ଗୋଟିଏ ଦିନରେ ୧୨ ଟି ଅଙ୍ଗନୱାଡ଼ି କେନ୍ଦ୍ର ସହିତ ଏକାଧିକ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନା ଓ ନିର୍ମିତ ପ୍ରକଳ୍ପ ର ଶୁଭ ଉଦ୍ଘାଟନ କରି ଚର୍ଚ୍ଚାରେ ଦଶପଲ୍ଲା ବିଧାୟକ "ରମେଶ ଚନ୍ଦ୍ର ବେହେରା"

ଗୋଟିଏ ଦିନରେ ୧୨ ଟି ଅଙ୍ଗନୱାଡ଼ି କେନ୍ଦ୍ର ସହିତ ଏକାଧିକ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନା ଓ ନିର୍ମିତ ପ୍ରକଳ୍ପ ର ଶୁଭ ଉଦ୍ଘାଟନ କରି ଚର୍ଚ୍ଚାରେ ଦଶପଲ୍ଲା ବିଧାୟକ "ରମେଶ ଚନ୍ଦ୍ର ବେହେରା"


ନୂଆଗାଁ :(ନ. ଖ)ରିପୋର୍ଟ -ପ୍ରଦୀପ୍ତ କୁମାର ସାହୁ : 22/03/2021: ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି " ରମେଶ ଚନ୍ଦ୍ର ବେହେରା"  ତା ୨୧/୩/୨୦୨୧ ରବିବାର ଦିନ ନିଜ ନିର୍ବାଚନ ମଣ୍ଡଳୀ ର ଦଶପଲ୍ଲା ବିଜ୍ଞାପିତ ଅଂଚଳ  ଅଧିନସ୍ଥ   " ହରିଡ଼ାବାଡି,ମୋଚିସାହି, ପାଟପୁରପାଟଣା,ଜରିପାଟଣା, କୃଷ୍ଣସରଣପୁର,ଖଣ୍ଡପଡ଼ା,ଖଣ୍ଡପଡ଼ା(ତୋଟାସାହି), ଅନ୍ଧାରକୋଟ,ମହାନ୍ତିସାହି, ନାହାକପଡ଼ା,କଣ୍ଡିସାହି ଓ ନରସିଂହପୁର ପ୍ରଭୃତି ୧୨ ଟି ଅଗନୱାଡ଼ି କେନ୍ଦ୍ର ଗୃହର ନିର୍ମାଣ ଓ ଦଶପଲ୍ଲା ଗନ୍ଧିପଡିଆ ମଞ୍ଚର ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନା କରବାସହିତ ମହୁଲିଆ ଗ୍ରାମରେ ନୂତନ  ନିର୍ମିତ କୋଠଘର ର ଉଦଘାଟନ କରିଛନ୍ତି।
ଗୋଟିଏ ଦିନରେ ୧୨ ଟି ଅଙ୍ଗନୱାଡ଼ି କେନ୍ଦ୍ର ସହିତ ଏକାଧିକ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନା ଓ ନିର୍ମିତ ପ୍ରକଳ୍ପ ର ଶୁଭ ଉଦ୍ଘାଟନ କରି ଚର୍ଚ୍ଚାରେ ଦଶପଲ୍ଲା ବିଧାୟକ "ରମେଶ ଚନ୍ଦ୍ର ବେହେରା"

   ଆଉମଧ୍ୟ ବିଧାୟକ ଶ୍ରୀ ବେହେରା ମାରାଥନ ଗ୍ରସ୍ତକରି ଦଶପଲ୍ଲା ବ୍ଲକ  ତେଣ୍ଡାବାଡି ପଞ୍ଚାୟତର ପୋଇବାଡି ଠାରେ ନିର୍ମିତ ମିଶନସକ୍ତି ଗୃହ,ପୋଇବାଡି( ତୋଟାସାହି ) କୋଠଘର, ଶିମିଳିସାହି ପଞ୍ଚାୟତ ର ଦେଢସର ଠାରେ ମିଶନସକ୍ତି ଗୃହର ଉଦ୍ଘାଟନ କରିଥିଲେ।ଏହି ସବୁକାର୍ଯ୍ୟକ୍ରମରେ  ବିଧାୟକଙ୍କ ସହିତ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା  ଶୁନନ୍ଦା ସାହୁ, ବିଡିଓ  ବିଶ୍ବରଂଜନ ବିଶ୍ୱାସ, ଏନ୍. ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ  "ଦେବବ୍ରତ କର ଯୋଗଦେଇଥିବା ବେଳେ ଅନ୍ୟାନ୍ୟ ଜନପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

   ସେହିପର ବିଧାୟକ ଶ୍ରୀ ବେହେରା  ନୂଆଗାଁ ବ୍ଳକ ଅଧକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟାକ୍ଷା ପୁଷ୍ପାଞ୍ଜଳି ସାହୁଙ୍କ ସହିତ  ବେରୁଆଁବାରି ପଞ୍ଚାୟତ ଗ୍ରସ୍ତକରି, ବେରୁଆଁବାରି ( ନୂଆସାହି ) କୋଠଘର ଉଦ୍ଘାଟନ ସହିତ କଲ୍ୟାଣୀ ମଣ୍ଡପ ନିର୍ମାଣ ପାଇଁ   ଭିତ୍ତପ୍ରସ୍ତର ସ୍ଥାପନା କରିଛନ୍ତି।

    ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ସାମଗ୍ରିକ ବିକାଶ ପ୍ରତି ଗୁରୁତ୍ବ ଆରୋପ କରୁଥିବା କଥା କହୁଥିବା ବିଧାୟକ ଶ୍ରୀ ବେହେରାଙ୍କ ଆମାୟିକ ,ଭଦ୍ରବ୍ୟବହାର,ନିର୍ବାଚନ ମଣ୍ଡଳୀ ର ବିଭିନ୍ନ  ଗ୍ରାମାଞ୍ଚଳରେ  ହେଉଥିବା   ମେଳା ମହୋତ୍ସବ ରେ ସାମିଲହେବା,ଅଭାବ,ଅସୁବିଧା ସମୟରେ  ସାଧାରଣ ଲୋକଙ୍କ ପାଖରେ ଠିଆହେବା  ଓ କାର୍ଯ୍ୟଧାରା କୁ ନେଇ ଜନସାଧାରଣରେ ଆଦୃତି ଲାଭ କରୁଥିବା ବେଳେ, ଏକାଦିନରେ ଏତେଗୁଡିଏ  ପ୍ରକଳ୍ପ ର ସୁଭଭିତ୍ତିପ୍ରସ୍ତର ସ୍ଥାପନ ଓ ନିର୍ମିତ ପ୍ରକଳ୍ପ ର ଉଦ୍ଘାଟନ କୁ ନେଇ ସାଧାରଣରେ  ଚର୍ଚ୍ଚା ପାଲଟିଥିବାବଳେ ,ଅନ୍ୟପଟେ  ଆଗକୁ  ଏନ୍.ଏ.ସି ଓ ପଞ୍ଚାୟତ ନିର୍ବାଚନ କୁ ଆଖିଆଗରେ ରଖି ଏ ସବୁ ଭିତ୍ତିପ୍ରସ୍ତର ସ୍ଥାପନା କାର୍ଯ୍ୟକ୍ରମ 

କରାଯାଉଥିବା  ନେଇ  ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି।
    ସେହିପରି ବ୍ଲକର ବିଭିନ୍ନ ସ୍ଥାନ ଓ ଗ୍ରାମାଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସରକାର ଜନସାଧାରଣଙ୍କ ମତାମତ ଓ ସହଭାଗିତା ଉପରେ ଗୁରୁତ୍ବ ଦେଉଥିବାବେଳେ,ନୂଆଗାଁ ବ୍ଳକର ଗ୍ରାମାଞ୍ଚଳରେ ଲୋକଙ୍କ ପାଇଁ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ନିର୍ମାଣ କାମରେ ଗାଁ ଲୋକଙ୍କ ମତାମତ କୁ ଉପେକ୍ଷା କରାଯାଇ ,  ଦଳୀୟ କର୍ମୀ୍ଙ୍କୁ ତୁଷ୍ଟିକରଣ  ନିମନ୍ତେ  ଗାଁ ମାନଙ୍କରେ କେତେକ ହାତଗଣତି ଦଳୀୟ କର୍ମୀଙ୍କୁ ଗାଁ ର ସମସ୍ତ ଉନ୍ନୟନ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ  ଦିଆଯାଉଥିବା  ଏବଂ  ଏଥିନେଇ  କୁଆଡେ ଏହିସବୁ ଉନ୍ନୟନ ମୂଳକ କାମ କରିବା ଓ ଏହାର ତଦାରଖ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଙ୍କ ଉପରେ  ରାଜନୈତିକ ଚାପ ରହୁଥିବା ରୁ ଗ୍ରାମାଞ୍ଚଳରେ କରାଯାଉଥିବା ଅନେକ ପ୍ରକଳ୍ପ ର ନିର୍ମାଣ କାମ ବିବାଦୀୟ ନିୟମ ଅନୁସାରେ କରାଯାଉନାହିଁ ଓ ଅଙ୍ଗନୱାଡ଼ି ଗୃହ ସମେତ  ଅନେକ ପ୍ରକଳ୍ପର କାମ ଦୀର୍ଘଦିନ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।

      ଏଣୁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଥିବା ଅନ୍ୟାନ୍ୟ ପ୍ରକଳ୍ପ କାମ ସହିତ  ଦେଶର ଭବିଷ୍ୟତ କୁହାଯାଉଥିବା  କୋମଳମତି ଶିଶୁଙ୍କ ବୌଦ୍ଧିକ ବିକାଶ , ମାନସିକ ବିକାଶ ଏବଂ ପ୍ରାକବିଦ୍ୟାଳୟ ଶିକ୍ଷାର ସୁବିଧା ପାଇଁ ବିଧାୟକ ଶ୍ରୀ ବେହେରା  ଭିତ୍ତପ୍ରସ୍ତର ସ୍ଥାପନ କରିଥିବା ଅଙ୍ଗନୱାଡ଼ି କେନ୍ଦ୍ର ଗୃହର ନିର୍ମାଣ କାମ କେବେ  ଆରମ୍ଭ  ହେଉଛି  ଓ କୋମଳ ମତି ଶିଶୁମାନଙ୍କୁ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପାଇଁ   ନୂତନ ସୁରକ୍ଷିତ ଗୃହତିଏ କେବେ  ମଲ୍ଲୁଛି ଦେଖିବାକୁ ବାକି ରହିଲା।

Post a Comment

Please Select Embedded Mode To Show The Comment System.*

Previous Post Next Post