ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ !
ଗଣିଆ : (ରିପୋର୍ଟ -ମାନସ ରଞ୍ଜନ ଦାଶ) :ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମ ପାୟତର ହରି ପୁର ଗାଁ'ର ତପନ କୁମାର ମହାନ୍ତିଙ୍କ ସାନ ପୁଅ ବିଶ୍ୱାଳରାଜ ପୋଖରୀରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି | ପ୍ରାପ୍ତ ଖବରରୁ ଜଣାଯାଉଛି ଆଜି ସକାଳ 9 ଟା ସମୟରେ ଗ୍ରାମ ପୋଖରୀ କୁ ଗାଧୋଇବା କୁ ଯାଇଥିବାବେଳେ ଗୋଡ଼ ଖସିଗଲା | ଫଳରେ ଛାତ୍ର ଜଣକ ବୁଡ଼ିଯାଇ ମୃତ୍ୟୁ ବରଣ ହୋଇଛି | ସଙ୍ଗେ ସଙ୍ଗେ ଗଣିଆ ମେଡିକାଲକୁ ଅଣାଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି | ଶବ ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ଚିକିତ୍ସାଳୟ କୁ ପଠାଯାଇଥିଲା | ପିଲାଟି ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ | ଏହି ଦୁଃଖଦ ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |
Tags:
Local news