ପଦ୍ମପୁରରେ ସାହିତ୍ୟ ସମ୍ମିଳନୀ: ଓଡ଼ିଆ ଭାଷା ସମୃଦ୍ଧ କାମ ଦକ୍ଷିଣ ଓଡ଼ିଶାରୁ ଆରମ୍ଭ ହେଉ !
ପଦ୍ମପୁର : ନ.ଖ/ 04/03/2021(ରିପୋର୍ଟ : ସନାତନ ମହାକୁଡ଼) : ପଦ୍ମପୁର ଠାରେ ଅନୁଷ୍ଠିତ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଆନୁକୁଲ୍ୟରେ ଶ୍ରାମତୀ ସୁନୀତା ପଣ୍ଡା ଓ ଶ୍ରୀଯୁକ୍ତ ରାଧାରମଣ ପାଣିଗ୍ରାହୀଙ୍କ ୩୦ ତମ ବିବାହ ବାର୍ଷିକୀ ପାଳନ ଅବସରରେ ଏକ ସ୍ବତନ୍ତ୍ର ଅଧିବେଶନ ଓ ସମ୍ବର୍ଦ୍ଧନା ସମାରୋହ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ପ୍ରଫେସର ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ , ମୁଖ୍ୟ ବକ୍ତାଭାବେ ପୂର୍ବତନ ଅର୍ଥମନ୍ତ୍ରୀ , ବରିଷ୍ଠ ରାଜନେତା ତଥା ସାହିତ୍ୟିକ ମାନନୀୟ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ, ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ, ବରିଷ୍ଠ ଆଇନଜୀବି ସର୍ବୋଚ୍ଚ ନ୍ୟାୟାଳୟ ତଥା ସାହିତ୍ୟିକ ମାନନୀୟ ପ୍ରଶାନ୍ତ ବର୍ମା, ନିର୍ଦ୍ଦେଶକ ବିଶ୍ବମୁକ୍ତି, ଉପଦେଷ୍ଟା କିଟ୍,ଓ କିସ୍ ବିଶ୍ବବିଦ୍ୟାଳୟ ପ୍ରଫେସର ଶଶାଙ୍କ ଶେଖର ଚୁଡ଼ାମଣି,କଥାକାର ଓ ସାହିତ୍ୟିକ ଡଃ ସୁବ୍ରତ କୁମାର ପୃଷ୍ଟି, ବିପ୍ଳବୀ କବି , ସଭାପତି ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ପ୍ରଶାନ୍ତ କୁମାର ମିଶ୍ର,ଏବଂ ସମ୍ମିଳନୀ ର ମହାସଚିବ ଶ୍ରୀଯୁକ୍ତ ଦଣ୍ଡପାଣି ମହାପାତ୍ର , ଉପସଭାପତି ଡଃ ଗୋରାଙ୍ଗ ଚରଣ ରାଉତ, ଶ୍ରୀମତୀ ସୁନୀତା ପଣ୍ଡା ସମାନିତ ଅତିଥି ସମାଜ ସେବୀ ଶାନ୍ତି ଦେବୀ ସମ୍ମାନିତ ଅତିଥି ଭାବେ ଓ ସମ୍ମିଳନୀର ମହା ସଚିବ ଦଣ୍ଡପାଣି ମହାପାତ୍ର ଯୋଗ ଦେଇଥିଲେ ।
ଶ୍ରୀମତୀ ପଣ୍ଡାଙ୍କ ସ°ଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି ସମ୍ମିଳନୀରେ ପଦ୍ମଶ୍ରୀ ବିବେଚିତ ଶାନ୍ତିଦେବୀଙ୍କ ସହିତ ୯୪ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନିଶିଗନ୍ଧା ସାହିତ୍ୟ ସ°ସଦର ଓ ନିଶିଗନ୍ଧା ଖବର କାଗଜ ଓ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ର ପ୍ରତିଷ୍ଠାତା ବଳରାମ ତରାଇ ବିଶିଷ୍ଟ ସମାଜସେବୀ ୨୦୨୧ ସମ୍ବର୍ଦ୍ଧିତ କରାଯିବ ସହିତ ,ନିଶିଗନ୍ଧା ଅନୁଷ୍ଠାନର ସମ୍ପାଦିକା ସରସ୍ବତୀ ନାୟକ ଓ ରାଜ୍ୟ ପୃଷ୍ଠପୋଷକ କରୁଣାକର ମଲ୍ଲିକଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।