ବିଶ୍ୱ ମଙ୍ଗଳ ପାଇଁ ଓଡ଼ିଆର ପରମ୍ପରା ନାମଯଜ୍ଞ !

ବାହାଡାଝୋଲା :(ନ. ଖ) 24/02/2021: (ରିପୋର୍ଟ : ପ୍ରଦୀପ କୁମାର ସାହୁ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର ବାହାଡ଼ାଝୋଲା ପଞ୍ଚାୟତ ଅନ୍ତର୍ଗତ ଘଦେଇବନ୍ଧ ଗ୍ରାମରେ ଶ୍ରୀ ଶ୍ରୀ ତ୍ରିନାଥ ଠାକୁର ଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ,୧୫ତମ ଷୋଳପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଛି।ବିଶ୍ଵର ମଙ୍ଗଳ,ବର୍ତ୍ତମାନର କରୋନା ମହାମାରି କବଳରୁ ମୁକ୍ତ ହେବା,ଭଗବାନଙ୍କ ଶରଣାପନ୍ନ ହେବା ଓ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ
ସୃଷ୍ଟି କରିବା ସହିତ ଗ୍ରାମରେ ଭାଇଚାରାର ସମ୍ପର୍କ ଗଢ଼ିତୋଳିବା ଉଦ୍ଦେଶ୍ୟ ନେଇ ଏହି ପାରମ୍ପରିକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ 15 ବର୍ଷହେଲା ଅନୁଷ୍ଠିତ ହୋଇଆସୁଛି। ଚଳିତ ମାଘମାସ ଶୁକ୍ଳପକ୍ଷ ନବମୀ ଫ୍ରେବୃଆରି 21ତାରିଖ ରବିବାର ଠାରୁ ବିଧିପୂର୍ବକ ଶ୍ରୀ ଶ୍ରୀ ତ୍ରିନାଥ ଠାକୁରଙ୍କ ପୂଜାର୍ଚ୍ଚନା ସହିତ ଆରମ୍ଭ
ହୋଇଥିବା ଏହି ଉତ୍ସବରେ ସୋମ ଓ ମଙ୍ଗଳବାର(ତା22 ଓ 23) ଦୁଇଦିନ ଧରି ଷୋଳପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଆଜି (ତା24/02ବୁଧବାର)ସକାଳୁ ନଗରକିର୍ତ୍ତନରେ ଶ୍ରଦ୍ଧାଳୁମାନେ ଗ୍ରାମ ପରିକ୍ରମା କରିଥିଲେ
ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟଜିତ ହୋଇଥିଲା।ଏହି ଆଧ୍ୟାତ୍ମିକ ଉତ୍ସବକୁ ଆଖ ପାଖ ଅଂଚଳର ହଜାର ହଜାର ଶ୍ରଦ୍ଧାଳୁମାନେ ଯୋଗଦେଇ ପୁଜାମଣ୍ଡପରେ
ଠାକୁରଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିବାସହିତ ପ୍ରସାଦ ସେବନ କରିଥିଲେ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଯୋଗୁଁ ଗ୍ରାମ ପରିବେଶ ଉତ୍ସବମୁଖର ହୋଇଉଠିଥିଲା।ଗ୍ରାମର ସମସ୍ତ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ।

Post a Comment

Please Select Embedded Mode To Show The Comment System.*

Previous Post Next Post