ନୂଆଗାଁ ପଞ୍ଚୁପାଣ୍ଡବ ମନ୍ଦିର ନିକଟ ୫୭ ନଁ ଜାତୀୟ ରାଜପଥ ରେ ଥଣ୍ଡାପାନୀୟ ବୋଝେଇ ଟ୍ରକ୍ ଦୁର୍ଘଟଣା।!
ନୂଆଗାଁ : ନ. ଖ / 12/03/2021(ରିପୋର୍ଟ : ପ୍ରଦୀପ୍ତ କୁମାର ସାହୁ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ନିକଟ ପଞ୍ଚୁପାଣ୍ଡବ ମନ୍ଦିର ପାଖ ୫୭ ନଂ ଜାତୀୟ ରାଜପଥ ରେ ଆଜି ଭୋର ପ୍ରାୟ ଘ ୪.୩୦ ମି ସମୟରେ ଏକ ଥଣ୍ଡାପାନୀୟ ବୋଝେଇ ଟ୍ରକ ନଂ OD 07 H 6485 ଟି କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତାର ପ୍ରାୟ ୧୦ ଫୁଟ ତଳକୁ ଖସି ଯାଇ ଏକ ଗଛରେ ପିଟିହୋଇ ଓଲଟି ପଡିଥିଲା।ଗାଡ଼ିଟି ଖୋର୍ଦ୍ଧା ରୁ ଥମସ ଅପ୍ ଥଣ୍ଡା ପାନୀୟ ନେଇ ରାୟପୁର ଯାଉଥିବା ବେଳେ ଦୁର୍ଘଟଣା ଘଟି ଥିବା ସୁଚନାମିଲିଛି।ଦୁର୍ଘଟଣାର ସଠିକ କାରଣ ଜଣା ପଡିନଥିବା ବେଳେ ଘଟଣସ୍ଥଳରୁ ଡ୍ରାଇଭର ଫେରାର ଅଛି ଏବଂ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି।
Tags:
Local news