ଧାର୍ଥ ସାହିତ୍ୟ ସଂସଦ, ବୌଦ୍ଧର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବିଷୁବ କବିତା ଆସର ଅନୁଷ୍ଠିତ ।
ବୌଦ୍ଧ :( ରିପୋର୍ଟ : ସନାତନ ମହାକୁଡ଼ ): ଅନଲାଇନ୍ କବିତା ଆସର ପରିବାର ,ସବିତାଦୁର୍ଗ,ବୌଦ୍ଧ ଏବଂ ସିଦ୍ଧାର୍ଥ ସାହିତ୍ୟ ସଂସଦ, ବୌଦ୍ଧର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବିଷୁବ କବିତା ଆସର ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ସବିତା ଦୁର୍ଗର ପ୍ରତିଷ୍ଠାତା ତଥା ସଞ୍ଚାଳକ ଶ୍ରୀମାନ୍ ସୁଦୀପ୍ତ କୁମାର ପଣ୍ଡା ଏବଂ ଆବାହକ ଅଭିନବ ପଟ୍ଟନାୟକଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ଵରର ବିଶିଷ୍ଟ ସମାଜସେବୀ ପୁଷ୍ପଲତା ମିଶ୍ର ଏବଂ ସୁବର୍ଣ୍ଣପୁରର କବୟିତ୍ରୀ ଚନ୍ଦ୍ରାବତୀ ପାଣ୍ଡେ ସଂଯୋଜନା ଦାୟୀତ୍ଵ ତୁଲାଇଥିଲେ ।ବିଶ୍ଵରଙ୍ଗ ମଞ୍ଚ ବରଗଡର ବରିଷ୍ଠ କଳାକାର ବଟକୃଷ୍ଣ ସାହୁ, ନିର୍ମଳ ନାୟକ (ମହାରାଷ୍ଟ୍ର) ଅତିଥି କବି ଭାବେ ଯୋଗଦେଇଥିଲେ ।ବରିଷ୍ଠ କବୟିତ୍ରୀ ବିରଜା ଦେବୀ, ବୀଣାପାଣି ଚୌଧୁରୀ, ବନଲକ୍ଷ୍ମୀ ମହାନ୍ତି, ମନୋରମା ଖାଣ୍ଡୋଇ, ପ୍ରମିଳା ପାଣି, ବାବୁଲା ନାହାକ (ଗଞ୍ଜାମ), ସିମନ୍ତ ନନ୍ଦ (କୋରାପୁଟ), ସୁଶାନ୍ତ ଦାସ( ବ୍ରହ୍ମପୁର), ପ୍ରତିମାରାଣୀ ମିଶ୍ର (ପୁରୀ), ସ୍ନିଗ୍ଧାରାଣୀ ମିଶ୍ର (କୋରାପୁଟ), ସନାତନ ମହାକୁଡ଼ (ନୟାଗଡ଼),ଶୁଭେନ୍ଦୁ ମେହେର, କଣ୍ଠଶିଳ୍ପୀ ସୁଜ୍ଞାନ ବାଘ, ପ୍ରଶାନ୍ତ ରଥ, ପ୍ରଭାତ ଖମାରୀ, ଅରୁଣ ମହାପାତ୍ର, କେଦାରନାଥ ସାହୁ, ଜୟ ପ୍ରଧାନ, ରୋହିତ ମେହେର, ଛାୟାକାନ୍ତ ଦାସ । ଅଜିତ ତ୍ରିପାଠୀ, ଅଜିତ ମିଶ୍ର, ଦେବେନ୍ଦ୍ର ମିଶ୍ର, ଯୁବକବି ଅରୁଣ ମେହେର ଆଦି ପ୍ରାୟ ୬୦ରୁ ଉର୍ଦ୍ଧ୍ଵ କବି କବୟିତ୍ରୀ ବିଭିନ୍ନ ଜିଲ୍ଲା ଓ ରାଜ୍ୟରୁ ଯୋଗଦେଇ କବିତା ଆବୃତ୍ତି କରି ସୁନ୍ଦର ବାର୍ତ୍ତା ରଖିଥିଲେ । ସୁଦୀପ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମର ସମୀକ୍ଷା କରିବାପରେ ଅଭିନବ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
Tags:
Local news