ମାଳତୀପୁଟରେ କୃଷି ଯନ୍ତ୍ରପାତି ଓ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ ମେଳା !

ମାଳତୀପୁଟରେ କୃଷି ଯନ୍ତ୍ରପାତି ଓ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ ମେଳା !
ମାଳତୀପୁଟରେ କୃଷି ଯନ୍ତ୍ରପାତି ଓ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ ମେଳା !

ମାଳତୀପୁଟ, ଗଣିଆ: 13/03/2021;(ମାନସ ରଞ୍ଜନ ଦାଶ) 
ନୟାଗଡ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟଠାରେ କାର୍ଯ୍ୟରତ ବିଭିନ୍ନ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ତରଫରୁ ନୟାଗଡ ଜିଲ୍ଲା, ଗଣିଆ ବ୍ଲକ ଅନ୍ତର୍ଗତ ମାଳତୀପୁଟ ଗ୍ରାମରେ ଏକ ରାଜ୍ୟସ୍ତରୀୟ କୃଷି ଯନ୍ତ୍ରପାତି ଓ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ ମେଳାର ଆୟୋଜନ କରାଯାଇଥିଲା I ସମ୍ପ୍ରତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ନିର୍ଦେଶ ଅନୁଯାୟୀ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଚାରୋଟି ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ( ପଶୁ ଶକ୍ତିର ସଦୁପଯୋଗ, ଉନ୍ନତ କୃଷି ଯନ୍ତ୍ରପାତି, ଅମଳ ପରବର୍ତ୍ତୀ କୃଷି ଯନ୍ତ୍ରପାତି ଓ ପ୍ରକ୍ରିୟାକରଣ ଓ କୃଷି ଶ୍ରମ ବିଜ୍ଞାନ ଓ ସୁରକ୍ଷା)  ଓଡିଶା ସରକାରଙ୍କର କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର, ନୟାଗଡ଼ର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ପ୍ରାୟ ପାଞ୍ଚ ଶହରୁ ଅଧିକ ଚାଷୀ, କୃଷିଜୀବି ମହିଳା ଯୋଗଦେଇଥିଲେ I 

  ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ ପ୍ରଫେସର ସଞ୍ଜୟ କୁମାର ଦାଶ ଯୋଗଦେଇ କୃଷିର ଉନ୍ନତିପାଇଁ
କୃଷିଯାନ୍ତ୍ରିକରଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି ପ୍ରକାଶ କରିଥିଲେ I କ୍ଷେତ୍ର ଯନ୍ତ୍ରପାତି ଓ ଶକ୍ତି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଦେବରାଜ ବେହେରା ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, କାର୍ଯ୍ୟଶୈଳୀ ତଥା ଆଭିମୁଖ୍ୟ ବିଷୟରେ ସଂକ୍ଷିପ୍ତରେ ବୁଝାଇଥିଲେ I ପଶୁଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ପ୍ରକଳ୍ପ ତରଫରୁ ବିକଶିତ ଅନେକ ଉନ୍ନତ ବଳଦ ଟଣା ଯନ୍ତ୍ରପାତି ସମ୍ବନ୍ଧରେ ବିସ୍ତୃତ ଭାବରେ ବର୍ଣନା କରିଥିଲେ I ଉନ୍ନତ କୃଷି ଯନ୍ତ୍ରପାତି ପ୍ରକଳ୍ପର ମୁଖ୍ୟ ପ୍ରଫେସର ପଦ୍ମ ଲୋଚନ ପ୍ରଧାନ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଯଥା ଧIନତଳି ରୁଆ ଯନ୍ତ୍ର, କମ୍ବାଇନ, ଲେଜର ଲେବଲର, ମଞ୍ଜି ଓ ସାର ବୁଣା ଯନ୍ତ୍ର ଇତ୍ୟାଦିର ଉପକାରିତା, ସରକାରୀ ରିହାତି ବିଷୟରେ ଆଲୋଚନା କରିଥିଲେ I ଅମଳ ପରବର୍ତ୍ତୀ କୃଷି ଯନ୍ତ୍ରପାତି ଓ ପ୍ରକ୍ରିୟାକରଣ ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ଉମା ଶଙ୍କର ପାଲ ଅନେକ ଫସଲର ଅମଳ ପରବର୍ତ୍ତୀ କାମପାଇଁ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ତଥା ଅମଳପରେ ମୂଲ୍ୟଯୁକ୍ତ ଖାଦ୍ୟ ପଦାର୍ଥର  ପ୍ରସ୍ତୁତି ବିଷୟରେ ବିଷଦ ଭାବରେ ବୁଝାଇଥିଲେ I

ମାଳତୀପୁଟରେ କୃଷି ଯନ୍ତ୍ରପାତି ଓ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ ମେଳା !


