କୋରନା ମହାମାରୀ ର ଶେଷ ଅବସ୍ଥା ପରେ ଓ କଟକଣା କୋହଳ ପରେ ପୁଣି ଫେରିଲେ ଯଜ୍ଞ ନାରାୟଣ !

 କୋରନା ମହାମାରୀ ର ଶେଷ ଅବସ୍ଥା ପରେ ଓ କଟକଣା କୋହଳ ପରେ  ପୁଣି ଫେରିଲେ ଯଜ୍ଞ ନାରାୟଣ !



କେନ୍ଦ୍ରାପଡ଼ା :ନ. ଖ / 25/02/2021(ରିପୋର୍ଟ : ପ୍ରତୀକ ମିଶ୍ର ) : କେନ୍ଦ୍ରାପଡ଼ା ଜିଲ୍ଲା ଲୁଣl ନଦୀ ଓ କରଣ୍ଡିଆ ନଦୀ ମଧ୍ୟରେ ଟାପୁ ଗାଁ ଭାବେ ପରିଚିତ ଆୟତପୁର  |  ଗାଁ'ରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବହୁ ଆଡମ୍ବରରେ ପାଳିତ ହୋଇଛି ଶ୍ରୀ ଶ୍ରୀ ଅନନ୍ତ ନାରାୟଣ ଦେବଙ୍କ ପ୍ରସିଦ୍ଧ ବାର୍ଷିକ ଉତ୍ସବ ଓ  ଯଜ୍ଞ |


କୋଭିଡ କଟକଣା ସତ୍ୱେ ମାନ୍ୟବର କେଦ୍ରାପଡ଼ା ଏସ. ପିଙ୍କ ତତ୍ତ୍ୱାବଧାନରେ ଏ ମହାଯଜ୍ଞ ମାଘ ସପ୍ତମୀ ଠାରୁ ତିନିଦିନ ବ୍ୟାପୀ  ଆୟୋଜନ ହେଇଥିଲା |

ପୌରାଣିକ କିମ୍ଵଦାନ୍ତି ଅନୁସାରେ ଅନନ୍ତ ଅର୍ଥାତ ବଳଦେବ ଜୀଉ ଆଉ ନାରାୟଣ ଅର୍ଥାତ ଶ୍ରୀ ଜଗତର ନାଥ ଜଗନ୍ନାଥ ଏକତ୍ର ଭାବେ ଏହି ଲୁଣl କାରଣ୍ଡିଆ ମଝିରେ ଅନନ୍ତ ନାରାୟଣ ଙ୍କ ରୂପରେ

ମାଟି ତଳୁ ଆବିର୍ଭାବ ହୋଇଥିଲେ |ସେହି ସମୟରୁ ମନ୍ଦିର ସ୍ଥାପନ ହୋଇଥିଲା ଓ କିଛିବର୍ଷ ପୂର୍ବେ ଗ୍ରାମବାସୀମାନେ ଏକତ୍ର ହୋଇ ଆୟୋଜକ ସାଜି ବାର୍ଷିକ ଯଜ୍ଞ ଆୟୋଜନ କଲେ |

ଜନୈକ ମୁକ୍ତିମଣ୍ଡପ ଯାଜ୍ଞାଧୀଶଙ୍କ ପରାମର୍ଶରେ ଓଡ଼ିଶାର ବିଶିଷ୍ଟ  ପଣ୍ଡିତ ସୁଭାଶିଷ ତ୍ରିପାଠୀ,  ପଣ୍ଡିତ ରାଜକିଶୋର ମିଶ୍ର, ପଣ୍ଡିତ ପ୍ରିୟବ୍ରତ ତ୍ରିପାଠୀ ଓ ବିଶିଷ୍ଟ ଯଜ୍ଞବିତ ପଣ୍ଡିତ ନରେନ୍ଦ୍ରନାଥ ଷଢଙ୍ଗୀଙ୍କ ପୌରହିତ୍ୟରେ ଏହି ମହା ଯଜ୍ଞ ସମାପନ ହୋଇଥିଲା |


Post a Comment

Please Select Embedded Mode To Show The Comment System.*

Previous Post Next Post