ବ୍ଲକରେ ଶହ ଶହ ପାନୀୟ ଜଳ ପ୍ରକଳ୍ପ ଅକାମୀ ! ପାନୀୟ ଜଳପ୍ରକଳ୍ପ କାହା ପାଇଁ ?
ନୂଆଗାଁ : ନ. ଖ/01/03/2021(ରିପୋର୍ଟ -ନିରଞ୍ଜନ ସାହୁ): ଗ୍ରୀଷ୍ମ ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗେଇଦେବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି | ହେଲେ ସାଧାରଣ ଲୋକ ତାହାର ଫାଇଦା ପାଇବାରୁ ବଂଚିତ ହେଉଛନ୍ତି | ଏଭଳି ଅଭାବନୀୟ ଅବସ୍ଥା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର ବିଭିନ୍ନ ଅଞ୍ଚଳରେ | ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଟାଙ୍କୀ ଓ ପାଇପ ଲାଇନ ପକାଉଛନ୍ତି କିନ୍ତୁ ତାହାର
କାର୍ଯ୍ୟକାରିତା ଜନସାଧାରଣଙ୍କ ପାଇଁ କେତେ ବ୍ୟବହୃତ ଉପଯୋଗୀ ହୋଇପାରୁଛି, ତାହା ବିଭାଗୀୟ ଅଧିକାରୀଙ୍କ ଫାଇଲରେ ସୀମିତ ରହୁଛି | ପ୍ରଶ୍ନ ଉଠୁଛି କୋଟି କୋଟି ଟଙ୍କାର ରାଜସ୍ଵ ବିନିଯୋଗ କାହାପାଇଁ ? ପାନୀୟ ଜଳ ପ୍ରକଳ୍ପ କେଉଁମାନଙ୍କ ପାଇଁ ? ଏହି ଭଳି ଅନେକ ପ୍ରକଳ୍ପ ଅଧାରେ ଅଟକିଛି | ପମ୍ପ ହାଉସ ତିଆରି ସରି ପାଇପ ବିଛାଯାଇ ଷ୍ଟାଣ୍ଡ ପୋଷ୍ଟ ବି ଠିଆ ହୋଇଛି, ହେଲେ ପାଣି ଆସୁନି | ଏଭଳି ଦେଖିବାକୁ ମିଳିଛି ମହିପୁର ପଂଚାୟତ ଓ ଦୁରୁଦୁରା ପଂଚାୟତର ନୂଆପଲ୍ଲୀ ଗ୍ରାମରେ | 1 କୋଟି 20 ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଉଥିବା ପାନୀୟ ପ୍ରକଳ୍ପ ଏବେ ଅଚଳ ! ନୂଆ ନୂଆ କିଛି ଦିନ ଠିକ ଚାଲିଲା, ହେଲେ ତାପରଠାରୁ ପୁରା ବନ୍ଦ | ଫଳରେ ଲୋକମାନେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ।
ଏହି ବିଷୟରେ ପଂଚାୟତ ଅଧିକାରୀ କହିଛନ୍ତି

କମଦିନ ଭିତରେ ପାଣି ଛଡାଯିବ । ବ୍ଲକ ଅଧ୍ୟକ୍ଷ ଅନ୍ତର୍ଜାମୀ ସ୍ୱାଇଁ କହିଲେ ଏମିତି ବହୁ ପ୍ରକଳ୍ପ ଅଛି, କାମ ସରିଛି,କିନ୍ତୁ କାର୍ଯ୍ୟକାରୀ ହେଉନି ।ଏ ବିଷୟରେ ସେ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ପଦେକ୍ଷପ ନେବେ ବୋଲି କହିଛନ୍ତି ।