କୃଷି ଶ୍ରମ ବିଜ୍ଞାନ ଓ ସୁରକ୍ଷା ପ୍ରକଳ୍ପର କୃଷି ଯନ୍ତ୍ରୀ ପ୍ରଫେସର ଜୟନାରାୟଣ ମିଶ୍ର କୃଷିଜିବି ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ଅନେକ ଉନ୍ନତ ହସ୍ତ ଚଳିତ କୃଷିଯନ୍ତ୍ରପାତି, ସେଗୁଡିକର ସୁରକ୍ଷିତ ବ୍ୟବହାର ବିଷୟରେ ଆଲୋଚନା କରିଥିଲେ I ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ ଅନିଲ କୁମାର ସ୍ୱାଇଁ ନୟାଗଡ଼ ଜିଲାରେ ଉନ୍ନତ କୃଷି ଯନ୍ତ୍ରପାତିର ଯଥେଷ୍ଟ ଚାହିଦା ଓ ସୁଯୋଗ ରହିଛି ବୋଲି ପ୍ରକାଶ କରିଥିଲେ I ଓଡିଶା ସରକାରଙ୍କର କୃଷି ବିଭାଗର ସ୍ଥାନୀୟ ସହକାରୀ କୃଷି ଯନ୍ତ୍ରୀ ଇଂ ବିଶ୍ୱଜିତ ପାଟ୍ଟଯୋଶୀ, ସହକାରୀ କୃଷି ଅଧିକାରୀ ଆଶିଷ କୁମାର ମେହେର ପ୍ରମୁଖ ଉପସ୍ଥିତ ଚାଷୀମାନଙ୍କୁ କୃଷିଯାନ୍ତ୍ରିକରଣ ସମ୍ବନ୍ଧୀୟ ବିଭିନ୍ନ ସରକାରୀ ଯୋଜନା, ପ୍ରୋତ୍ସାହନ ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ I ଉପରୋକ୍ତ ଚାରୋଟି ପ୍ରକଳ୍ପ ତରଫରୁ ବିକଶିତ ଅନେକ ଗୁଡ଼ିଏ ଉନ୍ନତ କୃଷି ଯନ୍ତ୍ରପାତିର ଏକ  ପ୍ରଦର୍ଶନୀ କରାଯାଇଥିଲା ଯାହାକୁ ପ୍ରତ୍ୟେକ ଚାଷୀ ବୁଲି ଦେଖିଥିଲେ I ଏହାପରେ ଏକ ବୈଜ୍ଞାନିକ - କୃଷକ ଆଲୋଚନାଚକ୍ର ଜରିଆରେ ଉପସ୍ଥିତ ଚାଷୀଭାଇମାନଙ୍କର ପ୍ରଶ୍ନଗୁଡିକର ଉତ୍ତର ଉପସ୍ଥିତ ବୈଜ୍ଞାନିକ ମାନେ ପ୍ରଦାନ କରିଥିଲେ I କରୋନା ମହାମାରୀ ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖି ସମସ୍ତ ନୀତି ନିୟମ ପାଳନ କରାଯାଇ ଏହିପରି ବିଶାଳ ଚାଷୀ ମେଳାର  ଅୟୋଜନକୁ ସମସ୍ତେ ପ୍ରଶଂସା କରିଥିଲେ I ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସ୍ଥାନୀୟ ସହକାରୀ କୃଷି ଯନ୍ତ୍ରୀ ଇଂ ବିଶ୍ୱଜିତ ପାଟ୍ଟଯୋଶୀ ବିଶେଷ ଭାବରେ ସହଯୋଗ କରିଥିଲେ I

Post a Comment

Please Select Embedded Mode To Show The Comment System.*

Previous Post Next Post