ବନଦିବସରେ ବନପାଳଙ୍କୁ ସମ୍ମାନିତ କଲେ ମନ୍ତ୍ରୀ, ସେପଟେ ଭିଜିଲାନ୍ସ ହାତରେ ବନରକ୍ଷୀଙ୍କ ଗିରଫ !
ଗଣିଆ : (ମାନସ ରଞ୍ଜନ ଦାଶ)ବିଶ୍ଵ ବନ ଦିବସ ଅବସରରେ ନୟାଗଡ ଡିଭିଜନ ଗଣିଆ ବନାଞ୍ଚଳ ସଦର କାର୍ଯ୍ୟରତ ବନରଖୀ ସନ୍ତୋଷ କୁମାର ପ୍ରଧାନ କୁ ଉତ୍ତମ ସେବା ଓ କାର୍ଯ୍ୟ ଦକ୍ଷତା ନିମନ୍ତେ ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଛନ୍ତି | ଓଡିଶା ବନବିଭାଗ ଆନୁକୂଲ୍ୟରେ ରବିବାର ଦିନ ଭୁବନେଶ୍ୱର ଜୟଦେବ ଭବନରେ ରାଜ୍ୟ ସ୍ତରୀୟ ବିଶ୍ୱ ବନ ଦିବସ ପାଳନ କରାଯାଇଛି | ଉତ୍ତମ ସେବା ଦକ୍ଷତା ପାଇଁ ସନ୍ତୋଷ କୁମାର ପ୍ରଧାନ କୁ ମାନ ପତ୍ର ପ୍ରଦାନ କରିଛନ୍ତି |
ଲାଞ୍ଚ ନେଇ ଧରାପଡିଲେ ଫରେଷ୍ଟର !
ନୟାଗଡ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ଡିଭିଜନର ଛାମୁଣ୍ଡିଆ ବନପାଳ ଗୋଲେଖ ବିହାରି ବେହେରା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରପଡିଛନ୍ତି | ଗିରଫ ଘଟଣା ଜଣାପଡ଼ିବା ପରେ ନୟାଗଡ ବନଖଣ୍ଡ ଅଧିକାରୀ ବନରଖି ପୁଷ୍ପାଞ୍ଜଳି ପଣ୍ଡାଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁଁ କୈଫୟତ ମାଗିଥିଲେ | ଏଥରୁ ରକ୍ଷା ପାଇବା ପାଇଁ ବନପାଳ ବେହେରା ଓ ବନରଖୀ ପଣ୍ଡା 35 ହାଜର ଟଙ୍କା ଲାଞ୍ଚ ମାଗିଥିଲେ | ପୁଷ୍ପାଞ୍ଜଳି ଭିଜିଲାନ୍ସ ବିଭାଗକୁ ଯାଇଥିଲେ ଏବଂ ପୂର୍ବ ପ୍ରସ୍ତୁତି ଅନୁଯାୟୀ ପୁଷ୍ପାଞ୍ଜଳି ବନପାଳ ବେହେରାଙ୍କୁ ଟଙ୍କା ଦେଇଥିଲେ | ଫଳରେ ସେ ଭିଜିଲାନ୍ସ ହାତରେ ଧାରାପଡି ଗିରଫ ହୋଇଥିଲେ |