ନୟାଗଡ଼ ଖବରର ମହା ପ୍ରଭାବ, ଚିଲିପଥର ଗାଁର ୬ ଆଦିବାସୀ ପରିବାର ପାଇଲେ ବିଦ୍ୟୁତ ସଂଯୋଗ !

ନୟାଗଡ଼ ଖବରର ମହା ପ୍ରଭାବ, ଚିଲିପଥର ଗାଁର ୬ ଆଦିବାସୀ ପରିବାର ପାଇଲେ ବିଦ୍ୟୁତ ସଂଯୋଗ !

ନୟାଗଡ଼ ଖବରର ମହା ପ୍ରଭାବ, ଚିଲିପଥର ଗାଁର ୬ ଆଦିବାସୀ ପରିବାର ପାଇଲେ ବିଦ୍ୟୁତ ସଂଯୋଗ !


ଦଶପଲ୍ଲା : 26/04/2021(ରିପୋର୍ଟ : ରତ୍ନାକର ହୋତା ) :  ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମ ପଂଚାୟତ ଅନ୍ତର୍ଗତ ରଥିପୁର ରାଜସ୍ବ ଗ୍ରାମର, ପଡାଗ୍ରାମ ଚିଲିପଥର ର ଛଅ ଗୋଟି ଆଦିବାସୀ ପରିବାରକଂ ଘରେ ଗତ ତିନିବର୍ଷ ତଳେ ବିଦ୍ୟୁତ ବୋର୍ଡ ଓ ମିଟର ଲାଗିଥିଲେ ମଧ୍ୟ, ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଉକ୍ତ ୬ ଗୋଟି ଆଦିବାସୀ ପରିବାର ବିଦ୍ୟୁତ ସଂଯୋଗ ପାଇପାରି ନ ଥିଲେ । ଏହି ସମସ୍ୟା ଟି ନଜରକୁ ଆସିବା ପରେ, ଏ ସମ୍ପର୍କରେ ନୟାଗଡ଼ ଖବର ଚ୍ୟାନେଲ ରେ ଏକ ବିସ୍ତୃତ ଖବର ଗତ କିଛିଦିନ ପ୍ରସାରିତ ହେବାପରେ ବିଦ୍ୟୁତ ବିଭାଗର ନିଦ ଭାଂଗିଥିଲା ।

ସମ୍ବାଦ ପ୍ରସାରଣ  ପରେ ଯୁଦ୍ଧକାଳୀନ ଭିତ୍ତିରେ ଏହି ପରିବାର କଂ ଘରେ ବିଦ୍ୟୁତ ସଂଯୋଗ ଦିଆଯାଇଛି । ଆଜି ଆମ ପ୍ରତିନିଧି ଉପକୃତ ପରିବାର କୁଂ ଭେଟିବା ପରେ ସମସ୍ତେ ନୟାଗଡ଼ ଖବର ଚ୍ୟାନେଲ କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଦାନ କରିଛନ୍ତି ।

2 Comments

Please Select Embedded Mode To Show The Comment System.*

Previous Post Next Post