କୃଷି ଓଡ଼ିଶା ୨୦୨୧: ଏବର୍ଷର ଥିମ୍ – ସମନ୍ୱିତ ଚାଷ - ଚାଷୀର ବିକାଶ !
ଭୁବନେଶ୍ୱର : ୧୫/୦୩/୨୦୨୧: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଫିକି ଆନୁକୂଲ୍ୟରେ ଆୟୋଜିତ ହେଉଛି ବାର୍ଷିକ କୃଷି ମହାକୁମ୍ଭ ‘କୃଷି ଓଡ଼ିଶା’। ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ମାର୍ଚ୍ଚ ୧୫ରୁ ୧୯ ଯାଏଁ ଚାଲିବ ଏହି ମେଗା କୃଷି ପ୍ରଦର୍ଶନୀ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫେରନ୍ସୀ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୦ଟି ବିଷୟବସ୍ତୁକୁ ନେଇ ପାଠଶାଳା ଆୟୋଜନ କରାଯାଇଛି ।
ଚାଷୀ, କୃଷି ଉଦ୍ୟୋଗୀ ଏବଂ କୃଷି ବିଜ୍ଞାନୀମାନଙ୍କୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହେବ। କୃଷି ଓଡ଼ିଶାରେ ଏଥର ୧୬୦ଟି ମଣ୍ଡପରେ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଜଳଛାୟା ମିଶନ, ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ଆଦି ବିଭାଗ ପକ୍ଷରୁ ପ୍ରଦର୍ଶନୀ କରାଯାଉଛି। ଏଥର କୃଷି ଓଡ଼ିଶାରେ ମିଲେଟ୍ ମିଶନ୍ ଏବଂ ମିଶନ ଶକ୍ତି ପକ୍ଷରୁ ସ୍ୱତନ୍ତ୍ର ପ୍ରଦର୍ଶନୀ କରାଯାଉଛି। ବୈଷୟିକ ଜ୍ଞାନକୌଶଳ, ନୂଆ ନୂଆ କୃଷି ଯନ୍ତ୍ରପାତି ଏବଂ ବଜାର ସୁବିଧା ସମ୍ପର୍କରେ ସୂଚନା ଦେବା ପାଇଁ ପ୍ରତିବର୍ଷ ‘କୃଷି ଓଡ଼ିଶା’ ଆୟୋଜନ କରାଯାଉଛି। ଏବର୍ଷ କୃଷି ଓଡ଼ିଶାର ଥିମ୍ – ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ ରହିଥିବା ବେଳେ ମାସ୍କଟ୍ ରହିଛି ‘ପାଳଛତୁ’।