ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ ! ଗରିବ ପରିବାର ଏବେ ଅସହାୟ...

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ ! ଗରିବ ପରିବାର ଏବେ ଅସହାୟ... 



ନୂଆଗାଁ : ନ.ଖ /07/03/2021(ରିପୋର୍ଟ : ନିରଞ୍ଜନ ସାହୁ) : ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅର୍ନ୍ତଗତ (୫୭) ନମ୍ବର ଜାତୀୟ ରାଜପଥ ସମ୍ପଡା ଛକ ନିକଟରେ ଦୁର୍ଘଟଣା ଏରିଆ ଭାବରେ ଜଣାଶୁଣା ପ୍ରତ୍ୟେକ ଦିନ କିଛିନା କିଛି ଦୁର୍ଘଟଣା ଘଟୁଛି । କିନ୍ତୁ ପ୍ରଶାସନ ଏହାର କିଛି ଦୃଢ଼ ପଦକ୍ଷେପ ନେଉନାହାନ୍ତି  ।  ଫଳରେ ଅକାଳରେ କିଛି ନୀରିହ ଜୀବନ ଚାଲିଯାଉଛି ।
ଏମିତି ଏକ ଦୁର୍ଘଟଣା ଘଟିଛି ନୂଆଗାଁ ବ୍ଳକ ଅନ୍ତର୍ଗତ ସଂପଡା ଛକ ନିକଟରେ |  ବଡଗୋଠ ପଞ୍ଚାୟତ ଭିରୁଡା ଗ୍ରାମର ସଙ୍କର୍ଶଣ  ସାହୁ (ବୟସ ୩୦) କିଛି କାମରେ ନୂଆଗାଁ ଆସିଥିଲେ | କାମସାରି ଘରକୁ ଫେରୁଥିବା ସମୟରେ ସମ୍ପଡା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଛିଟିକି ପଡିଥିଲେ | ସ୍ଥାନୀୟ  ଲୋକଙ୍କ ସହଯୋଗ ଦ୍ଵାରା ନୂଆଗାଁ ଅଗ୍ନସମ ବାହିନୀ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ | ଡାକ୍ତରଖାନାରେ୍ ତାଙ୍କୁ ମୃତ ଘୋଷଣା କରାଯାଇଛି | 

   ତିରିଶି ବର୍ଷର ଭେଣ୍ଡିଆ ପୁଅକୁ ହରେଇ ବାପା ମା ଓ ସ୍ତ୍ରୀ ସହ ଦୁଇ ଝିଅଙ୍କ କାନ୍ଦ ବୋବାଳିରେ ଗାଁ  ଫାଟି ପଡୁଥିବା ବେଳେ ଏହି ପରିବାର ଅତି ଗରିବ ପରିବାରର ହୋଇ ଥିବାରୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଅଞ୍ଚଳବାସୀ  ଅନୁରୋଧ କରିଛନ୍ତି । 

Post a Comment

Please Select Embedded Mode To Show The Comment System.*

Previous Post Next Post