ବାହାଡ଼ା ଝୋଲା+୩ ଡିଗ୍ରୀ କଲେଜ ର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ଅଂଚଳର ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ !
ନୂଆଗାଁ : ନ. ଖ /03/03/2021(ରିପୋର୍ଟ : ନିରଞ୍ଜନ ସାହୁ) ବାହାଡ଼ାଝୋଲା ଡିଗ୍ରୀ କଲେଜ 1994 ମସିହାରେ ସ୍ଥାପିତ ହୋଇଥିଲା | ଅଂଚଳ ବାସିନ୍ଦାଙ୍କ ସହାୟତାରେ ଗଢ଼ିଉଠିଥିବା ଏହି ଡିଗ୍ରୀ କଲେଜ ବିଭିନ୍ନ ସମୟରେ ବିଭିନ୍ନ ବିବାଦ ଭିତରେ ଗତି କରୁଥିବାର ଚର୍ଚ୍ଚା ହେଉଛି | ଲୋକମାନଙ୍କ ପାଇଁ ଏହା ଗୋଟିଏ ଭଲ ଶିକ୍ଷାନୁଷ୍ଠାନ ପରି ପ୍ରତୀୟମାନ ହେଉନଥିବାବେଳେ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ଦୁଃଖ ପ୍ରକାଶ କରି କଲେଜର ସୁଧାର ଆଣିବାପାଇଁ ଅଣ୍ଟା ଭିଡ଼ିଛନ୍ତି |
ଏହାସହ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ନିର୍ଦ୍ଦେଶ କ୍ରମେ +୩ ଡିଗ୍ରୀ କଲେଜ ପରିସରରେ ଡିଜିଟାଲ ଲାଇବ୍ରେରୀ ବିଲ୍ଡିଙ୍ଗ ପାଇଁ ଜାଗା ଚିହ୍ନଟ ପାଇଁ ଆଜି ଦିବା ୧୦ ଘଣ୍ଟିଆ ସମୟରେ ଆଂଚଳିକ ବିକାଶ ପରିଷଦର ସଭାପତି ନାରାୟଣ ବେହେରା, ଶିକ୍ଷା ବିତ ତଥା ଅଂଚଳର ବରିଷ୍ଠ ସମାଜ ସେବୀ ପ୍ରହଲ୍ଲାଦ ସାହୁ, ଗାଁ ସଭାପତି ବସନ୍ତ ସାହୁ ବଳରାମ ସାହୁ ଙ୍କ ସହ ଅଂଚଳର ଜଣାଶୁଣା ଯୁବ ସମାଜସେବୀ ତ୍ରୀନାଥ ସ୍ୱାଇଁ ଡିଗ୍ରୀ କଲେଜ ପରିଦର୍ଶନ ରେ କରିଥିଲେ । ଡିଗ୍ରୀ କଲେଜ ଅଧ୍ୟକ୍ଷା ପ୍ରାୟ ସମୟରେ ଛୁଟିରେ ରହୁଥିବାରୁ ବିଧାୟକଙ୍କ ଦୁଷ୍ଟୀ ଆକର୍ଷଣ କରିବା ପାଇଁ ବୁଧୀଜୀବି ମତ ଦେଇଥିଲେ ।

ସୂଚନା ଅନୁସାରେ ଅଧ୍ୟକ୍ଷାଙ୍କ ବିରୁଧରେ ଅର୍ଥ ହେରଫେର ନେଇ ସଂଗୀନ ଅଭିଯୋଗ ଆସିଛି | ଏହି କାରଣରୁ ସେ କଲେଜରେ ଅନୁପସ୍ଥିତ ହେଉଥିବାର ଚର୍ଚ୍ଚା ହେଉଛି |