ଦୁର୍ଘଟଣା ଗ୍ରସ୍ଥ କାରରୁ ଗଂଜେଇ ଜବତ !

 ଦୁର୍ଘଟଣା ଗ୍ରସ୍ଥ  କାରରୁ ଗଂଜେଇ ଜବତ !

ଦୁର୍ଘଟଣା ଗ୍ରସ୍ଥ  କାରରୁ ଗଂଜେଇ ଜବତ !


ନୂଆଗାଁ : (ରିପୋର୍ଟ - ନିରଞ୍ଜନ ସାହୁ) :  ଗଂଜେଇ ଚୋରା ଚାଲାଣ ମୂଖ୍ୟ ରାସ୍ତା ପାଲଟିଛି (୫୭) ନମ୍ବର ଜାତୀୟ ରାଜପଥ । କନ୍ଧମାଳ ଫୁଲବାଣୀରୁ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହେଉଛି ଗଂଜେଇ ଚୋରା ଚାଲାଣ | ରାସ୍ତା ଉପରେ କିଛି ଥାନା ଥିଲେ ମଧ୍ୟ ପେଟ୍ରୋଲିଙ୍ଗର ଅଭାବ ଯୋଗୁଁ ସକ୍ରୀୟ ରହୁଛନ୍ତି ଗଂଜେଇ ବେପାରୀ । ଏମିତିକା ଏକ ଗଂଜେଇ ବେପାରୀର ପଡ଼ିଛି ଶନିଦଶା ! ଗତକାଲି ସନ୍ଧ୍ୟାରେ ଏକ ଇଣ୍ଡିକୋ କାର (OD O2Y 2710) ନମ୍ବର ଦୁତ ଗତିରେ ଯାଉଥିବା ବେଳେ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅର୍ନ୍ତଗତ ସମ୍ପଡା ଜଙ୍ଗଲ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ  ଉଦ୍ଧାର କରି ଥିଲେ |


ଗାଡ଼ିରେ ଦୁଇଜଣ ବସିଥିବା ବେଳେ ଦୁଇଜଣ ଗୁରୁତର ହେବାରୁ  ସ୍ଥାନୀୟ ଲୋକଙ୍କ ସହାୟତା ଦ୍ଵାରା ଉଦ୍ଧାର କରି ନୂଆଗାଁ ଦମକଳ ବାହୀନି ସହାୟତାରେ ନୟାଗଡ଼ ଜିଲ୍ଲା ହସ୍ପିଟାଲକୁ ପଠାଇଥିବା ଜଣାପଡିଛି | କିନ୍ତୁ ଗାଡ଼ି ଯାଞ୍ଚ ବେଳେ ଗଂଜେଇ ବାହାରିଥିଲା (୯ କିଲୋ) | ଗଂଜେଇ ଗାଡ଼ି ଇଞ୍ଜିନ ଭିତରେ ଥିଲା | ପୋଲିସ ଗାଡ଼ି ସହ ଗଂଜେଇ ଜବତ କରି ତଦନ୍ତ ଆରମ୍ଭ କରିଥିବା ନୂଆଗାଁ ଥାନା ଅଧିକାରୀ ରମେଶ କୁମାର ଦେବତା ସୁଚନା ଦେଇଛନ୍ତି ।

Post a Comment

Please Select Embedded Mode To Show The Comment System.*

Previous Post Next Post