ଓକିଲଙ୍କ ଦାଉରେ ଅତିଷ୍ଟ ଆଦିବାସୀ ବୃଦ୍ଧ !

ଓକିଲଙ୍କ ଦାଉରେ ଅତିଷ୍ଟ ଆଦିବାସୀ ବୃଦ୍ଧ 

ଓକିଲଙ୍କ ଦାଉରେ ଅତିଷ୍ଟ ଆଦିବାସୀ ବୃଦ୍ଧ


ଦଶପଲ୍ଲା (ନ. ଖ )ରିପୋର୍ଟ : ରତ୍ନାକର ହୋତା : 22/03/2021:  ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଦୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ବାଇଝରୀ ଗାଁ ର  ୭୦ ବର୍ଷୀୟ ବୃଦ୍ଧ ପ୍ରହଲ୍ଲାଦ ମଳିକ, ଦୁଇଜଣ ଓକିଲଙ୍କ ଜୁଲୁମ୍ ର ଶିକାର ହୋଇ ଶେଷରେ ଗାଁ ଛାଡିବାକୁ ବାଧ୍ୟ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ , ଦୁଇବର୍ଷ ତଳେ ବାଇଝରୀ ଗ୍ରାମର ପ୍ରହଲ୍ଲାଦ ମଳିକଂ ଝିଅ ଭାରତୀ ମଳିକ , ସକାଳୁ ସକାଳୁ ନିଆଁ ପୁଆଉଁଥିବା ବେଳେ ଆକସ୍ମିକ ଭାବରେ ତାଙ୍କ ଦେହରେ ନିଆଁ ଲାଗି ପ୍ରାୟ୬୦ ଭାଗ ପୋଡି ଯାଇଥିଲା । ସଂଗେ ସଂଗେ ଭାରତୀ କୁଂ ଦଶପଲ୍ଲା ହସ୍ପିଟାଲ କୁ ନିଆଯାଇଥିଲା ।

ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ,ତାକୁଂ ନୟାଗଡ଼ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଭାରତୀ କଂ ମୃତ୍ୟୁ ପରେ ଦଶପଲ୍ଲା ର ଦୁଇଜଣ ଓକିଲ ପ୍ରହଲ୍ଲାଦ କଂ  ସରଳତା ର ସୁଯୋଗ ନେଇ ତାଙ୍କ ଠାରୁ ଓକିଲାତି ନାମା ସହ ଅନ୍ୟାନ୍ୟ କାଗଜାଦ୍ ନେଇ, ସରକାରୀ ଅନୁଦାନ କରାଇଦେବୁ ବୋଲି କହିଥିଲେ ।

କିନ୍ତୁ ଦେଢ଼ ବର୍ଷ ପରେ କୈ|ଣଷି ଅନୁଦାନ ନ ଆସିବାରୁ , ପ୍ରହଲ୍ଲାଦ ଦଶପଲ୍ଲା ତତ୍କାଳୀନ ତହସିଲଦାର ଶ୍ରୀ ପ୍ରମୋଦ କୁମାର ଦଳ ବେହେରାଙ୍କ  ଦ୍ବାରସ୍ଥ ହୋଇଥିଲେ  ।ତତ୍କାଳୀନ ଦଶପଲ୍ଲା ତହସିଲଦାର ପ୍ରହଲ୍ଲାଦ କଂ ଠାରୁ ସମସ୍ତ କାଗଜପତ୍ର ସମେତ ନୂତନ ବ୍ୟାଙ୍କ ଖାତା ଖୋଲି ମୋତେ ଦିଅ,ମୁଁ ଖୁବ୍ ଶିଘ୍ର ଅନୁଦାନ ପାଇଁ ଚେଷ୍ଟା କରିବି ବୋଲି କହିଥିଲେ ।

ଏହାର କିଛିଦିନ ପରେ ପ୍ରହଲ୍ଲାଦ କଂ ୟୁ.କୋ ବ୍ୟାଙ୍କ ସାତପାଟଣା ଶାଖା ଜମାଖାତା କୁ ୪ ଲକ୍ଷ ଟଙ୍କା ଅନୁଦାନ ଆସିଲା ପରେ , ଉକ୍ତ ଓକିଲ ଦୁଇଜଣ କୈଣଷି ସୂତ୍ରରୁ ଖବର ପାଇ , ପ୍ରହଲ୍ଲାଦ କଂ ବାଇଝରୀ ଘରେ ପହଞ୍ଚି ,ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସଂଗେ ସଂଗେ,କହିଲେ ଯେ

ଆମେ ତୁମ ଝିଅର ମୃତ୍ୟୁ କାଳୀନ କ୍ଷତିପୂରଣ ୪ ଲକ୍ଷ ଟଂକା କରାଇ ଦେଇଛୁ ତେଣୁ ଆମକୁ  ଆମର ପ୍ରାପ୍ୟ ୫୦ ଭାଗ ଟଂକା (ଦୁଇଲକ୍ଷ ଟଂକା ) ଦାବି କରିଥିଲେ ।ଏହାପରେ ବାଇଝରୀ ଗ୍ରାମରକ୍ଷୀ ହରିହର ନାଏକ କଂ ମାଧ୍ୟମରେ ପ୍ରହଲ୍ଲାଦ କୁଂ ବାଣିଗୋଛା ଥାନାକୁ ଡକାଇ ରାତି ଦଶଟା ସମୟରେ ଓକିଲ ଦ୍ବୟ ,କିଛି ଗୁଣ୍ଡା ଶ୍ରେଣୀୟ ଲୋକ ଓ କିଛି ଥାନା କର୍ମଚାରୀ ବିଭିନ୍ନ ଧମକ୍ ଚମକ୍ ଦେଇ ପ୍ରହଲ୍ଲାଦ କଂ

Post a Comment

Please Select Embedded Mode To Show The Comment System.*

Previous Post Next Post