ବାଣିଗୋଛା ଠାରେ ଆମ ଗାଁ ହାଟ ଲୋକାର୍ପିତ !
ଦଶପଲ୍ଲା (ନ. ଖ ) ରିପୋର୍ଟ - ରତ୍ନାକର ହୋତା02/03/2021 : ଦଶପଲାର ଆଦିବାସୀ ଅଧ୍ୟୁଷିତ ବାଣିଗୋଛା ନିକଟସ୍ଥ ଫାଲପାଜୁ ଗଜାତୋଟା ରେ ଆଜି ଦିବା ୧ ଘଟିକା ସମୟେ ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକଙ୍କ କରକମଳରେ ଆମ ଗାଁ ହାଟ ଲୋକାର୍ପିତ
ହୋଇଯାଇଛି ।ଏହି ଲୋକାର୍ପଣ ଉତ୍ସବରେ ଆଦିବାସୀ ଅଧ୍ୟୁଷିତ ବାଣିଗୋଛା, କୁଜାମେଣ୍ଢି, କୁଲୁରୁକୁମ୍ପା, ଚଢ଼େୟପଲ୍ଲୀ, କଳସା ଖମଣ ,ଦୁଡା, ଟାକରା, ଗ୍ରାମପଂଚାୟତ ସମେତ କନ୍ଧମାଳ ଜିଲ୍ଲା ଚକାପାଦ, ବୈ|ଦ୍ଧ ଜିଲ୍ଲାର ତଳଗାଁ,ମହାଲିକପଡା ଅଂଚଳର ୪ ହଜାରରୁ ଅଧିକ ଜନସାଧାରଣ ଯୋଗ ଦେଇଥିଲେ ।
ଏହି ହାଟରେ ପ୍ରାୟ ୨୦୦ ଶହରୁ ଅଧିକ ଛୋଟ ବଡ ବ୍ୟବସାୟୀ କଂ ସମେତ ଗ୍ରାମାଞ୍ଚଳର ଚାଷୀମାନେ ମଧ୍ୟ ତାଙ୍କ ଉତ୍ପାଦିତ ପନିପରିବା ହାଟରେ ବିକ୍ରୟ କରିଥିଲେ ।
ଆଦିବାସୀ ମାନଙ୍କ ଉତ୍ପାଦିତ ମହୁ,ଝୁଣା, ଲାଖ ଓ ଅନ୍ୟାନ୍ୟ ଜଂଗଲ ଜାତ ଦ୍ରବ୍ୟ ର ସମ୍ଭାର ଦେଖିବାକୁ ମିଳିଥିଲା । ଏହି ହାଟକୁ ଲୋକାର୍ପିତ କରିବା ଅବସରରେ ଶ୍ରୀ ନାୟକ କହିଥିଲେ ଯେ, ଦଶପଲ୍ଲା
ପଶ୍ଚିମାଞ୍ଚଳର ଆର୍ଥିକ ଅନଗ୍ରସର ଆଦିବାସୀ, ହରିଜନ ଓ ଗରିବ କୃଷକ ମାନଙ୍କର ଉତ୍ପାଦିତ ଦ୍ରବ୍ୟ ର ବିକ୍ରି ବଟା ଏହି ହାଟ ମାଧ୍ୟମରେ ସୁରୁଖୁରୁରେ ହୋଇପାରିବା ସଂଗେ ସଂଗେ ଚାଷୀମାନେ ତାଙ୍କ ଉତ୍ପାଦିତ ଦ୍ରବ୍ୟର ସଠିକ୍ ମୂଲ୍ୟ ପାରପାରିବେ ବୋଲି କହିଥିଲେ ।
ଏହି ଲୋକାର୍ପଣ ଉତ୍ସବରେ ବାଣିଗୋଛା ଅଂଚଳର ବିଶିଷ୍ଠ ବ୍ୟକ୍ତି ସର୍ବଶ୍ରୀ ସୋମନାଥ ନାୟକ ( ସଭାପତି ) ଶରତଚନ୍ଦ୍ର ନାୟକ,ଯୁଗଳ କିଶୋର ମୁଦୁଲି , ସାମ୍ବାଦିକ ସୁସାନ୍ତ କୁମାର ସାହୁ ଯୋଗ ଦେଇଥିଲେ ।