ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଲେ ଶିବଦତ ପାତ୍ର !

ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଲେ ଶିବଦତ ପାତ୍ର !

ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଲେ ଶିବଦତ ପାତ୍ର !


ନୂଆଗାଁ : 28/04/2021(ରିପୋର୍ଟ - ନିରଞ୍ଜନ ସାହୁ):  ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକରୁ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଲେ ଶିବଦତ ପାତ୍ର | ଖବରରୁ ପ୍ରକାଶ ଶିବଦତ ପାତ୍ର ଦୀର୍ଘ ବର୍ଷ ଧରି ନୂଆଗାଁ ତହସିଲ ଅଦାଲତରେ ଓକିଲ ଭାବେ କାର୍ଯ୍ୟ କରିଆସୁଛନ୍ତି | ସେ ବିଭିନ୍ନ ସମୟରେ ଗରିବ ଲୋକଙ୍କ ଅସୁବିଧା ବେଳେ ସେମାନଙ୍କ ପାଖରେ ପହଁଚିବା ସହ ଆଇନ୍ ଗତ ସାହାଯ୍ୟ କରିଥାନ୍ତି ।

ଏଣୁ ଲୋକଙ୍କ କିଛି ସମସ୍ୟା ଆସିଲେ ଶିବବାବୁଙ୍କୁ ଖୋଜା ପଡେ | ଏଣୁ ଆଜି ନୂଆଗାଁ ବ୍ଳକରୁ ଶିବଦତ ପାତ୍ରଙ୍କୁ ସରକାରୀ ଓକିଲ ଭାବେ ନିଯୁକ୍ତି ମିଳିଛି | ଶିବଦତ ପାତ୍ର ଙ୍କୁ ପଚାରିବାରୁ ସେ କହିଥିଲେ ଅସହାୟ ଗରିବଙ୍କୁ ଆଇନ୍ କାନୁନ୍ ଉପରେ ସହାୟତା କରିବା ମୋର ଧର୍ମ,  ଏଣୁ ଏ ସହଯୋଗ ସବୁବେଳେ ଜାରି ରହିବ | ଏଥିସହ ସ୍ଥାନୀୟ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କୁ ଧନ୍ୟବାଦ ଦେଇଛନ୍ତି । 

Post a Comment

Please Select Embedded Mode To Show The Comment System.*

Previous Post Next Post