ଵାଡେଇ ବାଡେଇ ମାରିଦେଲେ 65 ବର୍ଷର ବୃଦ୍ଧାକୁ !

ଵାଡେଇ ବାଡେଇ ମାରିଦେଲେ 65 ବର୍ଷର ବୃଦ୍ଧାକୁ !

ନୂଆଗାଁ : ନ. ଖ / 10/03/2021(ନିରଞ୍ଜନ ସାହୁ):  ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ା ଝୋଲା ଫାଣ୍ଡୀ ଅନ୍ତର୍ଗତ ବେରୁଆଁବାରି ପଂଚାୟତର ବଧୁଲିପୁରୁ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା | କରଜ ଟଙ୍କା ମାଗିବାରୁ ମୁଣ୍ଡରେ ପିଶାଚ ଚଢିଲା ! ଠେଙ୍ଗା ମାଡ଼ରେ 65 ବର୍ଷର ବୃଦ୍ଧା ଅଇଁଠା ବେହେରାଙ୍କ ମୃତ୍ୟୁ !


ଖବରରୁ ପ୍ରକାଶ,  ଅଇଁଠା ବେହେରା, ସ୍ୱାମୀ ଅର୍ଜୁନ ବେହେରା ୩ପୁଅ ଓ ଗୋଟିଏ ଝିଅକୁ ନେଇ ସଂସାର | ସମସ୍ତଙ୍କ ବାହାଘର ସରିଥିଲେ ମଧ୍ୟ ହସ ଖୁସିରେ ଚଳୁଥିଲେ | ସେ ଏବଂ ତାଙ୍କ ସ୍ଵାମୀ ଭତ୍ତା ଟଙ୍କାରୁ କିଛି ବଳକା କରି ରଖିଥିଲେ | ସେହି ଗ୍ରାମର ଝୁନୁ ବେହେରା ତାଙ୍କଠାରୁ କିଛି ଟଙ୍କା କରଜରେ  

ଆଣିଥିଲେ | ସେହି ଟଙ୍କା ମାଗିବାରୁ ସେ ରାଗିଯାଇଥିଲେ| ଝୁନୁ ବେହେରା  ଦିନ ୧୨ ଘଣ୍ଟିଆ ସମୟରେ ପାଟିତୁଣ୍ଡ କରିଥିଲେ |  ଏହି ସମୟରେ  ଝୁନୁ ବେହେରା ଓ ତାଙ୍କ ପରିବାର ଧାର ଟଙ୍କା ଦେବୁନାହିଁ କହି ଆକ୍ରମଣ କରିଥିଲେ | ଫଳରେ ଅଇଁଠା ବେହେରା ମୃତୁବରଣ କରିଥିଲେ ।

    ଏଥି ନେଇ ସ୍ୱାମୀ ଅର୍ଜୁନ ବେହେରା ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ଥାନା ଓ ବାହାଡ଼ା ଝୋଲା ଫାଣ୍ଢୀ ଅଧିକାରୀ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ ଓ ଶବକୁ ପୋଷ୍ଟ ମର୍ଟମ ପାଇଁ ପଠେଇଛନ୍ତି । ତଦନ୍ତ ପରେ ଦୋଷୀଙ୍କୁ ଗିରଫ କରାଯିବ ପାଇଁ କହିଛନ୍ତି 
ତଦନ୍ତ ଦାଇତ୍ୱ ରେ ଥିବା ସଞ୍ଜୟ କୁମାର ପରିଡ଼ା କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ଦୋଷୀଙ୍କୁ ଗିରଫ ପାଇଁ ଗ୍ରାମ ବାସି ଙ୍କ ଦାବୀ କରୁଛନ୍ତି ବୋଲି କହିଛନ୍ତି |

Post a Comment

Please Select Embedded Mode To Show The Comment System.*

Previous Post Next Post