ବାହାଡ଼ାଝୋଲାରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦିବସ ପାଳିତ !

ବାହାଡ଼ାଝୋଲାରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦିବସ ପାଳିତ !

ବାହାଡ଼ାଝୋଲାରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦିବସ ପାଳିତ !


ବାହାଡାଝୋଲା : 14/04/2021(ରିପୋର୍ଟ : ନିରଞ୍ଜନ ସାହୁ ) : ଆଜି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ତୃତୀୟ ବାର୍ଷିକ ଦିବସ ସବୁଆଡେ ପାଳିତ ହେଉଥିବା ବେଳେ,  ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ମଧ୍ୟ  ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦିବସ -୨୦୨୧ ପାଳିତ ହୋଇଯାଇଅଛି ।ପ୍ରତ୍ୟେକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୧୨ଗୋଟି ସ୍ବାସ୍ଥ୍ୟସେବା ମାଗଣାରେ ଉପଲବ୍ଧ କରାଯାଉଅଛି,  ଯାହାକି ସାଧାରଣ ଜନସାଧାରଣ ତାହା ଠିକ୍ ଭାବରେ ଜାଣି ପାରୁନଥିବାରୁ ଏହି ସବୁ ସରକାରଙ୍କର ମାଗଣା ସୁବିଧାରୁ ବଞ୍ଚିତ ହେଉଛନ୍ତି ବହୁ ସାଧାରଣ ଲୋକ। ସେହି ବାର ଗୋଟି ସୁବିଧା ହେଲା ଶୈଶବ ଓ କୈଶୋର ସ୍ବାସ୍ଥ୍ୟ, ନବଜାତ ଓ ଶିଶୁ ସ୍ବାସ୍ଥ୍ୟ, ପରିବାର ନିୟୋଜନ ଓ ପ୍ରଜନନ ସ୍ବାସ୍ଥ୍ୟ, ଦାନ୍ତର ପ୍ରାଥମିକ ଯତ୍ନ, ଗର୍ଭାବସ୍ଥା ଓ ପ୍ରସବ, ଜରାରୋଗିର ଯତ୍ନ, ଚକ୍ଷୁର ପ୍ରାଥମିକ ଯତ୍ନ, ସଂକ୍ରାମକ ରୋଗୀର ପରିଚାଳନା, ଅଣ ସଂକ୍ରମଣ ରୋଗର ଯତ୍ନ, ମାନସିକ ସ୍ଵାସ୍ଥ୍ୟ ସେବା,କାନ ନାକ ଓ ଗଳାର ପ୍ରାଥମିକ ଯତ୍ନ,ଜରୁରୀ କାଳୀନ ସ୍ବାସ୍ଥ୍ୟସେବା ଓ 

 ଟେଲିମେଡିସିନ ସ୍ବାସ୍ଥ୍ୟସେବା ଇତ୍ୟାଦି।ଆହୁରି ବହୁତ କିଛିସୁବିଧା ଯେଭଳି ଲୋକଙ୍କୁ କ୍ୟାନସର ହେଲେ କେମୋ ଦେବା ହେଉ କିମ୍ବା କୀଡୀନ ରୋଗୀ ଡାଇଲୋଷିସ୍ କରିବା ହେଉ ସେଥି ପାଇଁ କଟକ କିମ୍ବା ଭୁବନେଶ୍ଵରର ବହୁ ଖର୍ଚ୍ଚ କରି ଯିବାକୁ ପଡୁଛି ଜନସାଧାରଣଙ୍କୁ କିନ୍ତୁ ଏହି ସବୁ ସୁବିଧା ମଧ୍ୟ ଆମର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଉପଲବ୍ଧ ହେଉଅଛି ଏଭଳି ବହୁତ୍ କିଛି ଅବଗତ କରାଇ ଥିଲେ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଡ଼କ୍ଟର ଦେବୀପ୍ରସାଦ ପ୍ରଧାନ। ବାହାଡ଼ାଝୋଲା ସ୍ବାସ୍ଥ୍ୟକେନ୍ଦ୍ରରେ କିଭଳି ସପ୍ତାହକୁ ଦୁଇଦିନ ମଙ୍ଗଳବାର ଏବଂ ଗୁରୁବାର ସକାଳେ କ୍ରମାଗତଭାବେ ଯୋଗଶିକ୍ଷା  ଚାଲୁ ରଖିବା ପାଇଁ ଡାକ୍ତର ପ୍ରଧାନ ବାହାଡ଼ାଝୋଲା ସ୍ୱାସ୍ଥ୍ୟକେନ୍ଦ୍ର ଇନ ଚାର୍ଜ ଥିବା ଡ଼କ୍ଟର ରିତେଶ ବଳିଆରସିଂହଙ୍କ ସହ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ବାହାଡ଼ାଝୋଲା ପଞ୍ଚାୟତର ସରପଞ୍ଚ ବିନୋଦ କୁମାର ସାହୁ,ସମିତି ସଭ୍ୟା ଛବିରାନି ସାହୁ,ବହୁ ସମାଜସେବୀ,ବୁଦ୍ଧିଜୀବୀ,ଆଶାକର୍ମୀ   ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ପରିଚାଳନା କରୁଥିଲେ ଡ଼କ୍ଟର ରିତେଶ ବଳିଆରସିଂହ।


Post a Comment

Please Select Embedded Mode To Show The Comment System.*

Previous Post Next Post